ପରାଜୟ ପରେ କାର୍ଯ୍ୟକର୍ତ୍ତାଙ୍କୁ କେଜରିୱାଲ୍ ପଚାରିଲେ “ହାଓ ଇଜ୍ ଦ ଜୋସ୍”? କହିଲେ ଲୋକସଭା ନହେଲେ ନାହିଁ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ ।

215

ଲୋକସଭା ନିର୍ବାଚନରେ ଜବରଦସ୍ତ ହାର ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ରବିବାର ହତୋତ୍ସାହିତ କାର୍ଯ୍ୟକର୍ତ୍ତାଙ୍କ ଭିତରେ ଜୋସ୍ ଭରିବାକୁ ଚେଷ୍ଟା କରିଥିଲେ । ସମ୍ବୋଧନର ପ୍ରାରମ୍ଭରେ ହିଁ କେଜରିୱାଲ୍ କାର୍ଯ୍ୟକର୍ତ୍ତାଙ୍କୁ ପଚାରିଥିଲେ, “ହାଓ ଇଜ୍ ଦ ଜୋସ୍” । ଏହା ପରେ ସେ କହିଥିଲେ ଜନତା ଦିଲ୍ଲ୍ୀ ସରକାରର ପ୍ରଶଂସା କରୁଛି । ମନଦୁଃଖ କରିବାର କୌଣସି ଆବଶ୍ୟକତା ନାହିଁ । ନିଜ କଲରକୁ ଉପରକୁ ଟେକି ଜନତାଙ୍କ ପାଖକୁ ଯାଅ ଏବଂ କୁହ ଲୋକସଭା ନିର୍ବାଚନ ଯାହା ହେଲା ହେଲା ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଆସୁଛି । ଯେଉଁଥିରେ ଆପଣଙ୍କୁ ହିଁ ଭୋଟ୍ ଦେବାକୁ ପଡିବ ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁସାରେ,ଦିଲ୍ଲୀର ପଞ୍ଜାବୀବାଗ୍ ସମ୍ମିଳନୀ ସମୟରେ କେଜରିୱାଲ୍ କହିଥିଲେ, ଗତ ବିଧାନସଭା ନିର୍ବାଚନରେ ଆପ୍ ପାର୍ଟିକୁ ୫୪ ପ୍ରତିଶତ ଭୋଟ୍ ମିଳିଥିଲା । ଏଥର ଏହି ରେକର୍ଡ ଭାଙ୍ଗିଯିବ । ସବୁ ଦୁଃଖ ଭୁଲି ନିଜ ମୁହଁରେ ହସ ରଖ । କେଜରିୱାଲ୍ କହିଥିଲେ, ମୋତେ ଦିଲ୍ଲୀର କିଛି ଲୋକ କହିଥିଲେ ଯେ ଏହି ନିର୍ବାଚନ ହେଉଛି ଦେଶର ବଡ ନିର୍ବାଚନ । ଦିଲ୍ଲୀର ଜନତା ଛୋଟ ନିର୍ବାଚନରେ ଆପଣଙ୍କ ସାଙ୍ଗରେ ଅଛନ୍ତି । ବିଧାନସଭା ନିର୍ବାଚନରେ ଏଠାକାର ଜନତା ଆପଣଙ୍କୁ ହିଁ ବିଜୟୀ ବନାଇବେ । ଲୋକସଭା ନିର୍ବାଚନ ବଡ ନିର୍ବାଚନ ଥିଲା ଏବଂ ନରେନ୍ଦ୍ର ମୋଦି ଏବଂ ରାହୁଲ୍ ଗାନ୍ଧିଙ୍କ ମଧ୍ୟରେ ଥିଲା । ଏହା କେଜରିୱାଲର ନିର୍ବାଚନ ନଥିଲା ।