କନକ ନ୍ୟୁଜର ମହାପ୍ରଭାବ : ରାଜ୍ୟର ସମସ୍ତ ବେଆଇନ ସେବାଶ୍ରମରେ ପଡିବ ତାଲା

ଢେଙ୍କାନାଳ ସେବାଶ୍ରମରେ ଯୌନ ଶୋଷଣ ନେଇ ଖବର ପ୍ରସାରଣ ପରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସୂଚନା ।

153

କନକ ବ୍ୟୁରୋ : କନକ ନ୍ୟୁଜ ମହାପ୍ରଭାବ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ରାଜ୍ୟର ସମସ୍ତ ବେଆଇନ ସେଲଟର ହୋମକୁ ବନ୍ଦ କରାଯିବ ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ଢେଙ୍କାନାଳରେ ଗୁଡ ନ୍ୟୁଜ ଇଣ୍ଡିଆ ସେଲଟର ହୋମ ମଧ୍ୟ ବେଆଇନ ଭାବେ ଚାଲିଥିବା ମନ୍ତ୍ରୀ କହିଛନ୍ତି । ଢେଙ୍କାନାଳ ସେବାଶ୍ରମରେ ଅନ୍ତେବାସୀ ମାନଙ୍କୁ ଯୌନଶୋଷଣ ଦିଆଯାଉଥିବା ନେଇ ଦୁଇ ଦିନ ହେଲା ଘନ ଘନ ଖବର ପ୍ରସାରଣ କରୁଛି କନକ ନ୍ୟୁଜ । ନୂଆ ନୂଆ ତଥ୍ୟ ସାମନାକୁ ଆସୁଥିବା ବେଳେ କିଭଳି କିଶୋରୀ ଓ ଯୁବତୀ ମାନଙ୍କୁ ଅସଦାଚରଣ କରାଯାଉଥିଲା କ୍ୟାମେରା ସାମନାରେ ତାର ଗୁମର ଖୋଲିଛନ୍ତି ଅନ୍ତେବାସୀ । ଏପରିକି ବିଦେଶୀ ମାନଙ୍କୁ ଆଣି ଯୌନ ଶୋଷଣ କରାଯାଉଥିବା ଭଳି ଚାଂଚଲ୍ୟକର ତଥ୍ୟ ମଧ୍ୟ ସାମନାକୁ ଆସିଛି ।

ଢେଙ୍କାନାଳର ସେଲଟର ହୋମରେ ଶାରୀରିକ ଶୋଷଣ ଅଭିଯୋଗରେ ଆସିଲା ଚାଂଚଲ୍ୟକର ତଥ୍ୟ । ଅନ୍ତେବାସୀ କହିଲେ, ଫୟାଜ ରେହମାନଙ୍କ ସହ ସେଲଟର ହୋମକୁ ଆସୁଥିଲେ ବିଦେଶୀ । ଝିଅଙ୍କୁ ବିଦେଶୀ ଜୋରଜବରଦସ୍ତ ଚୁମ୍ବନ କରୁଥିବା ସହ ସମ୍ବେଦନଶୀଳ ଅଙ୍ଗକୁ ଛୁଉଁଥିବା ଅଭିଯୋଗ ରହିଛି । ଗତକାଲି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ତ୍ତୃପକ୍ଷ ସେଲଟର ହୋମରେ ପହଂଚିଥିବା ବେଳେ ଏନେଇ ତଦନ୍ତକାରୀ ଟିମ୍ ନିକଟରେ ଅଭିଯୋଗ କରିଛନ୍ତି ଅନ୍ତେବାସୀ । ଏମିତିକି ସେଲଟର ହୋମର ରୋଷେୟା ମଧ୍ୟ ଏମିତି କିଛି ଘଟଣା ଦେଖିଥିବା ଅଭିଯୋଗ କରିଛି । ସେପଟେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ସେଲଟର ହୋମର ଶାଖା ପରିଚାଳକ ସୀମାଂଚଳ ନାୟକଙ୍କୁ ଗିରଫ କରିଛି ଢେଙ୍କାନାଳ ପୋଲିସ ।