କେନ୍ଦୁଝର : ଦରମା ବୃଦ୍ଧି ଦାବିରେ ଇମ୍ପା କ୍ରୋମାଇଟ ଖଣିର ସ୍ଥାୟୀ କର୍ମଚାରୀ ଓ ଶ୍ରମିକମାନଙ୍କ ଧାରଣା

44

କନକ ବ୍ୟୁରୋ : କେନ୍ଦୁଝର ଜିଲା ହାଟଡିହି ବ୍ଲକ ବଉଳା ସ୍ଥିତ ଇମ୍ପା କ୍ରୋମାଇଟ ଖଣିର ସ୍ଥାୟୀ କର୍ମଚାରୀ ଓ ଶ୍ରମିକମାନେ ଦୀର୍ଘ ୧୩ଦିନ ହେବ ଧାରଣାରେ ବସିଛନ୍ତି । ଦରମା ବୃଦ୍ଧି ପାଇଁ ବାରମ୍ବାର ଅଧିକାରୀମାନଙ୍କୁ ଜଣାଇ ନିରାଶ ହେବା ପରେ ଧାରଣାରେ ବସିଛନ୍ତି ଶ୍ରମିକ । ସମାନ ଖଣି ଖାଦାନ ଥାଇ ସୁକିନ୍ଦା ଖଣି ର କର୍ମଚାରୀମାନଙ୍କ ଦରମା ବୃଦ୍ଧି କରୁଥିବା ବେଳେ ବଉଳା କର୍ମଚାରୀଙ୍କ ଦରମା ବୃଦ୍ଧି କରୁନଥିବା ଅଭିଯୋଗ ହେଉଛି ।

ଅଫିସରମାନଙ୍କ ଦରମା ବୃଦ୍ଧି ହେଉଥିବା ବେଳେ ସ୍ଥାୟୀ କର୍ମଚାରୀ ଓ ଶ୍ରମିକଙ୍କର ହେଉନାହିଁ । ଏବିଷୟରେ ସମସ୍ତ ଅଧିକାରୀଙ୍କୁ ଲିଖତ ଆକାରେ ଜଣାଯାଇଛି । ଆଗାମୀ ଦିନରେ ଆମର ଦାବି ପୂରଣ ନହେଲେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।