ପତ୍ନୀଙ୍କ ସହ ଝଗଡା ହୋଇଥିଲା ବୋଲି, ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ଚଢାଇ ଦେଲେ କାର । ଅକାଳରେ ଚାଲିଗଲା ୫ ଜୀବନ

238

ଚୀନର ଜଣେ ବ୍ୟକ୍ତି ପତ୍ନୀଙ୍କ ସହ ଝଗଡା କରିବା ପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ କାର ଚଢାଇ ଦେଇଛନ୍ତି । ଯେଉଁଥିରେ ୫ ଜଣ ସ୍କୁଲ ପିଲାଙ୍କର ମୃତ୍ୟୁ ହୋଇଛି ଓ ୧୬ ଜଣ ଛାତ୍ରଛାତ୍ରୀଙ୍କ ସମେତ ୧୯ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ଗୁରବାର ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଆହତଙ୍କ ମଧ୍ୟରେ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅଭିଯୁକ୍ତ ଜଣକ ଲିୟୋନିଙ୍ଗ ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ପତ୍ନୀଙ୍କ ସହ ଝଗଡା ପରେ ଅଭିଯୁକ୍ତ ଜଣକ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିଲେ । କିନ୍ତୁ ଅଚାନକ ରାସ୍ତାରେ ଯାଉଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ଚଢାଇ ଦେଇଥିଲେ । ତେବେ ଏହି ଘଟଣା ପରେ ଜିଆନଚାଙ୍ଗ କାଉଣ୍ଟିଂ ପୋଲିସ ଅଭିଯୁକ୍ତଙ୍କୁ ହେପାଜତରେ ନେଇଛି । ଏହା ପୂର୍ବରୁ ଜଣେ ବ୍ୟକ୍ତି ଛୁରୀରେ ଆକ୍ରମଣ କରି ମାଧ୍ୟମିକ ବିଦ୍ୟାଳୟର ୯ ଜଣ ଛାତ୍ରଙ୍କର ହତ୍ୟା କରିଥିଲେ ।

ପରେ ଏହି ଘଟଣା ପାଇଁ ଆକ୍ରମଣକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଗତ ଏକ ଦଶନ୍ଧି ହେବ ଚୀନରେ ଧନୀ-ଗରିବଙ୍କ ମଧ୍ୟରେ ବ୍ୟବଧାନ ବଢି ବଢି ଚାଲିଛି । ଯେଉଁଥିପାଇଁ ଲଗାତାର ଏଭଳି ହିଂସା ବୃଦ୍ଧି ପାଉଛି । ଏକ ଅଧ୍ୟୟନରେ କୁହାଯାଇଛି ଯେ, ମାନସିକ ବିକାରଗସ୍ତ ଲୋକମାନେ ଏହିଭଳି ଘଟଣା ଘଟାଉଛନ୍ତି । ଦ୍ରୁତ ଗତିରେ ବଦଳୁଥିବା ଜୀବନଶୈଳୀ ମଧ୍ୟ ଏଭଳି ଘଟଣା ପାଇଁ ଦାୟୀ ବୋଲି ଅଧ୍ୟୟନରେ କୁହାଯାଇଛି ।