କ୍ରିକେଟ୍ ବିଶ୍ୱକପ୍: ଟ୍ରେଣ୍ଟବ୍ରିଜରେ ଚାଲିଛି ଅଷ୍ଟ୍ରେଲିଆ-ବାଂଲାଦେଶ ମଧ୍ୟରେ ଟକ୍କର, ଟସ୍ ଜିଣି ଅଷ୍ଟ୍ରେଲିଆର ବ୍ୟାଟିଂ ଜାରି ।

124

କନକ ବ୍ୟୁରୋ: ବିଶ୍ୱକପ୍ କ୍ରିକେଟ୍, ନଟିଂହାମର ଟ୍ରେଣ୍ଟବ୍ରିଜଠାରେ ମୁହାଁମୁହିଁ ହେଉଛନ୍ତି ଅଷ୍ଟ୍ରେଲିଆ-ବାଂଲାଦେଶ । ବିଶ୍ୱକପ କ୍ରିକେଟର ୨୬ ତମ ମ୍ୟାଚରେ ଅଷ୍ଟ୍ରେଲିଆ ଅଧିନାୟକ ଆରନ ଫିଞ୍ଚ୍ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଦଳରେ ୩ଟି ପରିବର୍ତ୍ତନ ହୋଇଛି । ଚୂଡାନ୍ତ ଏକାଦଶରେ ମାର୍କସ ଷ୍ଟଇନିସ, କୋଲଟର ନାଇଲ ଓ ଆଡାମା ଜାମ୍ପା ସାମିଲ ହୋଇଛନ୍ତି ।

ସେହିପରି ବାଂଲାଦେଶ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ସଇଫୁଦ୍ଦିନଙ୍କ ବଦଳରେ ରୁବେଲ ସାମିଲ ହୋଇଛନ୍ତି । ଦଳ ଗତ ମ୍ୟାଚରେ େଓ୍ଵଷ୍ଟଇଣ୍ଡିଜ ପରି ଶକ୍ତିଶାଳୀ ଦେଶକୁ ହରାଇବା ପରେ ବାଂଲାଦେଶର ମନୋବଳ ବେଶ ଦୃଢ ରହିଛି । ସେହିପରି ଅଷ୍ଟ୍ରେଲିଆ ଦଳ ୫ଟି ମ୍ୟାଚ ଖେଳି ୪ ବିଜୟ ଓ କେବଳ ଗୋଟିଏ ମ୍ୟାଚ (ଭାରତ ବିପକ୍ଷ)ରେ ପରାଜିତ ହୋଇ ୮ ପଏଣ୍ଟ ପାଇଛି ।

ବର୍ତ୍ତମାନ ରିପୋର୍ଟ ଲେଖିବା ସୁଦ୍ଧା, ଅଷ୍ଟ୍ରେଲିଆ ୭ ଓଭର ୪ଟି ବଲ୍ ଖେଳି ବିନା କୌଣସି ୱିକେଟ୍ ହରାଇ ୪୪ ରନ୍ ସଂଗ୍ରହ କରିଛି । ଅଷ୍ଟ୍ରେଲିଆର ଧୂଆଁଧାର ବ୍ୟାଟ୍ସମ୍ୟାନ୍ ଡାଭିଡ୍ ୱାର୍ଣ୍ଣନର ଏବଂ ଅଧିନାୟକ ଆରନ ଫିଞ୍ଚ ପଡ଼ିଆରେ ଅପରାଜିତ ଅଛନ୍ତି ।