କନକ ବ୍ୟୁରୋ : ଆନ୍ତର୍ଜାତିକ ପର୍ଯ୍ୟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ଚିଲିକା ହ୍ରଦର ଭିନ୍ନ ଏକ ଆକର୍ଷଣ ହେଉଛି ଏଠାରେ ଥିବା ବିରଳ ପ୍ରଜାତିର ଇରାୱାଡି ଡଲଫିନ। ପ୍ରତିଦିନ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଏହି ବିରଳ ଡଲଫିନ ଦେଖିବାକୁ ଆସିଥାନ୍ତି। କିନ୍ତୁ ବିଭିନ୍ନ କାରଣରୁ ଏବେ ଡଲଫିନଙ୍କ ଜୀବନ ବିପଦରେ । ଡଲଫିନ୍ ପାଇଁ ନିଆଯାଇଥିବା ଅଭୟାରଣ୍ୟ ପ୍ରସ୍ତାବ ଆଜି ମଧ୍ୟ କାର୍ଯ୍ୟକାରୀ ହୋଇ ନ ଥିବାବେଳେ ଗୋଟିଏ ପରେ ଗୋଟିଏ ଡଲଫିନର ଜୀବନ ଯିବାରେ ଲାଗିଛି। ଗତ ୨ ମାସରେ ୫ଟି ଡଲଫିନ୍ ମରିଥିବା ବନ ବିଭାଗର ତଥ୍ୟରୁ ଜଣାପଡ଼ିଛି।
/kanak/media/post_attachments/wp-content/uploads/2019/03/images-5.jpg)