ଦିଶାଙ୍କ ଦୋଷୀ ଉପରେ ପଡିଲା ଦଶା ! ନିଜ ଝିଅକୁ ହରାଇଥିବା ପରିବାର ଲୋକଙ୍କ ଆଖିରୁ ବହିଆସିଲା ଆତ୍ମତୃପ୍ତିର ଅଶ୍ରୁ , ପୋଲିସକୁ ଧନ୍ୟବାଦ ଦେଲେ ଦିଶାଙ୍କ ପରିବାର ।

920

ଦିଶାଙ୍କୁ ମିଳିଲା ନ୍ୟାୟ । ହାଇଦ୍ରାବାଦ ଡାକ୍ତରୀଣୀ ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସକୁ ବଡ ସଫଳତା ମିଳିଛି । ଏହି ଘଟଣାରେ ସଂପୃକ୍ତ ଥିବା ୪ ଜଣ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟରରେ ମାରି ଗଡାଇଦେଇଛି ପୋଲିସ । ପୋଲିସର ଏଭଳି କାମ ପାଇଁ ଦିଶାଙ୍କ ପରିବାର ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି । ପୀଡିତାଙ୍କ ବାପା କହିଛନ୍ତି ମୋ ଝିଅକୁ ନ୍ୟାୟ ମିଳିଛି । ଝିଅର ଆତ୍ମାକୁ ଶାନ୍ତି ମିଳିଛି । ସେହିଭଳି ଦିଶାଙ୍କ ଭଉଣୀ ତେଲେଙ୍ଗାନା ସରକାର ଓ ପୋଲିସକୁ ଧନ୍ୟବାଦ ଜଣାଇ କହିଛନ୍ତି , ଅଭିଯୁକ୍ତଙ୍କୁ ମାରିଦିଆଯାଇଥିବାରୁ ମୁଁ ବହୁତ ଖୁସି । ଏହି ୪ ଜଣ ସଇତାନଙ୍କୁ ଏଭଳି ଦଣ୍ଡ ଦିଆଯିବା ଉଚିତ୍ ।

ସୂଚନାନୁସାରେ, ପଶୁ ଡାକ୍ତରାଣୀ ଦିଶା ହାଇଦ୍ରାବାଦର କୋଲ୍ଲୁର ସ୍ଥିତ ପଶୁଡାକ୍ତରଖାନା ଯାଉଥିବା ସମୟରେ ୪ ଜଣ ଯୁବକ ତାଙ୍କୁ ଗଣ ଦୁଷ୍କର୍ମ କରିବା ସହିତ ପେଟ୍ରୋଲ ଢାଳି ଜିଅନ୍ତା ଜାଳି ଦେଇଥିଲେ । ଏହି ଘଟଣାରେ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସାରା ଦେଶରେ ନ୍ୟାୟର ବହ୍ନି ଜଳି ଉଠିଥିଲା ଏବଂ ଦିଶାଙ୍କୁ ନ୍ୟାୟ ଦେବା ପାଇଁ ସମସ୍ତେ ଏକଜୁଟ୍ ହୋଇଥିଲେ ।