ବିଶ୍ୱର ସବୁଠାରୁ ଭଲ ଟଏଲେଟ୍ ପେପର ସର୍ଚ୍ଚ କଲେ ଆସୁଛି ପାକିସ୍ତାନର ପତାକା ! ଗୁଗୁଲ୍ ଦେଉଛି ରୋମାଞ୍ଚକର ଉତ୍ତର ।

585

ଗତ ଗୁରୁବାର ଫେବ୍ରୁଆରୀ ୧୪ରେ ସମଗ୍ର ଦେଶକୁ ସ୍ତବ୍ଧ କରିଥିଲା ପୁଲଓ୍ଵାମାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍-ଇ-ମହମ୍ମଦର ଆତଙ୍କବାଦୀମାନେ ଘଟାଇଥିବା ହାମଲା । ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ଜଣ ସିଆରପିଏଫ୍ ଯବାନ ସହିଦ୍ ହେବା ସହ ଏକାଧିକ ଯବାନ ଆହତ ହୋଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶ ସ୍ତବ୍ଧ ହୋଇଯିବା ସହ ପାକିସ୍ତାନର ମୂଳ ପୋଛ କରିବାର ଦାବି କରିବାକୁ ଲାଗିଥିଲେ । 

ବିଶ୍ୱର ଅନ୍ୟ ରାଷ୍ଟ୍ର ସମୂହ ମଧ୍ୟ ବେଶ୍ ଶାଣିତ ଢ଼ଙ୍ଗରେ ନିନ୍ଦା କରିଥିଲେ ପାକିସ୍ତାନର । ଏବେ ସୋସିଆଲ ମିଡିଆରେ ଏଭଳି ଦୁର୍ଭାଗ୍ୟଜନକ ଘଟଣାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଗୁଗଲ ସର୍ଚ୍ଚକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଗୁଗଲରେ ‘ବେଷ୍ଟ ଟଏଲେଟ୍ ପେପର’ ସର୍ଚ୍ଚ କଲେ ପାକିସ୍ତାନର ଜାତୀୟ ପତାକା ଆସୁଥିବା ଦେଖା ଯାଇଛି । ଯାହାର ସ୍କ୍ରିନସଟ୍ ନେଇ ଏବେ ଲୋକମାନେ ସେୟାର କରିବାରେ ଲାଗି ପଡ଼ିଛନ୍ତି । କେବଳ ଭାରତ ନୁହେଁ ଅନ୍ୟ ଦେଶମାନେ ମଧ୍ୟ ପାକିସ୍ତାନର ଏଭଳି କାମ ସହ ମସୁଦ ଅଜହରଙ୍କ ଭଳି ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବାରୁ ପାକିସ୍ତାନର ତୀବ୍ର ନିନ୍ଦା କରିଛନ୍ତି । 

ବେଷ୍ଟ ଟଏଲେଟ୍ ପେପର ଖବର ପ୍ରସାର ହେବା ପରେ ଟୁଇଟର ବ୍ୟବହାରକାରୀମାନେ ଏହାକୁ ସେୟାର କରି ପାକିସ୍ତାନକୁ ଟ୍ରୋଲ କରିଛନ୍ତି । ବ୍ୟବହାରକାରୀମାନେ ଗୁଗଲର ଏପରି କାମକୁ ପ୍ରଶଂସା କରିବା ସହ ପାକିସ୍ତାନକୁ ଏହା ଠାରୁ ଆହୁରି ଅଧିକ ଅସମ୍ମାନିତ କରାଯିବା ସହ ଆତଙ୍କବାଦୀମାନଙ୍କ ବିନାଶ କରାଯାଉ ବୋଲି ଦାବି କରିଛନ୍ତି ।