ଭାରତରେ ଇଂରେଜ ଶାସନ ସମୟରେ ଶିକ୍ଷା ଉପରେ ପଡିଥିଲା ଗୁରୁତର ପ୍ରଭାବ…..

311

୧୭୫୭ ମସିହାରେ ବଙ୍ଗର ନବାଜ ସିରାଜଉଦୈାଲା ପରାସୀଠାରେ ଇଂରେଜମାନଙ୍କ ଦ୍ୱାରା ଯୁଦ୍ଧରେ ପରାସ୍ତ ହେଲେ । ଏହା ପଲାସୀ ଯୁଦ୍ଧରେ ପରିଚିତ । ପ୍ରଥମରୁ ଇଂରେଜମାନେ ଭାରତକୁ ବାଣିଜ୍ୟ କରିବା ପାଇଁ ଆସିଥିଲେ । ମାତ୍ର ସେତେବେଳ ରାଜନୈତିକ ଦୁର୍ବଳତାର ସୁଯୋଗ ନେଇ ପରେ ଭାରତରେ ଶାସନ କରିବାକୁ ଲାଗିଲେ । ତେବେ ପଲାସା ଯୁଦ୍ଧ ପରେ ୧୮୫୭ ମସିହାରେ ବିଦ୍ରୋହ ଆରମ୍ଭ ହେବା ବେଳକୁ ସମଗ୍ର ଭାରତ ଇଂରେଜ ଶାସିତ ହୋଇସାରିଥିଲା । ତେବେ ପୂର୍ବବର୍ତ୍ତୀ ଶାସନ ଯଥା ତୁର୍କ ଓ ମୋଗଲ ଶାସନଠାରୁ ଇଂରେଜ ଶାସନ ସମ୍ପୂର୍ଣ୍ଣ ଅଲଗା ଥିଲା । ସେମାନେ ଚାହୁଁଥିଲେ ଯେ, ଭାରତରୁ କିପରି ଭାବରେ ଅଧିକରୁ ଅଧିକ ଅର୍ଥ ଇଂଲଣ୍ଡକୁ ନେବେ । ସେତେବେଳ ସମୟରେ ସେଠାରେ ଅର୍ଥାତ ଇଂଲଣ୍ଡନରେ ନୂଆ ନୂଆ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଥାଏ । ନୂଆ ନୂଆ କଳକାରଖାନା ବସାଇବା ଲାଗି ଆବଶ୍ୟକ ହେଉଥିବା କଞ୍ଚାମାଲ ଭାରତରୁ ସଂଗୃହୀତ ହେବାକୁ ଲାଗିଲା । ପୁଣି କଳକାରଖାନାରୁ ଉତ୍ପାଦିତ ସାମଗ୍ରୀର ବିକ୍ରି ପାଇଁ କ୍ଷେତ୍ର ମଧ୍ୟ ପ୍ରସ୍ତୁତ କରାଗଲା । ଯେହେତୁ ସେତେବେଳେ ଇଂରେଜମାନେ ଦେଶରେ ଶାସନ କରୁଥିଲେ ତେଣୁ ସେମାନେ ନିଜ ମନଇଚ୍ଛା ଭାରତରୁ ଧନ ସମ୍ପତ୍ତି ଲୁଟିନେବାକୁ ଲାଗିଲେ ।

 

କେବଳ ଇଂଲଣ୍ଡନର ସ୍ୱାର୍ଥରକ୍ଷା ଲାଗି ଭାରତର ଶକ୍ଷା, ସଂସ୍କୃତି ଓ ଆର୍ଥିକ ବ୍ୟବସ୍ଥାକୁ ପରିବର୍ତ୍ତନ କରାଗଲା । ପୂର୍ବରୁ ମଦ୍ରାସା ଓ ମକତବ ମୁସଲମାନଙ୍କ ପାଇଁ ଏବଂ ଚାଟଶାଳୀ, ମଠ  ଓ ଟୋଲ ହିନ୍ଦୁମାନଙ୍କ ପାଇଁ ପ୍ରମୁଖ ପାରମ୍ପରିକ ଶିକ୍ଷା ରହିଥିଲା । ଏଠାରେ ଧର୍ମଶାସ୍ତ୍ର,ଗଣିତ ଓ ତର୍କଶସ୍ତ୍ର ଥିଲା ଏହାର ପ୍ରଧାନ ବିଷୟ । ଭାରତରେ ଆଧୁନିକ ଶିକ୍ଷା ଆରମ୍ଭ କଲେ କୈାଣସି ଲାଭ ହେବ ନାହିଁ ବୋଲି ସେମାନେ ଜାଣିଥିଲେ । ତେଣୁ ସେହି ପାରମ୍ପରିକ ପାଠ ଭାରତୀୟମାନଙ୍କୁ ପଢାଯାଉଥିଲା । ଭାରତରେ ପ୍ରଚଳିତ ଥିବା କିଛି ନିୟମକୁ ସରକାର ଜାଣିବାପାଇଁ ଚେଷ୍ଟା କରୁଥିଲେ । କାରଣ ଭାରତରେ ଶାସନ କରିବାକୁ ହେଲେ ଏଠାକାର ଆଇନ କାନୁନ ବିଷୟରେ ଜାଣିବାର ଆବଶ୍ୟକତା ରହିଥିଲା । ଇଂଲଣ୍ଡଠାରେ ଉଚ୍ଚ କୋଟିର ଶିକ୍ଷା ଦିଆଯାଉଥିବା ବେଳେ ଭାରତରେ ସେହି ପୂରୁଣା ଶିକ୍ଷା କାହିଁକି ଦିଆଯିବ ବୋଲି କହିବା ସହ ପ୍ରଥମେ ଭାରତରେ ଖ୍ରୀଷ୍ଟୀୟାନ ମିସ୍ନାରୀମାନେ ଘୋର ବିରୋଧ କଲେ । ତେଣୁ ଇଂରେଜମାନେ ୧୮୧୩ ମସିହାରେ ଚାର୍ଟର ଆଇନ ପ୍ରଣୟନ କଲେ । କାରଣ ଇଂରେଜମାନେ ଅନୁଭବ କରିଥିଲେ ଭାରତରେ ଶାସନ କରିବାକୁ ହେଲେ ଏଠାକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପଡିବ । ତେବେ ନିର୍ଦ୍ଧାରିତ ଆଇନ ଅନୁସାରେ ଭାରତରେ ଇଂରେଜମାନେ ସେତେବେଳେ ଶିକ୍ଷାର ପ୍ରସାର କଲେ । ଏହି ଯୋଜନା ଲାଗି ସରକାର ଏକ ଫଣ୍ଡ ଗଠନ କରିଥିଲେ ହେଲେ ଦୀର୍ଘ ୧୦ବର୍ଷ ପରେ ବି ଏହି ଫଣ୍ଡରୁ ଟଙ୍କା ଖର୍ଚ୍ଚ କଲେନାହିଁ । ତେଣୁ ଭାରତୀୟମାନେ ଇଂରେଜମାନଙ୍କ ବିରୋଧରେ ଆନ୍ଦୋଳନ କରିବାରେ ଲାଗିଲେ । ଆନ୍ଦୋଳନକୁ ଏତେ ତୀବ୍ର କରାଗଲା ଯେ ଶେଷରେ ଇଂରେଜମାନେ ଭାରତରେ ଶିକ୍ଷାର ପ୍ରସାର କରିଥିଲେ । ଇଂରେଜମାନେ ଭାରତୀୟମାନଙ୍କୁ ସେମାନଙ୍କ କଥାମାନି ଚଳିବାକୁ ବାଧ୍ୟ କରିବା ସହ ଗୋଲାମ ଗିରି ଆରମ୍ଭ କରିଦେଲେ । ଭାରତୀୟମାନେ ଉଚ୍ଚ ଶିକ୍ଷା ଲାଭ କଲେ ସେମାନଙ୍କ କଥା ଶୁଣିବେ ନାହିଁ କି ସେମାନଙ୍କ କାମ କରିବେ ନାହିଁ । ତେଣୁ ସରକାର ଭାରତର ପିଲାମାନଙ୍କୁ ଶିକ୍ଷା ଦେବାକୁ ଚାହୁଁନଥିଲେ । କିନ୍ତୁ ପରେ ସେମାନଙ୍କ ବିରୋଧରେ ଆନ୍ଦୋଳନ ତୀବ୍ର ହେବାରି ବାଧ୍ୟ ହୋଇ ଶିକ୍ଷାର ସାମାନ୍ୟ ପ୍ରସାର କରିଥିଲେ ।