୨୦୧୯ ନିର୍ବାଚନରେ ଓଡ଼ିଶାରୁ ଲଢିବେ ଧର୍ମେନ୍ଦ୍ର ! କେଉଁ ଆସନରୁ ଲଢିବେ ସ୍ପଷ୍ଟ କଲେନି, ସାଂସଦ ନା ବିଧାୟକ ପ୍ରାର୍ଥୀ ହେବେ ସେ ନେଇ ଦଳ ନେବ ନିଷ୍ପତି

61

କନକ ବ୍ୟୁରୋ : ବିହାର ଛାଡିବେ ଓଡିଶାରୁ ଲଢିବେ । ଏଥିପାଇଁ ମନ ବଳାଇ ସାରିଲେଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ଓଡିଶାରୁ ଲଢିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ସାହିତ୍ୟ ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ବିହାରରୁ ରାଜ୍ୟସଭା ସାଂସଦ ଥିବା ଧର୍ମେନ୍ଦ୍ର ନିକଟରେ କେନ୍ଦ୍ରମନ୍ତ୍ରୀ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି । ଓଡ଼ିଶାରୁ ନିର୍ବାଚନ ଲଢିବାକୁ ସ୍ପଷ୍ଟ କରିବା ପରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କେଉଁ ଆସନରୁ ଲଢିବେ ଧର୍ମେନ୍ଦ୍ର ଏବେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଧର୍ମେନ୍ଦ୍ର ଦିଲ୍ଲୀ ଯିବେ ଓଡ଼ିଶା ରାଜନୀତିରେ ପ୍ରତ୍ୟକ୍ଷ ଭାବେ ଜଡିତ ରହିବେ ସେ ନେଇ କୌଣସି ଇଙ୍ଗିତ କରିନାହାନ୍ତି ।

naveen vs dharmendraତେବେ କେନ୍ଦ୍ରମନ୍ତ୍ରୀ ୨୦୧୯ରେ ଓଡିଶାରେ ବିଧାୟକ ବା ସାଂସଦ ଭାବେ ନିର୍ବାଚନ ଲଢିବେ ସେ ନେଇ ଦଳ ନିଷ୍ପତି ନେବ ବୋଲି ସ୍ପଷ୍ଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଏବେ ବିହାରରୁ ସାଂସଦ ଅଛନ୍ତି । ତେବେ ୨୦୧୯ରେ ବିଜେଡିକୁ ଟକ୍କର ଦେବାକୁ ବିଜେପି ରଣନୀତି ପ୍ରସ୍ତୁତ କରିସାରିଛି । ପଞ୍ଚାୟତ ନିର୍ବାଚନରେ ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ବିଜେପି ଦଳ ପ୍ରଦର୍ଶନ କରିଥିଲା । ପଂଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ ପରେ ଏବେ ଜୋସରେ ଅଛନ୍ତି ରାଜ୍ୟର ବିଜେପି କର୍ମୀ । ପଞ୍ଚାୟତ ନିର୍ବାଚନର ସଫଳତାକୁ ପାଥେୟ କରି ଦଳ ଏବେ ଓଡ଼ିଶାରେ ବିଜୟୀ ହେବ ବୋଲି ଆଶା ବାନ୍ଧିଛି । ଏଥିପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ବାରମ୍ବାର ଓଡିଶା ଆସୁଛନ୍ତି ।

ଦଳର ସ୍ଥିତି କଣ ରହିଛି ଓ ଶାସକ ବିଜେଡିକୁ କିପରି ମାତ୍ ଦିଆଯିବ ସେ ନେଇ ଋଣନୀତି ପ୍ରସ୍ତୁତ କରୁଛନ୍ତି ମୋଦିଙ୍କ ବ୍ରିଗେଡ । ଏପରିକି ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ ୧୨୦ ଆସନ ଜିତିବ ବୋଲି ଦଳର ଜାତୀୟ ସଭାପତି ଅମିତ ଶାହ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଷ୍ଟ୍ରାଟେଜିଷ୍ଟ ମ୍ୟାନ ଅମିତ ପ୍ରତିଥର ଓଡ଼ିଶା ଗସ୍ତରେ ନୂଆ ନୂଆ ଷ୍ଟ୍ରାଟେଜି ସହ ବିଜେପିର ବିଜୟ ନେଇ ଦଳୀୟ କର୍ମୀଙ୍କ କାନରେ ଗୁରୁମନ୍ତ୍ର ଫୁଙ୍କୁଛନ୍ତି । ତେବେ ଏସବୁ ଭିତରେ ବିଜେପି ଆଗାମୀ ଦିନରେ କିଛି କରିସ୍ମା କରି ପାରୁଛି ନା ବିଜେଡ଼ିର ଯାଦୁ ପୁଣିଥରେ ଥରେ ଦେଖିବାକୁ ମିଳିବ ତାହା ଆଗାମୀ ନିର୍ବାଚନରେ ଜଣାପଡିବ ।