ମକର ପାଇଁ ଚଳଚଚଂଳ ଓଡିଶା । ଯୋଡାର କେଶରୀ କୁଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

211

କନକ ବ୍ୟୁରୋ : ମକର ସଂକ୍ରାନ୍ତିରେ ଯୋଡାରେ କେଶରୀ କୁଣ୍ଡରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ଆଜି ସକାଳୁ ସକାଳୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ଏଠାରେ ବୁଡ ପକାଉଛନ୍ତି । କେନ୍ଦୁଝରର ବୈତରଣୀ ନଦୀ କୂଳରେ ରହିଛି କେଶରୀ କୁଣ୍ଡ । ବିଶାଳକାୟ ପଥର ଭିତରେ ରହିଛି ଏହି କେଶରୀ କୁଣ୍ଡ ।

ତା ଭିତରେ ରହିଛି ପାଣି । ବିଶ୍ୱାସ ରହିଛି ମକର ସଂକ୍ରାନ୍ତିରେ ଏହି କେଶରୀ କୁଣ୍ଡରେ ବୁଡ ପକାଇଲେ ମନସ୍କାମନା ପୂରଣ ହୋଇଥାଏ । ପାପ କ୍ଷୟ ହୋଇଥାଏ । ମକର ଅବସରରେ ଏଠାରେ ବୁଡ ପକାଇବା ସହିତ ମେଳା ବୁଲିବାର ମଜା ନେଉଛନ୍ତି ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ।