ଧାରା ୩୭୭ : ଭାରତ ବ୍ୟତୀତ ଦୁନିଆର ଏହି ଦେଶଗୁଡିକରେ ମଧ୍ୟ ବୈଧ ଅଛି ସମଲିଙ୍ଗୀ ସଂପର୍କ

66

ଭାରତରେ ସମଲିଙ୍ଗୀ ସଂପର୍କ ଉପରେ ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ନିଷ୍ପତ୍ତି ଣୁଣାଇଛନ୍ତି । ଆଇପିସିର ଧାରା ୩୭୭କୁ ବୈଧ କରାଯାଇଛି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ସାମ୍ବିଧାନିକ ପୀଠ ଦୁଇ ବାଳକଙ୍କ ମଧ୍ୟରେ ସହମତିରେ ସ୍ଥାପନ କରାଯାଇଥିବା ସଂପର୍କକୁ ଅପରାଧ ମାନୁଥିବା ଧାରା ୩୭୭କୁ ଖାରଜ କରିଦେଇଛନ୍ତି । କୋର୍ଟ ଧାରା ୩୭୭କୁ ଅନୈତିକ ଘୋଷଣା କରି ବ୍ୟକ୍ତିଗତ ପସନ୍ଦକୁ ସମ୍ମାନ ଦେବା କଥା କହିଛନ୍ତି । ସୁପ୍ରିମକୋର୍ଟର ସାମ୍ବିଧାନିକ ପୀଠ ମାମଲାର ଶୁଣାଣି କରି କହିଛନ୍ତି କି, ଲୋକତାନ୍ତ୍ରିକ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ । ଦେଶରେ ରହୁୂଥିବା ବ୍ୟକ୍ତି ଜୀବନର ଅଧିକାର ମାନବିକ, ଏହି ଅଧିକାର ବିନା ସବୁ ଆଧାରହୀନ ।

ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୭ରେ ଅପ୍ରାକୃତିକ ଅପରାଧ ଉଲ୍ଲେଖ ଅଛି । ଏହି ଧାରାରେ ସ୍ପଷ୍ଟ ଭାବରେ କୁହାଯାଇଛି କି ଯିଏ ବି ପ୍ରକୃତି ନିୟମ ବିରୁଦ୍ଧରେ କୈାଣସି ପୁରୁଷ, ମହିଳା ବା ପଶୁ ସହିତ ଅପ୍ରାକୃତିକ ଯୈାନ ସଂପର୍କ ସ୍ଥାପନ ରଖେ, ତାକୁ ଆଜୀବନ କାରାଦଣ୍ଡ ବା ୧୦ ବର୍ଷ ଜେଲ୍ ଦଣ୍ଡ ଓ , ଜରିମାନା ବ୍ୟବସ୍ଥା ରହିଛି । ଏହି ଧାରା ଅଧିନରେ ଜାମିନ୍ ନମିଳିବାର ବ୍ୟବସ୍ଥା ରହିଛି ।

ଭାରତ ବ୍ୟତୀତ ଆମେରିକାରେ କେବଳ ୧୪ଟି ରାଜ୍ୟରେ ସମଲିଙ୍ଗୀ ସଂପର୍କ ବା ଗେ ଯୈାନ ବିବାହକୁ ଆଇନ୍ ସଙ୍ଗତ ସୀକୃତି ମିଳିଛି । ବର୍ଷ ୨୦୦୦ରେ ନେଦରଲାଣ୍ଡ ଦୁନିଆର ପ୍ରଥମ ଏମିତି ଦେଶ ବନିଥିଲା, ଯେଉଁଠି ସମଲିଙ୍ଗୀ ଯୋଡିଙ୍କୁ ବିବାହ କରିବା, ଛାଡପତ୍ର ନେବା ଓ ପୋଷ୍ୟପୁତ୍ର ଗ୍ରହଣ କରିବାର ଆଇନ ସମତ ବ୍ୟବସ୍ଥା ହାସଲ ହୋଇଥିଲା । ଏଠି ଆଜିକୁ ପାଖାପାଖି ୨୦,୦୦୦ ଯୋଡି ଏମିତି ଅଛନ୍ତି, ଯେଉଁମାନେ ସମାନ ଲିିଙ୍ଗ ସହିତ ବିବାହ କରିଛନ୍ତି ।
ବର୍ଷ ୨୦୦୨ରେ ବେଲଜିୟମରେ ସାଂସଦ ଗେ ମ୍ୟାରେଜକୁ ବୈଧ କଲେ ଯେତେବେଳେ, ବହୁତ ବିରୋଧ ହୋଇଥିଲା । କାନାଡ଼ାରେ ଦୁଇ ବର୍ଷ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନୀ ପରେ ଗେ ମ୍ୟାରେଜ୍ ବୈଧ ହେଲା । ସାଉଥ ଆଫ୍ରିକାର କୋର୍ଟରେ ବର୍ଷ ୨୦୦୫ରେ ଏକ ଆଦେଶ ପାରିତ ହୋଇଥିଲା, ଯାହା ଅଧିନରେ ଗେ ମ୍ୟାରେଜ୍ କୁ ରୋକିବା ବା ପୁଣି ଏହାର ବିରୋଧ କରିବାକୁ ଦେଶର ସମ୍ବିଧାନ ବିରୁଦ୍ଧରେ ସୂଚନା ଦିଆଗଲା । ଏହି ଦେଶ ଗୁଡିକ ବ୍ୟତୀତ ଓ ଆହୁରି କେତେକ ଦେଶ ଏହି ସଂପର୍କକୁ ମାନ୍ୟତା ଦେଇସାରିଛନ୍ତି ।