ରାଜଧାନୀର ହୁକ୍କା ବାରରେ ଚଢାଉ : ଭୁବନେଶ୍ୱରର ସହିଦନଗର ଓ ଇନଫୋସିଟି ଅଂଚଳରେ ପୋଲିସର ରେଡ୍

53

ରାଜଧାନୀର ବିଭିନ୍ନ ହୁକ୍କା ବାରରେ ଚଢାଉ । ପୋଲିସ ପକ୍ଷରୁ ଭୁବନେଶ୍ୱରର ସହିଦନଗର ଓ ଇନଫୋସିଟିର ବିଭିନ୍ନ ଅଂଚଳରେ ଚଢାଉ କରାଯାଇଛି । କମିଶନରେଟ୍ ପୋଲିସର ଟିମ୍ ବିଭିନ୍ନ ହୁକ୍କା ବାରରେ ଚଢାଉ କରିଛନ୍ତି । ସହିଦନଗର ଥାନା ଅଧିକାରୀଙ୍କ ନେତୃତ୍ୱରେ ପୁଲିସର ଦୁଇଟି ଟିମ୍ ଭବାନୀ ମଲରେ ଥିବା ଟାୟାର ପାର୍ଟି ଓ ଚାୟ ବ୍ରେକ ହୁକ୍କା ବାର ଉପରେ ଅଚାନକ ଚଢାଉ କରିଥିଲେ । ଚଢାଉ ବେଳେ ହୁକ୍କା ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ ।

୧୦ରୁ ଅଧିକ ଚିଲମ ଓ ମସଲା ଜବତ କରିଛି ପୋଲିସ । ସେହିପରି ଇନଫୋସିଟି ଥାନା ଅଧିକାରୀ ବନିତା ମହାରଣାଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍ ହୁକିଡୁକି, କାନୋପି, ରିଚାର୍ଡସ କିଚେନ୍ ଓ ଆଡ୍ଡା ଆଦି ୪ଟି ହୁକ୍କା ବାରରେ ଚଢାଉ କରିଥିଲା । ସେଠାରୁ ମଧ୍ୟ ଅନେକ ଚିଲମ ଓ ମସଲା ଜବତ କରିଛି ପୋଲିସ । ଯଦି ଏହି ସବୁ ମସଲାରେ ନିକୋଟିନ୍ ଥିବା ଜଣାପଡେ ତେବେ ହୁକ୍କାବାର ମାଲିକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି ।