ଆଖି ହେଉଛି ଅମୂଲ୍ୟ ଅଙ୍ଗ! ଜାଣନ୍ତୁ ଖରାଦିନେ ଉତ୍ତାପ ଏବଂ ଧୂଳି ଅଧିକ ଥିବାରୁ କିଭଳି ନେବେ ଆଖିର ଯତ୍ନ । ଜୀବନଚର୍ଯ୍ୟା By Mukesh Sahu On Apr 27, 2018 - 10:38 PM image courtesy - regoscentras.lt 84 Share ଶରୀରର ଏକ ଅମୂଲ୍ୟ ଅଙ୍ଗ ହେଉଛି ଆଖି । ଆଖିର ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ ଅଟେ । ଖାସ କରି ଖରାଦିନେ ଖରାର ଉତ୍ତାପ ଏବଂ ବାୟୁମଣ୍ଡଳରେ ଉଡୁଥିବା ଧୂଳି ଆଖିକୁ ବହୁତ କ୍ଷତି ପହଞ୍ଚାଇଥାଏ । ତେଣୁ ଏହି ସବୁ କ୍ଷତିରୁ ଆଖିକୁ ରକ୍ଷା କରିବା ପାଇଁ ଆମକୁ କେଉଁ କେଉଁ ପଦକ୍ଷେପ ନେବାକୁ ପଡିବ ସେ ସମ୍ପର୍କରେ ଜାଣିବା ଅତ୍ୟନ୍ତ ଆବଶ୍ୟକ । Kanak News is now on WhatsApp Join and get latest news updates delivered to you via WhatsApp Join Now ମୁରାଦାବାଦ ଜିଲ୍ଲା ନେତ୍ର ଚିକିତ୍ସାଳୟର ବିଶେଷଜ୍ଞ ଡ.ଗିରିଜେସ କେନ ଗରମ ଦିନରେ ଆଖିକୁ କେଉଁଭଳି ଭାବରେ ରକ୍ଷା କରିବା ଏବଂ ଧୂଳି ଓ ଖରାର ଉତ୍ତାପ ରୁ କିଭଳି ଭାବରେ ରକ୍ଷା କରି ଆଖିର ଯତ୍ନ ନେବେ ସେ ବାବଦରେ ସଚେତନ କରାଇଛନ୍ତି । ସେ କହିଛନ୍ତି ଆଲର୍ଜିକ ରିୟାକସନରେ ସର୍ବ ପ୍ରଥମେ ଆଖିରେ ପାଣି ଆସିଥାଏ । ଏବଂ ଆଖି କୁଣ୍ଡେଇ ହେବା ସହ ଲାଲ ପଡିବା ଭଳି ଲକ୍ଷଣ ଦେଖାଦେଇଥାଏ । କିଛି ସମୟରେ ଋତୁ ବଦଳିବା କାରଣରୁ ମଧ୍ୟ ଆଲର୍ଜିକ ହୋଇଥାଏ । ଏ ସବୁରୁ ଆଖିକୁ ରକ୍ଷା କରିବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ଆଖିକୁ କୌଣସି ପରିସ୍ଥିତିରେ ମଧ୍ୟ ନମକଚି ଥଣ୍ଡା ପାଣିରେ ଭଲ ଭାବରେ ଆଖିକୁ ଧୋଇବା ଦରକାର । ଥଣ୍ଡା ପାଣିରେ ଧୋଇବା ଦ୍ୱାରା ଆଖି ଭିତରେ ଥିବା ମଇଳା ବାହାରକୁ ବାହାରି ଆସିଥାଏ ଏବଂ ଆଖିକୁ ଥଣ୍ଡା ଲାଗିଥାଏ । ଯଦି ଏସବୁ କରିବା ସତ୍ୱେବି ଆଖି ଲାଲ ଦେଖାଯାଏ କିମ୍ବା ଆଖି କୁଣ୍ଡେଇ ହୁଏ ତେବେ ବିଳମ୍ବ ନକରି ତୁରନ୍ତ ନିକଟରେ ଥିବା ଚକ୍ଷୁ ଚିକିତ୍ସାଳୟରେ ପରାମର୍ଶ କରିବା ଉଚିତ । ଡ. କେନଙ୍କ କହିବା ଅନୁସାରେ ସୂର୍ଯ୍ୟ କିରଣରୁ ଆସୁଥିବା ଅତି ବାଇଗଣୀ ରଶ୍ମି ଏବଂ ବାୟୁମଣ୍ଡଳରେ ଉଡୁଥିବା ଧୂଳି ଆଖିକୁ ହାନି ପହଞ୍ଚାଇଥାଏ । ଏସବୁରୁ ରକ୍ଷା ପାଇବା ପାଇଁ ଆଖିରେ ଚଷମା ବ୍ୟବହାର କରିବା ନିତ୍ୟନ୍ତ ଆବଶ୍ୟକ । ଚଷମା ପିନ୍ଧିବା ଦ୍ୱାରା ସୂର୍ଯ୍ୟରୁ ଆସୁଥିବା ହାନିକାରକ ଅତି ବାଇଗଣୀ ରଶ୍ମି ଆମ ଆଖିକୁ କ୍ଷତି ପହଞ୍ଚାଇପାରି ନଥାଏ । ତେବେ ଏହି ସମସ୍ତ ପଦକ୍ଷେପକୁ ପାଳନ କରି ଖରା ଦିନରେ ଆଖିର ଯତ୍ନ ନେଇପାରିବେ । 84 Share FacebookTwitterGoogle+WhatsAppTelegramEmailPrint