ହାଇଦ୍ରାବାଦ ଏନକାଉଣ୍ଟର ଘଟଣାରେ ସାରା ଦେଶ ପୋଲିସକୁ ସଲାମ୍ କରୁଥିବାବେଳେ ସମାଲୋଚନା କଲେ ବିଜେପି ସାଂସଦ ମେନକା ଗାନ୍ଧୀ ! କହିଲେ , ଆଇନକୁ ହାତକୁ ନେଇ ଠିକ୍ କରିନି ପୋଲିସ୍ ।
ହାଇଦ୍ରାବାଦ ଘଟଣାକୁ ନେଇ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି । ମାତ୍ର ୧୦ ଦିନ ଭିତରେ ପୀଡିତାଙ୍କୁ ନ୍ୟାୟ ମିଳିଥିବାରୁ ପୋଲିସକୁ ସାଲ୍ୟୁଟ କରୁଛନ୍ତି ମହିଳା । ପୋଲିସକୁ ସାବାସୀ ଦେଉଛି ସମଗ୍ର ଦେଶ । କିନ୍ତୁ କେତେକ ନେତା ଓ ବରିଷ୍ଠ ବ୍ୟକ୍ତି ଏହି ଏନକାଉଣ୍ଟରକୁ ବିରୋଧ କରି ସମାଲୋଚନା କରୁଛନ୍ତି । ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ମେନକା ଗାନ୍ଧୀ । ସେ କହିଛନ୍ତି, ଅଭିଯୁକ୍ତମାନଙ୍କୁ ଏନକାଉଣ୍ଟର କରିବା ଠିକ୍ ହୋଇନାହିଁ । ଆମ ଦେଶରେ ଅଦାଲତ ଅଛି , ଆଇନ ବ୍ୟବସ୍ଥା ରହିଛି । ଯାହା ସତ୍ତେ୍ୱ ଆଇନକୁ ହାତକୁ ନେଇଛି ପୋଲିସ ଏବଂ ଅଭିଯୁକ୍ତମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
#WATCH Maneka Gandhi:Jo hua hai bohot bhayanak hua hai desh ke liye. You can’t take law in your hands,they(accused) would’ve been hanged by Court anyhow. If you’re going to shoot them before due process of law has been followed, then what’s the point of having courts,law&police? pic.twitter.com/w3Fe2whr31
— ANI (@ANI) December 6, 2019
ଆଇନ୍ ପ୍ରକ୍ରିୟାରେ ଅଭିଯୁକ୍ତମାନେ ପୋଲିସ ସହ ଯାଇଥିଲେ । କିନ୍ତୁ ପୋଲିସ ଆଇନକୁ ହାତକୁ ନେଇ ସେମାନଙ୍କୁ ଗୁଳି କରି ହତ୍ୟା କରିଛି । ଯଦି ଏଭଳି ଏନକାଉଣ୍ଟର କରାଯାଏ ତାହାଲେ ଦେଶରେ ଆଇନ ବ୍ୟବସ୍ଥା ଓ ଅଦଲାତର କୌଣସି ଆବଶ୍ୟକତା ନାହିଁ । ସୂଚନାନୁସାରେ , ହାଇଦ୍ରାବାଦ ଘଟଣାରେ ଆଜି ସକାଳେ ପୋଲିସ ୪ ଜଣ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କରିଥିଲା । ଏହି ଚାରିଜଣ ଅଭିଯୁକ୍ତଙ୍କ ଉପରେ ମହିଳା ପଶୁଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୋଗ ହୋଇଥିଲା । ପୋଲିସର କହିବାନୁଯାୟୀ, ଅଭିଯୁକ୍ତ ଖସି ପଳାଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ଏହି ଏନକାଉଣ୍ଟର ଭୋର୍ ୩ ଟାରୁ ୬ଟା ସମୟ ମଧ୍ୟରେ ହୋଇଥିଲା ।
ପୋଲିସ ମୁତାବକ, ଅଦାଲତରେ ଚାର୍ଟସିଟ ଦାଖଲ କରିବା ପରେ ପୋଲିସ ଏହି ଚାରିଜଣ ଅଭିଯୁକ୍ତଙ୍କୁ ଘଟଣାସ୍ଥଳ ଉପରକୁ ନେଇଥିଲା । କାରଣ ଅଫ୍ କ୍ରାଇମ(ରିକ୍ରିଏସନ)ର ପ୍ରକ୍ରିୟା କରାଯାଇପାରିବ । କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ପୋଲିସ କର୍ମୀଙ୍କ ଠାରୁ ବନ୍ଧୁକ ଛଡାଇ ଖସି ପଳାଇଯିବାକୁ ଉଦ୍ୟମ କରିଥିଲା । ସେମାନଙ୍କୁ ଅଟକାଇବା ପାଇଁ ପୋଲିସ ଗୁଳି ଚାଳନା କରିଥିଲା । ଏହି ଏନକାଉଣ୍ଟରରେ ଚାରିଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା ।