ଏଣିକି ବିଜୁଳି ବିଲ୍ ପାଇବା ପାଇଁ ଅପେକ୍ଷା କରିବାକୁ ପଡିବନି, ଏହି ଉପାୟରେ ହ୍ୱାଟସଆପରେ ଆସିଯିବ ବିଲ୍

270

ଏବେ ଆପଣଙ୍କୁ ବିଜୁଳି ବିଲ ପାଇବା ପାଇଁ ଅପେକ୍ଷା କରିବାକୁ ପଡିବନି । ଆପଣ ଆପଣଙ୍କ ହ୍ୱାଟସଆପ୍ ଜରିଆରେ ବିଜୁଳି ବିଲ୍ ମିଳିଯିବ । ଦିଲ୍ଲୀ ବିଜୁଳି ବିତରକ କମ୍ପାନୀ BSES ନିକଟରେ ହିଁ ନିଜ ଗ୍ରାହକଙ୍କ ପାଇଁ ହ୍ୱାଟସଆପରେ ଡୁପ୍ଲିକେଟ୍ ବିଲ ଉପଲବ୍ଧ କରାଇବାର ସୁବିଧା ଆରମ୍ଭ କରିଛି ।

ଏମିତି ପାଇବେ ବିଲ : ଡୁପ୍ଳିକେଟ୍ ବିଲ ପାଇବା ପାଇଁ ସର୍ବପ୍ରଥମେ ଗ୍ରାହକଙ୍କୁ BSESର ହ୍ୱାଟସଆପ୍ ନମ୍ବର ୯୯୯୯୯୧୯୧୨୩କୁ ନିଜ କଂଟାକ୍ଟ ଲିଷ୍ଟରେ ଆଡ କରିବାକୁ ପଡିବ ଓ ପୁଣି #Bill9-digit କଷ୍ଟମର ଆକାଉଣ୍ଟ ନମ୍ବର ଲେଖିକି ପଠାଇବାକୁ ପଡିବ । ଏହାପରେ ଆପଣଙ୍କୁ ହ୍ୱାଟସଆପ୍ ଜରିଆରେ ଡୁପ୍ଲିକେଟ୍ ବିଲ ମିଳିଯିବ । ଏହି ସେବା ସର୍ବପ୍ରଥମେ ସାଉଥ୍ ଓ ୱେଷ୍ଟ ଦିଲ୍ଲୀରେ ଆରମ୍ଭ କରାଯିବ ଓ ଧିରେ ଧିରେ ଏହାକୁ ଅନ୍ୟ କ୍ଷେତ୍ରରେ ଉପଲବ୍ଧ କରାଯିବ । ଏହି ସେବା ଦେବା ପାଇଁ BSES ଏହି ପ୍ଲାଟଫର୍ମକୁ ଏସଏପି ଓ ଆଇଓଏମଏସ ପ୍ଲାଟଫର୍ମ ଦ୍ୱାରା ଇଂଟିଗ୍ରେଡ କରିଛନ୍ତି ।