କନକ ବ୍ୟୁରୋ : ବଢିଲା ଆୟକର ରିଟର୍ଣ୍ଣ ପୈଠର ଅବଧି । ଆଜି ଆୟକର ରିଟର୍ଣ୍ଣ ପାଇଁ ଶେଷ ଦିନ ଥିଲା।କେନ୍ଦ୍ର ସରକାର ଏହି ସମୟ ଅବଧିକୁ ଆହୁରି ୫ ଦିନ ପାଇଁ ବଢାଇ ଦେଇଛନ୍ତି । ଏବେ ଆୟକର ଦାତା ଆର୍ଥିକ ବର୍ଷ ୨୦୧୬-୧୭ ପାଇଁ ଅଗଷ୍ଟ ୫ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ ।
ବହୁ ପରିମାଣରେ କରଦାତା ସେମାନଙ୍କର ରିଟର୍ଣ୍ଣ ପୈଠ କରି ପାରି ନଥିବାରୁ ଆୟକର ବିଭାଗ ବାଧ୍ୟ ହୋଇ ନିଜର ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛନ୍ତି । ସୂଚନା ଅନୁସାରେ ଅଗଷ୍ଟ ୫ହେବ ଶେଷ ତାରିଖ । ଏହା ପରେ ଆଉ ବିଭାଗ ପକ୍ଷରୁ ଅବଧିକୁ ବଢ଼ାଯିବ ନାହିଁ ବୋଲି ଜଣାପଡ଼ିଛି । ଆୟକର ବିଭାଗକୁ ଏପର୍ଯ୍ୟନ୍ତ ୨କୋଟି କରତାତା ଇଲେକଟ୍ରୋନିକ ମାଧ୍ୟମରେ ରିଟର୍ଣ୍ଣ ଦାଖଲ କରି ସାରିଥିବା ବେଳେ ଅନେକ କରି ନାହାନ୍ତି । ସେଥିପାଇଁ ନିର୍ଦ୍ଦାରିତ ସମୟ ମଧ୍ୟରେ ରିଟର୍ଣ୍ଣ ଦାଖଲ କରିବାକୁ ଆୟକର ବିଭାଗ ନିବେଦନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/income-tax-return.jpg)