ସ୍ୱୟଂକୁ ଭଗବାନ ବିଷ୍ଣୁଙ୍କ ଦଶମ ଅବତାର କହୁଥିବା ଧର୍ମଗୁରୁ ବିଜୟ କୁମାର ନାଇଡୁ ତଥା “କଳକୀ ଭଗବାନ”ଙ୍କ ନାଁରେ ପ୍ରସିଦ୍ଧ ବାବା ସତରେ ଲକ୍ଷ୍ମୀପତୀ ସାବ୍ୟସ୍ତ ହୋଇଛନ୍ତି । ଆୟକର ବିଭାଗର ଚଢାଉ ପରେ “କଳକୀ ଭଗବାନ”ଙ୍କ ନିକଟରୁ କୋଟି କୋଟି ଟଙ୍କାର ଦେଶୀ-ବିଦେଶୀ ମୁଦ୍ରା ଏବଂ ସୁନା ମିଳିଛି ।
ଗତ ଏକ ସପ୍ତାହ ଧରି ଆଧ୍ୟାତ୍ମିକ ଗୁରୁ କଳକୀ ଭଗବାନଙ୍କ ସାରା ଦେଶରେ ଥିବା ୪୦ ଟି ଠିକଣାରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଯେଉଁଥିରେ କୋଟି କୋଟି ଟଙ୍କାର ସୁନା,ଟଙ୍କା ଏବଂ ଚାନ୍ଦାର ରସିଦ୍ ମିଳିଥିଲା । ଏଥିରେ ୯୦ କିଲୋଗ୍ରାମ୍ ସୁନା , ୪୦୯ କୋଟି ଟଙ୍କାର ଚାନ୍ଦାର ରସିଦ୍ , ବିନା ନାଁରେ ଥିବା ୧୧୫ କୋଟି ବ୍ୟାଙ୍କ୍ ଆକାଉଣ୍ଟ୍ ମିଳିଥିଲା । “କଳକୀ ଭଗବାନ”ଙ୍କ ପୁଅର କମ୍ପାନୀ “ହ୍ୱାଇଟ୍ ଲୋଟସ୍” ରେ ୮୫ କୋଟି ଟଙ୍କାର ନେଣଦେଣର ଖବର ମଧ୍ୟ ମିଳିଛି ।
ଆୟକର ବିଭାଗର ଏହି ଚଢାଉ “କଳକୀ ଭଗବାନ” ଙ୍କ ୪୦ ଟି ଠିକଣା ଚେନ୍ନାଇ,ହାଇଦ୍ରାବାଦ୍ , କୁପ୍ପମ୍ , ଚିତ୍ତୁର୍ ଭଳି ଅନେକ ସ୍ଥାନରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ମିଳିଥିବା ୪୪ କୋଟି ଟଙ୍କା ଏବଂ ୨୦ କୋଟି ଡଲାରକୁ ଏବେ ସିଜ୍ କରି ଦିଆଯାଇଛି । ସିଜ୍ କରାଯାଇଥିବା ଦେଶୀ ଏବଂ ବିଦେଶୀ ମୁଦ୍ରା ଏବଂ ସୁନାର ଦର ପାଖାପାଖି ୧୦୫ କୋଟି ଟଙ୍କା ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/KUBER.jpg)
/kanak/media/post_attachments/wp-content/uploads/2019/10/ewrw-300x220.png)
/kanak/media/post_attachments/wp-content/uploads/2019/10/Kalki-raid-300x200.jpg)
/kanak/media/post_attachments/wp-content/uploads/2019/10/ssssssssss-300x219.png)