ବିନା ଦୋଷରେ ଜେଲ୍ ଯିବାକୁ ପଡିଲେ କରିବେ କ’ଣ ? ଜାଣିରଖନ୍ତୁ ଆପଣଙ୍କ ଅଧିକାର ସମସ୍ୟାରେ ପଡିବେନି । 

57

ଭାରତର ସମ୍ବିଧାନ କେବେ ତିଆରି ହେଲା ଏବଂ ଏହାକୁ କେଉଁମାନେ ପ୍ରସ୍ତୁତ କରିଥିଲେ ତାହା ତ ସମସ୍ତଙ୍କୁ ଜ୍ଞାତ ଥିବ । କିନ୍ତୁ ସମ୍ବିଧାନ ଆପଣଙ୍କୁ କେଉଁ କେଉଁ ଅଧିକାର ଦେଇଛି ସେ ବିଷୟରେ ଖୁବ୍ କମ୍ ଲୋକ ହିଁ କିଛି ଜାଣିଥିବେ । ଏଥି ସକାଶେ ବେଳେବେଳେ ଭୁଲ୍ ନଥାଇ ମଧ୍ୟ କିଛି ନିରୀହ ଲୋକ ବିନା କାରଣରେ ଫସିଯାନ୍ତି ଏବଂ ଏହାର ଗୋଟିଏ କାରଣ ହେଉଛି ନିଜ ଅଧିକାର ସମ୍ବନ୍ଧରେ ସ୍ୱଳ୍ପ ଜ୍ଞାନ ରହିବା ।

ପ୍ରଥମେ ଆମେ ଆପଣଙ୍କୁ ଏଭଳି କିଛି କହିବାକୁ ଯାଉଛୁ ଯାହା ଆପଣଙ୍କ ଆଇନଗତ ଅଧିକାର । ଯେତେବେଳେ ପୋଲିସ୍ ଆପଣଙ୍କୁ କିଛି ପଚରାଉଚରା କରେ ତେବେ କିଛି ଲୋକ ଭୟ ପାଇଯାନ୍ତି । ଏହାର କାରଣ ପୂର୍ବରୁ ହିଁ ଆମ ମସ୍ତିଷ୍କରେ ପୋଲିସର ଛବିକୁ ଆମେ ଏଭଳି ଚିତ୍ରିତ କରି ରଖିଛେ ଯାହା ଫଳରେ ପୋଲିସକୁ ଦେଖିବା କ୍ଷଣି ଆମ ମନରେ ଅନେକ ପ୍ରଶ୍ନ ଉଙ୍କିମାରିଥାଏ । କିନ୍ତୁ ଆପଣଙ୍କ ମଧ୍ୟରେ ଥିବା ଅଧିକାର ଜ୍ଞାନ ଏବଂ ସାହସ ଆପଣଭ୍କୁ ଏଭଳି ଏକ ସମସ୍ୟାରୁ ପାହାର କରିପାରିବ ।

୧. ଯଦି କେଉଁ ପୋଲିସବାଲା ଆପଣଙ୍କୁ କେବେ ଗିରଫ କରିବାକୁ ଆସୁଛନ୍ତି ତେବେ ପ୍ରଥମେ ଆପଣ ତାଙ୍କୁ ନିଜ ଆଇଡି ଦେଖାଇବାକୁ କୁହନ୍ତୁ ଏବଂ ଗିରଫ କରିବାର କାରଣ କ’ଣ ପଚାରନ୍ତୁ ।

୨. ଆପଣଙ୍କ ପାଖରେ ଏହି ଅଧିକାର ଅଛି କି ଗିରଫ ହେବା ପରେ ହିଁ ଆପଣ ନିଜ ଆଇନ୍ ସମ୍ବନ୍ଧୀୟ ଅଧିକାର ପୋଲିସକୁ ମାଗିପାରିବେ ।

୩. ପୋଲିସ୍ ପଚରାଉଚରା ଆରମ୍ଭ କରିବା କ୍ଷଣି ଆପଣ ନିଜ ବ୍ୟକ୍ତିଗତ ଓଳିଲଙ୍କୁ ଡାକିବାର ମଧ୍ୟ ଅଧିକାର ରହିଅଛି ।

୪. ପୋଲିସ୍ କେବଳ ୨୪ ଘଣ୍ଟା ପାଇଁ ଆପଣଙ୍କୁ ହେପାଜତରେ ରଖିପାରେ ଏବଂ ଏହାପରେ ପୋଲିସକୁ ମାଜିଷ୍ଟ୍ରେଟଙ୍କଠାରୁ ଅନୁମତୀ ମାଗିବାକୁ ପଡିଥାଏ ।

୫. ଯେଉଁ ପୋଲିସ୍ ଅଧିକାରୀ ଆପଣଙ୍କୁ ପଚରାଉଚରା କରୁଛନ୍ତି ସେମାନଙ୍କ ନାଁ ଜାଣିବା ପାଇଁ ଆପଣଙ୍କ ସମ୍ପୁର୍ଣ୍ଣ ଅଧିକାର ରହିଛି ।

୬. ଆପଣ ଯେତେ ଦିନ ପର୍ଯ୍ୟନ୍ତ ପୋଲିସ୍ କଷ୍ଟେଡିରେ ଅଛନ୍ତି ଆପଣଙ୍କୁ ଏହି ଅଧିକାର ଅଛି ଯେ ପ୍ରତି ୪୮ ଘଣ୍ଟା ପରେ ଆପଣ ନିଜର ମେଡିକାଲ୍ ଟେଷ୍ଟ କରାଇପାରିବେ ।