ଢେଙ୍କାନାଳ : ଶିକାରୀ ଗୁଳିରେ ଶିକାରୀ ମୃତ

26

କନକ ବ୍ୟୁରୋ : ପୁଣି ଶିକାରୀ ଗୁଳିରେ ଶିକାରୀ ମୃତ । ଢେଙ୍କାନାଳ ଦେଓଗାଁ କପିଳାସ ସଂରକ୍ଷିତ ଜଙ୍ଗଲରେ ଶିକାରୀ ଗୁଳିରେ ଆଉ ଜଣେ ଶିକାରୀର ମୃତ୍ୟୁ ହୋଇଛି । ୩ ଜଣ ଶିକାରୀ ଶିକାର ପାଇଁ ଯାଇଥିବା ବେଳେ ଶିକାରୀ ଗୁଳିରେ ଜଣେ ଶିକାରୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଅନ୍ୟ ଶିକାରୀମାନେ ମୃତ ଶିକାରୀର ଶବକୁ ମାଟିରେ ପୋତି ଦେଇଥିବା ବେଳେ ପୁଲିସ ମୃତଦେହକୁ ଉଦ୍ଧାର କରିଛି । ଏହାସହ ୨ଟି ବନ୍ଧୁକ ଜବତ କରିବା ସହ ଲକ୍ଷ୍ମଣ ମହାପାତ୍ର ନାମକ ଜଣେ ଶିକାରୀକୁ ଗିରଫ କରିଛି । ତେବେ ଆଉ ଜଣେ ଏବେ ଫେରାର ଅଛି । ମୃତ ଶିକାରୀ ଜଣଙ୍କ ହେଉଛନ୍ତି ସୁଶାନ୍ତ ନାୟକ ।

କିଛି ଦିନ ତଳେ ଫୁଲବାଣୀ ଟିକାବାଲି ଥାନା ଅନ୍ତର୍ଗତ ଲାଇନପଡା ଗାଁ ଜଙ୍ଗଲରେ ଶିକାରୀ ଗୁଳିରେ ଅନ୍ୟ ଜଣେ ଶିକାରୀ ପ୍ରାଣ ହରାଇଥିଲେ । ମୃତକ ଜଣକ ହେଉଛନ୍ତି  ପ୍ରଫୁଲ୍ଲ କହଁର । ଖବର ଅନୁସାରେ, ୪ ଜଣ ସାଙ୍ଗ ମିଶି ସକାଳୁ ଜଙ୍ଗଲକୁ ପଶୁ ଶୀକାର କରିବାକୁ ଯାଇଥିଲେ । କିନ୍ତୁ ଜାଣିନଥିଲେ ଶିକାର କରିବା ତାଙ୍କ ପାଇଁ ଆଣିଦେବ ଦୁଃଖଦ ମୁହୂର୍ତ୍ତ । ଜଙ୍ଗଲ ମଧ୍ୟରେ ପଶୁ ଶିକାର କରିବା ପରିବର୍ତ୍ତେ ସାଙ୍ଗକୁ ଶିକାର କଲା ଶିକାରୀ । ଏହି ଘଟଣାର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ଅନ୍ୟ ତିନି ଶିକାରୀଙ୍କୁ ଥାନାରେ ଅଟକ ରଖିଥିଲା ଟିକାବାଲି ପୋଲିସ । ଏହାସହ ସେମାନଙ୍କ ପାଖରୁ ବନ୍ଧୁକ c¤ ଜବତ କରି[òfû ।