କନକ ବ୍ୟୁରୋ: ସୀମା ଟପିଲା ସ୍ୱାମୀର ବର୍ବରତା ସ୍ତ୍ରୀକୁ ଅତି ନୃଶଂସ ଭାବେ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ସ୍ୱାୀମ । ପାରିବାରିକ କଳହ ହତ୍ୟାକାଣ୍ଡର ଶେଷ ପରିଣତି ହୋଇଛି ସ୍ତ୍ରୀର ମୃତ୍ୟୁ । ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ଥାନା ଅନ୍ତର୍ଗତ ମାଲିଗୁଡ଼ା ଗାଁରେ ଶନିବାର ରାତି ୮ଟାରେ ଏହି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ ପାରିବାରିକ କଳହକୁ କେନ୍ଦ୍ର କରି ମାଲିଗୁଡ଼ା ଗାଁର ଜୟସିଂହ ପାଇକ ନିଜର ସ୍ତ୍ରୀ ପାର ପାଇକ (୪୦)ଙ୍କୁ ରାତିରେ ଗୋଡେଇ ଗୋଡେଇ ପିଟିଥିଲା। ପୁଅ ସିନ୍ଧୁ ପାଇକ ଓ ତା’ର ଦାଦା ବଳରାମ ପାଇକ ମହିଳାଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରି ନଥିଲେ।
ପୁଅର ଆଖି ଆଗରେ ପାର ପାଇକଙ୍କ ଜୀବନ ଚାଲି ଯାଇଥିଲା । ପରେ ବଳରାମ ଓ ସିନ୍ଧୁଙ୍କ ମାଡରେ ଜୟସିଂ ଲହୁଲୁହାଣ ହୋଇଥିଲା । ହତ୍ୟାକାଣ୍ଡ ନେଇ ଆଜି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଆଇଆଇସି ମୁନି ଆଚାରି ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/Swami.jpg)