କଳକୀ ଭଗବାନଙ୍କ ଭବନରୁ ଆବିର୍ଭାବ ହେଉଛନ୍ତି ସାକ୍ଷାତ ଲକ୍ଷ୍ମୀ ! ଚଢାଉ ବେଳେ ଜବତ ହେଲା ୯୦ କିଲୋର ସୁନା ଏବଂ କୋଟି କୋଟି ଟଙ୍କା । 

592

ସ୍ୱୟଂକୁ ଭଗବାନ ବିଷ୍ଣୁଙ୍କ ଦଶମ ଅବତାର କହୁଥିବା ଧର୍ମଗୁରୁ ବିଜୟ କୁମାର ନାଇଡୁ ତଥା “କଳକୀ ଭଗବାନ”ଙ୍କ ନାଁରେ ପ୍ରସିଦ୍ଧ ବାବା ସତରେ ଲକ୍ଷ୍ମୀପତୀ ସାବ୍ୟସ୍ତ ହୋଇଛନ୍ତି । ଆୟକର ବିଭାଗର ଚଢାଉ ପରେ “କଳକୀ ଭଗବାନ”ଙ୍କ ନିକଟରୁ କୋଟି କୋଟି ଟଙ୍କାର ଦେଶୀ-ବିଦେଶୀ ମୁଦ୍ରା ଏବଂ ସୁନା ମିଳିଛି ।

ଗତ ଏକ ସପ୍ତାହ ଧରି ଆଧ୍ୟାତ୍ମିକ ଗୁରୁ କଳକୀ ଭଗବାନଙ୍କ ସାରା ଦେଶରେ ଥିବା ୪୦ ଟି ଠିକଣାରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଯେଉଁଥିରେ କୋଟି କୋଟି ଟଙ୍କାର ସୁନା,ଟଙ୍କା ଏବଂ ଚାନ୍ଦାର ରସିଦ୍ ମିଳିଥିଲା । ଏଥିରେ ୯୦ କିଲୋଗ୍ରାମ୍ ସୁନା , ୪୦୯ କୋଟି ଟଙ୍କାର ଚାନ୍ଦାର ରସିଦ୍ , ବିନା ନାଁରେ ଥିବା ୧୧୫ କୋଟି ବ୍ୟାଙ୍କ୍ ଆକାଉଣ୍ଟ୍ ମିଳିଥିଲା । “କଳକୀ ଭଗବାନ”ଙ୍କ ପୁଅର କମ୍ପାନୀ “ହ୍ୱାଇଟ୍ ଲୋଟସ୍” ରେ ୮୫ କୋଟି ଟଙ୍କାର ନେଣଦେଣର ଖବର ମଧ୍ୟ ମିଳିଛି ।

ଆୟକର ବିଭାଗର ଏହି ଚଢାଉ “କଳକୀ ଭଗବାନ” ଙ୍କ ୪୦ ଟି ଠିକଣା ଚେନ୍ନାଇ,ହାଇଦ୍ରାବାଦ୍ , କୁପ୍ପମ୍ , ଚିତ୍ତୁର୍ ଭଳି ଅନେକ ସ୍ଥାନରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ମିଳିଥିବା ୪୪ କୋଟି ଟଙ୍କା ଏବଂ ୨୦ କୋଟି ଡଲାରକୁ ଏବେ ସିଜ୍ କରି ଦିଆଯାଇଛି । ସିଜ୍ କରାଯାଇଥିବା ଦେଶୀ ଏବଂ ବିଦେଶୀ ମୁଦ୍ରା ଏବଂ ସୁନାର ଦର ପାଖାପାଖି ୧୦୫ କୋଟି ଟଙ୍କା ହେବ ।

Comments are closed.