ଭାରତୀୟ ସ୍କୁଲରେ ୬୭% ପାଠପଢ଼ା କଳାପଟା ମାଧ୍ୟମରେ, ସ୍ମାର୍ଟଫୋନର କେବଳ ୧୬% ବ୍ୟବହାର : ସର୍ଭେ ରିପୋର୍ଟ 

ଭାରତରେ ସ୍କୁଲରେ ୬୭% ପାଠପଢ଼ା ବ୍ଲାକବୋର୍ଡରେ ହେଉଛି ।

85

ଭାରତକୁ ଦୁନିଆରେ ସୂଚନା ପ୍ରଯୁକ୍ତିବିଦ୍ୟାର ସୁପରପାୱାର ମନାଯାଏ । ଏହା ସତ୍ୱେ ଦେଶରେ ଶିକ୍ଷା କ୍ଷେତ୍ରରେ ବୈଷୟିକ କୌଶଳର ବ୍ୟବହାର ବହୁତ କମ୍ । ଏକ ରିପୋର୍ଟ ମୁତାବକ, ସାରା ଦୁନିଆର ଦେଶରେ ଯେଉଁଠି ହାରାହାରି ୩୫% ବ୍ଲାକବୋର୍ଡ ରହିଯାଇଛି , ଭାରତର ସ୍କୁଲରେ ଏବେ ବି ୬୭% ପାଠପଢ଼ା ବ୍ଲାକବୋର୍ଡରେ ହେଉଛି । ସାରା ଦୁନିଆର ଦେଶରେ ହ୍ୱାଇଟ୍ ବୋର୍ଡର ବ୍ୟବହାର ୭୩% ହେଲେ ବି, ମେ।।ଟ୍ ପାଠପଢ଼ାରେ ସ୍ମାର୍ଟଫୋନର ବ୍ୟବହାର ହାରାହାରି ୪୨% । ଏହି ମାମଲାରେ ଭାରତ ପଛରେ ଅଛି, ଯେଉଁଠି ପାଠପଢ଼ା ପାଇଁ ସ୍ମାର୍ଟଫୋନର ବ୍ୟବହାର ମାତ୍ର ୧୬% ହୋଇଥାଏ ।

ସର୍ଭେ ମୁତାବକ, ଭାରତରେ ଶ୍ରେଣୀଗୃହରେ ସ୍ମାର୍ଟଫୋନ୍, ଟ୍ୟାବଲେଟ୍ କିମ୍ବା ହ୍ୱାଇଟବୋର୍ଡର ବ୍ୟବହାର ବହୁତ କମ୍ ହୋଇଥାଏ । ଗବେଷଣା ମୁତାବକ, ଦୁନିଆର ମାତ୍ର ଏକ ତୃତୀୟାଂଶ ଛାତ୍ରମାନେ ପାଠପଢ଼ା ସମୟରେ ବ୍ଲାକବୋର୍ଡ କିମ୍ବା ଖଡି ର ବ୍ୟବହାର କରିବା କହିଛନ୍ତି । କିନ୍ତୁ ଭାରତରେ ଏମିତି କହୁଥିବା ଦୁଇ ତୃତୀୟାଂଶ ଛାତ୍ର ଅଛନ୍ତି । ଅଧିକାଂଶ ଦେଶରେ ସ୍ମାର୍ଟଫୋନ୍-ଟ୍ୟାବଲେଟ୍ ସହିତ ପେନ୍-ପେପର୍-ବ୍ଲାକବୋର୍ଡର ବ୍ୟବହାର ହୋଇଥାଏ । ରିପୋର୍ଟରେ କୁହାଯାଇଛି କି, ସ୍ମାର୍ଟପୋନ୍ ଜରିଆରେ ପଢ଼ାଇବା ଦ୍ୱାରା ଶିକ୍ଷକମାନେ ଛାତ୍ରଙ୍କ ସହ ଯୋଡି ରହିବା ସହିତ ବିଷୟକୁ ନେଇ ଅଧିକ ଅପଡେଟ୍ ବି ରହନ୍ତି ।