ହିଟମ୍ୟାନଙ୍କ ସୁପରହିଟ ସୋ’ । ପାକିସ୍ତାନ ବୋଲରଙ୍କୁ ନିର୍ଧୂମ ଛେଚିବା ସହ ଦମଦାର ଅର୍ଦ୍ଧଶତକ ହାସଲ କଲେ ରୋହିତ ।

105

କନକ ବ୍ୟୁରୋ : ହିଟମ୍ୟାନଙ୍କ ସୁପରହିଟ ସୋ’ । ମାଞ୍ଚେଷ୍ଟର ମୈଦାନରେ ପାକିସ୍ତାନ ବିପକ୍ଷରେ ରୋହିତ ଶର୍ମାଙ୍କ ଶାନଦାର ଅର୍ଦ୍ଧଶତକ । ମାତ୍ର ୩୫ ବଲରୁ ୨ଟି ଛକା ଓ ୬ଟି ଚୌକା ବଳରେ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି ରୋହିତ । ପାକିସ୍ତାନ ବୋଲରଙ୍କୁ ନିର୍ଦ୍ଧୁମ ପିଟିବା ସହ ଭାରତକୁ ଏକ ଜବରଦସ୍ତ ଆରମ୍ଭ ଦେଇଛନ୍ତି ରୋହିତ ଏବଂ ରାହୁଲ ।

ଶେଷ ରିପୋର୍ଟ ସୁଦ୍ଧା ଭାରତ ୧୪.୧ ଓଭର ଖେଳି ବିନା କୌଣସି ୱିକେଟ ହରାଇ ୮୪ ରନ ସଂଗ୍ରହ କରିଛି । ରୋହିତ ଓ ରାହୁଲ ଯୋଡି ଭାରତକୁ ଏକ ବଡ ସ୍କୋର ଅଭିମୁଖେ ନେଉଛନ୍ତି । ରୋହିତ ୫୧ ରନ କରି ଅପରାଜିତ ଥିବା ବେଳେ ରାହୁଲ ୩୧ ରନ ଖେଳି ରୋହିତଙ୍କୁ ସାଥ୍ ଦେଉଛନ୍ତି । ଏହାପୂର୍ବରୁ ପାକିସ୍ତାନ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ଧୱନଙ୍କ ଅନୁପସ୍ଥିତିରେ ଭାରତୀୟ ଟିମରେ ଗୋଟିଏ ପରିବର୍ତ୍ତନ ହୋଇଥିବା ବେଳେ ବିଜୟ ଶଙ୍କର ପ୍ରଥମ ବିଶ୍ୱକପ ଡେବ୍ୟୁ କରିଛନ୍ତି । ସେପଟେ ରୋହିତଙ୍କ ସହ ଓପନ କରିଛନ୍ତି ରାହୁଲ ।