ପିଲାଙ୍କ ଠାରେ ଝଡ ପରି ବ୍ୟାପୁଛି ଏହି ରୋଗ ! ଏଭଳି ଦେଖାଯାଉଛି ଲକ୍ଷଣ ,ଦେଖିବା କ୍ଷଣି ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।

2,603

ମସ୍ତିଷ୍କରେ ଅଧିକ ମାତ୍ରାରେ ସେରିବ୍ରୋ ସ୍ପାଇନାଲ୍ ଫ୍ଲୁଡ୍ (ସି.ଏସ୍.ଏଫ୍) ଥିବା ସ୍ଥିତିକୁ ହାଇଡ୍ରୋସେଫେଲସ୍ ବା ଜଳଶିର୍ଷ କୁହାଯାଏ । ଏହି ରୋଗ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ । ସାଧାରଣ ଭାଷାରେ କହିବାକୁ ଗଲେ ମସ୍ତିଷ୍କରେ ପାଣି ଜମିବା ପ୍ରକ୍ରିୟା ହେଉଛି ଏହାର ପ୍ରଧାନ କାରଣ । ଏହି ରୋଗ ଜନ୍ମ ପୂର୍ବରୁ କିମ୍ବା ପରେ ଶିଶୁକୁ ହୋଇଥାଏ । ତେବେ ଆସନ୍ତୁ ଏହି ରୋଗର ସମ୍ପୁର୍ଣ୍ଣ ବିବରଣୀ ଆମେ ଆପଣଙ୍କୁ ଦେବାକୁ ଯାଉଛି ।

ହାଇଡ୍ରୋସେଫେଲସ୍ ର କାରଣ : ଏହି ରୋଗ ଜନ୍ମରୁ ମଧ୍ୟ ହୋଇଥାଇପାରେ ଯାହାଦ୍ୱାରା ବ୍ରେନ୍ ହାମ୍ଭ୍ରେଜ୍ ହେବାର ସମ୍ଭାବନା ମଧ୍ୟ ଥାଏ । ଏହା ସଂକ୍ରମଣ ମଧ୍ୟ ହୋଇପାରେ ଯାହାର ପ୍ରମୁଖ କାରଣ ଯକ୍ଷ୍ମା ହୋଇପାରେ । ଏହାଛଡା ମୁଣ୍ଡରେ ଆଘାତ ଲାଗିଥିଲେ ମଧ୍ୟ ଏଭଳି ରୋଗ ହେବାର ସମ୍ଭାବନା ଥାଏ ।

 

ହାଇଡ୍ରୋସେଫେଲସ୍ ର ଲକ୍ଷଣ : ବର୍ଷକର ଛୁଆ ମୁଣ୍ଡ ସାଧାରଣ ଛୁଆ ମୁଣ୍ଡ ଅପେକ୍ଷା ବଡ ହେବା ଏହାର ଏକ ପ୍ରମୁଖ କାରଣ ଅଟେ । ଏହାଛଡା ବାନ୍ତି ଲାଗିବା,ଅଧିକ ଶୋଇବା,ଚିଡଚିଡ୍ ହେବା,ଫିଡସ୍ ମାରିବା କିମ୍ବା ଉପରକୁ ଦେଖିନପାରିବା ଭଳି କିଛି ଲକ୍ଷଣ ଦେଖାଯାଏ । ଏକବର୍ଷ କିମ୍ବା ତା’ଠାରୁ ଅଧିକ ବୟସ୍କ ପିଲାଙ୍କ ମୁଣ୍ଡବ୍ୟଥା ହେବା, ଚିଡଚିଡ୍ ହେବା,ଗୋଟିଏ ଜିନିଷ ଦୁଇଟି ଦେଖାଯିବା ଏବଂ ଆଖିକୁ କମ୍ ଦେଖାଯିବା ଲକ୍ଷଣ ଦେଖାଗଲେ ଏହି ରୋଗ ହୋଇଛି ବୋଲି ଜାଣିନିଅନ୍ତୁ । ଏହାଛଡା ଚାଲିବା ସମୟରେ ଅସନ୍ତୁଳ ଅନୁଭବ କରିବା,ବ୍ୟବହାରରେ ପରିବର୍ତ୍ତନ,ପରିସ୍ରାରେ ଅନିୟମିତତା ଦେଖାଦେବା ଆଦି ଏହାର ଲକ୍ଷଣ ଅନ୍ତର୍ଭୁକ୍ତ ହୋଇଥାଏ ।

ହାଇଡ୍ରୋସେଫେଲସ୍ ର ଚିକିତ୍ସା : ସର୍ଜରୀ ସାହାଯ୍ୟରେ ମସ୍ତିଷ୍କ ପାଣିକୁ ଟ୍ୟୁବ୍ ମାଧ୍ୟମରେ ଗୋଟିଏ ଅଙ୍ଗରୁ ଆଉ ଗୋଟିଏ ଅଙ୍ଗକୁ ପଠାଇ ଦିଆଯାଏ । ଏହି ପ୍ରକ୍ରିୟା ମାଧ୍ୟମରେ ପେଟ ଭିତରକୁ ପାଣି ପଠାଇବା ଏକ ପ୍ରମୁଖ ଉପାୟ ଅଟେ । କିନ୍ତୁ ଏହି ଅପରେସନ୍ ରେ ମଧ୍ୟ ଅନେକ ଅସୁବିଧା ଦେଖାଯାଏ । ଯେଭଳି ଟ୍ୟୁବ୍ ରେ ସଂକ୍ରମଣ ହୋଇଯିବା,ଟ୍ୟୁବର ଅପର୍ଯ୍ୟାପ୍ତ ରୁପରେ କାମ କରିବା,ନଳୀରେ କିଛି ଅଟକିଯିବା,ଶରୀର ହିସାବରେ ନଳୀ ଛୋଟ ପଡିଯିବା,ପେଟ ସମ୍ବନ୍ଧୀୟ ସମସ୍ୟା ଏବଂ ମସ୍ତିଷ୍କରେ ରକ୍ତର କମ୍ ଦେଖାଯିବା ।

ନୂତନ ପଦ୍ଧତି ମାଧ୍ୟମରେ ଚିକିତ୍ସା : ଆଜିକାଲି ଦୂରବିକ୍ଷଣ ମାଧ୍ୟମରେ ମସ୍ତିଷ୍କ ଭିତରେ ହିଁ ରାସ୍ତା ପ୍ରସ୍ତୁତ କରିବା ପଦ୍ଧତି ଅଧିକ ପ୍ରଚଳିତ ହେଉଛି । ଏହି ପଦ୍ଧତିକୁ ଥାର୍ଡ ଭେଣ୍ଟିକୁଲେସମୀ ମଧ୍ୟ କୁହାଯାଏ । ଏହାର ପାରମ୍ପାରିକ ପଦ୍ଧତି ମାଧ୍ୟମରେ ଜୀବନ ବଞ୍ଚାଯାଇପାରିବ ।