କନକ ବ୍ୟୁରୋ : କେନ୍ଦୁଝର ଜିଲା ହାଟଡିହି ବ୍ଲକ ବଉଳା ସ୍ଥିତ ଇମ୍ପା କ୍ରୋମାଇଟ ଖଣିର ସ୍ଥାୟୀ କର୍ମଚାରୀ ଓ ଶ୍ରମିକମାନେ ଦୀର୍ଘ ୧୩ଦିନ ହେବ ଧାରଣାରେ ବସିଛନ୍ତି । ଦରମା ବୃଦ୍ଧି ପାଇଁ ବାରମ୍ବାର ଅଧିକାରୀମାନଙ୍କୁ ଜଣାଇ ନିରାଶ ହେବା ପରେ ଧାରଣାରେ ବସିଛନ୍ତି ଶ୍ରମିକ । ସମାନ ଖଣି ଖାଦାନ ଥାଇ ସୁକିନ୍ଦା ଖଣି ର କର୍ମଚାରୀମାନଙ୍କ ଦରମା ବୃଦ୍ଧି କରୁଥିବା ବେଳେ ବଉଳା କର୍ମଚାରୀଙ୍କ ଦରମା ବୃଦ୍ଧି କରୁନଥିବା ଅଭିଯୋଗ ହେଉଛି ।
ଅଫିସରମାନଙ୍କ ଦରମା ବୃଦ୍ଧି ହେଉଥିବା ବେଳେ ସ୍ଥାୟୀ କର୍ମଚାରୀ ଓ ଶ୍ରମିକଙ୍କର ହେଉନାହିଁ । ଏବିଷୟରେ ସମସ୍ତ ଅଧିକାରୀଙ୍କୁ ଲିଖତ ଆକାରେ ଜଣାଯାଇଛି । ଆଗାମୀ ଦିନରେ ଆମର ଦାବି ପୂରଣ ନହେଲେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/vlcsnap-2017-10-04-17h08m00s727.png)