ଉତ୍କଳ ବିଶ୍ୱବିଦ୍ୟାଳୟର ୭ ନମ୍ବର ହଷ୍ଟେଲରୁ ଅଣଛାତ୍ରଙ୍କୁ ପୋଲିସ ଉପସ୍ଥିତିରେ ବାହାର କଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ

ଦୀର୍ଘ ଦିନ ଧରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଲାଗି ରହିଥିଲା ଅଣଛାତ୍ର ସମସ୍ୟା ଓ ଏହାକୁ ନେଇ ହଷ୍ଟେଲ ବିବାଦ

108

କନକ ବ୍ୟୁରୋ : ଦୀର୍ଘ ଦିନ ଧରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଲାଗି ରହିଥିଲା ଅଣଛାତ୍ର ସମସ୍ୟା ଓ ଏହାକୁ ନେଇ ହଷ୍ଟେଲ ବିବାଦ । ଶେଷରେ ଏହାକୁ ନେଇ କଠୋର ହୋଇଛନ୍ତି ବାଣୀବିହାର ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ । ମିଳିଥିବା ସୂଚନା ଅନୁସାରେ, ପୋଲିସ ଫୋର୍ସ ଉପସ୍ଥିତିରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ୭ ନମ୍ୱର ହଷ୍ଟେଲରେ ଚଢଉ କରିଥିଲେ । ଏଥି ଚଢାଉ ୪୫ ଟି ରୁମରେ ହୋଇଥିଲା । ଏଠାରେ ବେଆଇନ୍ ଭାବେ ରହୁଥିବା ୩୦ରୁ ଅଧିକ ଅଣଛାତ୍ରଙ୍କୁ ଚଢଉ ପରେ ବିଦା କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ।

୪ ପ୍ଲାଟୁନ୍ ଫୋର୍ସ ଉପସ୍ଥିତିରେ ହଷ୍ଟେଲ ଖାଲି କରାଯାଇଛି । ଅଣଛାତ୍ର ହଷ୍ଟେଲ ରୁମ୍କୁ ବର୍ଷ ବର୍ଷ ଧରି ମାଡି ବସୁଥିବାରୁ ଏଠାକୁ ପାଠ ପଢିବାକୁ ଆସୁଥିବା ଛାତ୍ରମାନେ ହଷ୍ଟେଲ ସୁବିଧାରୁ ବଂଚିତ ହେଉଥିଲେ । ତେଣୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ବିଶ୍ୱବିଦ୍ୟାଳୟ କର୍ତୁପକ୍ଷ କହିଛନ୍ତି ।