ଓଡିଶାର ନିଜର ପ୍ରଥମ ଘରୋଇ ଏଫ.ଏମ୍ ଚ୍ୟାନେଲ ରେଡିଓ ଚକଲେଟ୍ ତରଫରୁ ଆରମ୍ଭ ହୋଇଥିବା ଚକଲେଟ୍ ଅଲରାଉଣ୍ଡର ପ୍ରତିଯୋଗୀତାର ଆଜି ଥିବା ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ଜୁପିଟର ଡିଗ୍ରୀ କଲେଜର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ନାଚ, ଗୀତ, କମେଡି, ଷ୍ଟୋରି ଟେଲିଙ୍ଗ ଆଦି ପ୍ରତିଭା ସହ ଅଂଶ ଗ୍ରହଣ କରିଥିଲେ ।
ରେଡିଓ ଚକଲେଟ୍ ତରଫରୁ ଆୟୋଜିତ ହୋଇଥିବା ପ୍ରତିଯୋଗୀତାର ଦ୍ୱିତୀୟ ଦିନରେ ପ୍ରତିଯୋଗୀଙ୍କ ବ୍ୟତିତ ଅନେକ ଛାତ୍ରଛାତ୍ରୀ ରେଡିଓ ଚଳଲେଟର ମୋବାଇଲ ଷ୍ଟୁଡିଓରେ ନିଜର ଅନୁଭୂତି ବଖାଣିଥିଲେ । ଆରଜେ ନିଲ, ଆରଜେ କୋମଲ୍ ଏବଂ ଆରଜେ ଅନିଲ୍ କାର୍ଯ୍ୟକ୍ରମକୁ ମଞ୍ଚରେ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଓଲିଉଡ ଗାୟକ ସଂଗ୍ରାମ ମହାନ୍ତିଙ୍କ ଗୀତ ଛାତ୍ରଛାତ୍ରୀଙ୍କୁ ବେଶ ଆନନ୍ଦିତ କରିଥିଲା । ଏଥି ସହିତ ପ୍ରତିଯୋଗୀତାରେ ମାଧୁରୀ ପଣ୍ଡା, ପ୍ରୀୟଶ୍ରୀ ପଣ୍ଡା, ସଂନ୍ଦିପ ସିଂଙ୍କୁ ଫାଇନାଲିଷ୍ଟ ଘୋଷଣା କରାଯାଇ ଟେକ୍ନୋ ଏବଂ ଓରାଇମୋ ତରଫରୁ ଉପହାର ପ୍ରଦାନ କରାଯାଇଥିଲା । ଏହି ପ୍ରତିଯୋଗୀତାରେ ତୁଷାର ମହାପାତ୍ର, ଅଂଶୁମାନ ରାଣା ଏବଂ ସୃତିପ୍ରଜ୍ଞା ରାଉତଙଅକୁ ସନ୍ତୋନାମୁଳକ ଉପହାର ଦିଆଯାଇଥିଲା ।
ରେଡିଓ ଚକଲେଟ ତରଫରୁ ମାନସ ପଡିଆରୀ, ଶ୍ରୀକାନ୍ତ ପଣ୍ଡା, ସୁବ୍ରତ ସ୍ୱାଇଁ, ବ୍ୟୋମକେଶ ବୋଦପ୍ରକାଶ, ଅରୁଣ, ତାପସ, ଅଭିନାଶ ପରିଚାଳନାରେ ସହାୟତା କରିଥିଲେ । ଏହି ଇଭେଣ୍ଟରେ ପ୍ରଯୋଜକ ଥିଲେ ଅମୃତ ୱାଟର , ଟେକ୍ନୋ ମୋବାଇଲ୍ସ, ଓରାଇମୋ, ଏଲଆଇସି, ଲକ୍ଷ୍ମୀ ମୋବାଇଲ, ରାପିଡୋ ବାଇକ ଟ୍ୟାକ୍ସି, ଏସବିଆଇ, ସଫଲ ହ୍ୱାଟ୍ସ କୁକୁଙ୍ଗ ଓ ମିଡିଆ ପାର୍ଟନ ସମ୍ବାଦ, କନକ ନ୍ୟୁଜ, ଓଙ୍ଗିଶା ସନଟାଇମ୍ସ ଓ ଆଉଟଡୋର ପାର୍ଟନର ହିନ୍ଦୁସ୍ତାନ ଆଡଭାଟାଇଜିଂ ଏଜେନ୍ସି । ଏହାପରେ ହାଇଟେକ କଲେଜ, ଗୀତା ଇଞ୍ଜିନିୟରିଂ କଲେଜ, ସତ୍ୟସାଇ ମହିଳା ମହାବିଦ୍ୟାଳୟ, ରାଜା ବଗିଚା ସିଟି କଲେଜ, କେ.ଏମ.ବି.ବି ଇଞ୍ଜିନିୟରିଂ କଲେଜ ଏବଂ କିଟ କଲେଜରେ ଏହି ଚକଲେଟ ଅଲରାଉଣ୍ଡରର ପ୍ରତିଯୋଗୀତା ଅନୁଷ୍ଠିତ ହେବ ବୋଲି ରେଡିଓ ଚକଲେଟ ତରଫରୁ ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/DSC_0347.jpg)
/kanak/media/post_attachments/wp-content/uploads/2018/09/DSC_0355.jpg)