ଫ୍ରାନ୍ସ ଆକାଶରେ ଦମ୍ ଦେଖାଇବ ଭାରତ । ‘ଗରୁଡ’ ସମରାଭ୍ୟାସ ପାଇଁ ଫ୍ରାନ୍ସ ବାୟୁସେନା ବେସରେ ପହଞ୍ଚିଲା ଭାରତୀୟ ବାୟୁସେନା ଟିମ୍ ।

136

କନକ ବ୍ୟୁରୋ : ଦୁଇ ସପ୍ତାହ ଧରି ଚାଲିବାକୁ ଥିବା ‘ଗରୁଡ଼’ ସମରାଭ୍ୟାସରେ ଅଂଶଗ୍ରହଣ କରିବାକୁ ଭାରତୀୟ ବାୟୁସେନାର ଏକ ଟିମ୍‌ ଶୁକ୍ରବାର ଦିନ ଫ୍ରାନ୍ସର ମଣ୍ଟେ-ଡି-ମାର୍ସାନ୍‌ ଏୟାର୍‌ ବେସ୍‌ରେ ଅବତରଣ କରିଛି । ଜୁଲାଇ ୧ ତାରିଖରୁ ୧୪ ତାରିଖ ଯାଏଁ ଫ୍ରାନ୍ସରେ ଏହି ମିଳିତ ସମରାଭ୍ୟାସ ପାଇଁ କାର୍ଯ୍ୟନିର୍ଘଣ୍ଟ ଧାର୍ଯ୍ୟ କରା ଯାଇଛି । ମଣ୍ଟେ-ଡି-ମାର୍ସାନ୍‌ ଏୟାର୍‌ ବେସ୍‌ର ବେସ୍‌ କମାଣ୍ଡର୍‌, କର୍ଣ୍ଣେଲ୍‌ ଗାଡିଲେର୍‌ ଭାରତୀୟ ବାୟୁସେନାର କଣ୍ଟିଜେଣ୍ଟ୍‌କୁ ଭବ୍ୟ ସ୍ୱାଗତପୂର୍ବକ ପାଛୋଟି ନେଇଥିଲେ ।

ଫ୍ରାନ୍ସର ମଣ୍ଟେ-ଡି-ମାର୍ସାନ୍‌ ଏୟାର୍‌ ବେସ୍‌ରେ ଆୟୋଜନ ହେବାକୁ ଯାଉଥିବା ‘ଗରୁଡ଼-୬’ ସମରାଭ୍ୟାସ ହେଉଛି ଦୁଇ ବାୟୁସେନାଙ୍କ ମଧ୍ୟରେ ଯୋଜନା କରାଯାଇଥିବା ସର୍ବବୃହତ୍‌ ବାୟୁସେନା ସମରାଭ୍ୟାସ । ଭାରତୀୟ କଣ୍ଟିଜେଣ୍ଟ୍‌ରେ ଅଛନ୍ତି ୧୨୦ ଜଣ ବାୟୁସେନା ଯବାନ । ୪ଟି ସୁଖୋଇ ୩୦ ଏମ୍‌କେଆଇ, ଗୋଟିଏ ଆଇଏଲ୍‌-୭୮ ଇନ୍ଧନ ଭରଣ ବିମାନ ନେଇ ସେମାନେ ଫ୍ରାନ୍ସର ମଣ୍ଟେ-ଡି-ମାର୍ସାନ୍‌ ଏୟାର୍‌ ବେସ୍‌ରେ ପହଞ୍ଚିଛନ୍ତି । ପୂର୍ବରୁ ଜୁନ୍‌ ୨୦୧୪ରେ ‘ଗରୁଡ଼ ୫’ ସମରାଭ୍ୟାସ ଭାରତର ଯୋଧପୁରସ୍ଥିତ ଏୟାର୍‌ ଫୋର୍ସ ଷ୍ଟେସନ୍‌ରେ ଅନୁଷ୍ଠିତ ହୋଇଥିଲା ।

Comments are closed.