ଇଲିୟାନାଙ୍କୁ ପ୍ରଶଂସକଙ୍କ ଅସଦଚାରଣ ! ଟୁଇଟର୍ ଜରିଆରେ ରାଗ ଜାହିର୍ କରି କହିଲେ, ମୋ ଉପରେ କଣ ସମସ୍ତଙ୍କ ଅଧିକାର?

36

ଚର୍ଚ୍ଚାରେ ବାଦଶାହୋ ନାୟିକା ଇଲିୟାନା ଡିକୁଜ୍ । ହେଲେ ସିନେମା ପାଇଁ ନୁହେଁ ନିଜ ଟୁଇଟର୍ ପୋଷ୍ଟ୍ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବଲିଉଡର ଏହି ନାୟିକା । ସୂଚନା ଅନୁସାରେ, ନିକଟରେ ଜଣେ ପ୍ରଶଂସକ ଇଲିୟାନାଙ୍କୁ ଅସଦଚାରଣ କରିଥିଲେ । ଆଉ ଏହି ରାଗ ଇଲିୟାନା ଟୁଇଟର୍ ଜରିଆରେ ପ୍ରକାଶ କରିଛନ୍ତି ।

ଇଲିୟାନା ଟୁଇଟ୍ କରି କହିଛନ୍ତି ‘ମୁଁ ଏକ ପବ୍ଲିକ୍ ଫିଗର୍ । ମାନୁଛି ମୋତେ ସେତିକି ଗୋପନତା ମିଳିପାରିବନି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ମୋ ସହ ଦୁର୍ବ୍ୟବହାର କିମ୍ବା ଅସଦଚାରଣ କରିବାର ଅଧିକାର ସମସ୍ତଙ୍କୁ ମିଳିଯିବ । ଯାହା ହେଲେ ବି ମୁଁ ଜଣେ ଝିଅ’ ।

ତେବେ ଏହି ଟୁଇଟରୁ ଜଣା ପଡୁଛି କେହି ଜଣେ ପ୍ରଶଂସକ ଇଲିୟାନାଙ୍କ ସହ ଦୁର୍ବ୍ୟବହାର କରିଛନ୍ତି । ଯେଉଁଥିପାଇଁ ଟୁଇଟର୍ ଜରିଆରେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି ସେ । ତେବେ କୌଣସି ସେଲିବ୍ରିଟିଙ୍କୁ ଦୁବ୍ୟବହାର କରିବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଏଭଳି ଅନେକ ଖବର ସାମ୍ନାକୁ ଆସିଛି । ଅତୀତରେ ସୁସ୍ମିତା ସେନ୍ , ସୋନାକ୍ଷୀ ସିହ୍ନା, ସୋନମ୍ କପୁର୍ , ଦୀପିକା ପାଦ୍ୟୁକୋନ୍ ଆଦି ନାୟିକା ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ନିଜ ପ୍ରିୟ ସେଲିବ୍ରିଟିଙ୍କୁ ଦେଖିବା ପାଇଁ ସବୁବେଳେ ପ୍ରଶଂସକଙ୍କ ମଧ୍ୟରେ ଏକ ପ୍ରତିଯୋଗୀତା ହୋଇଥାଏ । ଆଉ ଅତ୍ୟଧିକ ଉତ୍ସାହିତ ହୋଇ ପ୍ରଶଂସକ ମାନେ ଏଭଳି କିଛି କରି ବସିଥାନ୍ତି ଯାହାର ଫଳ ସ୍ୱରୁପ ଏଭଳି ଘଟଣା ସବୁ ସାମ୍ନାକୁ ଆସିଥାଏ ।