ଅପମିଶ୍ରିତ ହୋଇପଡିଛି ସଂପୂର୍ଣ୍ଣ ସହର । ରାତା ରାତି ବଡ ଲୋକ ହେବାର ସ୍ୱପ୍ନ ଦେଖୁଥିବା ଆଜିର ଏହି ସଭ୍ୟସମାଜ ବିଭିନ୍ନ ଅନୈତିକ କାର୍ୟ୍ୟକଳାପରେ ଲିପ୍ତ ରହୁଛନ୍ତି । ଯେଉଁଥିରେ ବଜାରରେ ଉପଲବ୍ଧ ହେଉଥିବା ଖାଦ୍ୟ ସାମଗ୍ରୀ ବି ସାଲିମ । ଟଙ୍କା ଲୋଭରେ ଲୋକେ ଏତେ ଅନ୍ଧ ହୋଇପଡିଛନ୍ତି କି, ସତେ ଯେପରି ଟଙ୍କା ଆଗରେ ସେମାନଙ୍କ ପାଇଁ ସବୁକିଛି ଫିକା ପଡିଯାଇଛି । ଆମେ ଏଠାରେ ବଜାରରେ ମିଳୁଥିବା ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ସଂପର୍କରେ ଆଲୋଚନା କରୁଛୁ । କିଭଳି ଏହି ଅପମିଶ୍ରିତ ତଥା ବିଷାକ୍ତ ଖାଦ୍ୟ ସାମଗ୍ରୀ ବିକ୍ରି କରି ଲୋକଙ୍କ ଜୀବନ ସହ ଖେଳ ଖେଳାଯାଉଛି ତାହା ସଂପର୍କରେ ଆମେ ଏଠାରେ ଆଲୋଚନା କରିଛୁ ।
ବଜାରରେ ମିଳୁଥିବା କ୍ଷୀର, ଘିଅ , ତେଲ ଏବଂ ମସଲାରେ କଳାବଜାରୀ ହେଉଥିବା ଖବର କିଛିଦିନ ହେଲା ଚହଳ ସୃଷ୍ଟି କରିଛି । ନକଲି କ୍ଷୀର, ଘିଅ , ତେଲ ଏବଂ ମସଲା ଆପଣ ଶରୀରକୁ ଶକ୍ତି ଯୋଗାଇବା ପରିବର୍ତ୍ତେ କ୍ଷତି ପହଂଚାଇବା ଲାଗିଛି । ତେବେ ଏଥିପାଇଁ ଆପଣ ଜାଣିବା ନିହାତି ଜରୁରୀ କି ଆପଣ ଯେଉଁ ଖାଦ୍ୟ ସାମଗ୍ରୀ ବ୍ୟବହାର କରୁଛନ୍ତି, ତାହା ଶୁଦ୍ଧ କି ନୁହେଁ ଅର୍ଥାତ୍ ତାହା ଅସଲି କି ନୁହେଁ । ତେବେ ଆପଣ ଏହି କାମ ଘରେ ବସି ହିଁ କରିପାରିବେ, ସେ ବି ପୁଣି ପ୍ୟାକେଟକୁ ନ ଖୋଲି । ତେବେ କିଛି ଘରୋଇ ଟିପ୍ସ ଜରିଆରେ ଆପଣ ଚେକ୍ କରିପାରିବେ କି ଆପଣ ବ୍ୟବହାର କରୁଥିବା ଖାଦ୍ୟ ସାମଗ୍ରୀ ବାସ୍ତବରେ ଅସଲି ନା ନକଲି ?
ଘିଅ ଏବଂ ତେଲ
ଶୋରିଷ ତେଲକୁ ହାଇଡ୍ରୋ କ୍ଲୋରିକ୍ ଏସିଡରେ ମିଶାଇ ତାକୁ କିଛି ସମୟ ହଲାନ୍ତୁ । ଏଭଳି କରିବା ପରେ ଯଦି ଏହାର ରଙ୍ଗ ତଳ ବସିଯାଏ ଏବଂ ଏଥିରୁ ଦୁର୍ଗନ୍ଧ ଅଧିକ ବାହାରେ ତେବେ ଜାଣି ନିଅନ୍ତୁ କି ଅସଲି ଶୋରିଷ ତେଲ ଭଳି ଦେଖାଯିବା ପାଇଁ ଏଥିରେ ଏସିଡ୍ ବ୍ୟବହାର କରାଯାଇଛି । ତେଲରେ ରାଇସବ୍ରାନର ମିଶ୍ରଣ ଦ୍ୱାରା ଏହାର ଉପରୀ ପରସ୍ତରେ ହାଲକାର ଜମାଟ ଦେଖିବାକୁ ମିଳିଥାଏ । ତିନି ଘଂଟା ଫ୍ରିଜରେ ରଖି ବାହାର କରିବା ଦ୍ୱାରା ଏଥିରେ ଧଳା ରଙ୍ଗର କିଛି ଦାନା ଭଳି ଦେଖାଗଲେ ଆପଣ ଜାଣିପାରିବେ କି ତାହା ନକଲି ତେଲ ବୋଲି ।
ସେହିପରି ୫ ଏମଏଲ ଘିଅ ଏବଂ ପାଂଚ ଏମଏଲ ହାଇଡ୍ରୋ କ୍ଲୋରିକ ଏସିଡ ମିଶ୍ରଣ କରି ଏହାକୁ କିଛି ସମୟ ହଲାନ୍ତୁ । ଏହାପରେ ଏଥିରେ ଦୁଇ ବୁନ୍ଦା ଚଙ୍କକ୍ସଲକ୍ଟଚ୍ଚକ୍ଷର ମିଶାନ୍ତୁ । ଯଦି ଏହାର ରଙ୍ଗ ଲାଲ ହୋଇଯାଏ ତେବେ ବୁଝିଯାଆନ୍ତୁ କି, ଡାଲଡା ମିଶାଯାଇଛି । ବନସ୍ପତି ଘିଅ ହାତକୁ ରଗଡିବା ଦ୍ୱାରା ଶରୀରର ତାପ କାରଣରୁ ଯଦି ତାହା ତରଳି ଯାଏ ତେବେ ଶୁଦ୍ଧ ଅଟେ । ଯଦି ଗେଟାଭଳି ରହେ ତଥା ନ ତରଳ ତେବେ ତାହା ନିହାତି ରୂପେ ଅପମିଶ୍ରିତ ଘିଅ ବୋଲି ଜାଣିଯାଆନ୍ତୁ ।
କ୍ଷୀର
ଦୁଗ୍ଧକୁ ଶୁଂଘି ତାର ଶୁଦ୍ଧତା ସଂପର୍କରେ ଆପଣ ଅନୁମାନ କରିପାରିବେ । ଯଦି ଦୁଗ୍ଧରେ ସାବୁନ ଭଳି ଗନ୍ଧ ବାହାରୁଥାଏ ତେବେ ଆପଣ ଜାଣିଯିବେ କି, ଆପଣ ଆଣିଥିବା କ୍ଷୀର ପ୍ୟାକେଟଟି ନକଲି ଅଟେ ।
ହାତରେ ଘଷନ୍ତୁ
ସାମାନ୍ୟ ମାତ୍ରାରେ କଂଚା କ୍ଷୀରକୁ ହାତ ପାପୁଲିରେ ରଗଡନ୍ତୁ ଓ ଏହାକୁ ଚାଖନ୍ତୁ । ଅସଲି ଦୁଗ୍ଧରେ ମିଠା ସ୍ୱାଦ ଆସିଥାଏ । ଯଦି ଦୁଗ୍ଧର ସ୍ୱାଦ ମିଠା ନଲାଗେ ତେବେ ଜାଣିନେବେ କି ଆପଣ କିଣିଥିବା କ୍ଷୀର ପ୍ୟାକେଟଟି ନକଲି ଅଟେ ।
ରଙ୍ଗ ଦେଖି
ଅସଲି ଦୁଗ୍ଧକୁ ଫୁଟାଇବା ଦ୍ୱାରା ତାର ରଙ୍ଗରେ କୌଣସି ପ୍ରକାରର ପରିବର୍ତ୍ତନ ଆସିନଥାଏ । ସେହିପରି ନକଲି କ୍ଷୀର ଫୁଟାଇବା ଦ୍ୱାରା ତାର ରଙ୍ଗ ହାଲକା ହଳଦିଆ ରଙ୍ଗର ହୋଇଯାଇଥାଏ । କିମ୍ବା କିଛି ସମୟ ରଖିଦେଲେ ଏହାର ରଙ୍ଗ ବଦଳିଯାଇଥାଏ ।
ଚିକ୍କଣିଆ ଲାଗିଲେ
ଅସଲି କ୍ଷୀରକୁ ହାତ ପାପୁଲିରେ ରଗଡିବା ଦ୍ୱାରା ଏହା ହାତକୁ ଚିକ୍କଣିଆ ତଥା ତେଲିଆ ଲାଗିଥାଏ । ସେହିପରି ଯଦି ନକଲି କ୍ଷୀରକୁ ଏଭଳି କରନ୍ତି ତେବେ ଏହା ହାତକୁ କିଛି ବି ଅନୁଭବ ହୋଇଥାଏ ।
ଅଧିକ ଫେଣ ନହେବା
ଅଧିକାଂଶ ସମୟରେ ୱାସିଂ ପାଉଡର ମିଶାଇ ନକଲି ଦୁଗ୍ଧ ପ୍ରସ୍ତୁତ କରାଯାଇଥାଏ । ଏକ କାଚ ଗ୍ଲାସରେ କ୍ଷୀର ଭର୍ତ୍ତି କରି ଏହାକୁ କିଛି ସମୟ ଧରି ହଲାନ୍ତୁ । ଯଦି ଏଥିରେ ଅଧଧିକ ମାତ୍ରାରେ ଫେଣ ବାହାରେ କିଏବଂ ବହୁତ ସମୟ ଧରି ଏହି ଫେଣ ରହେ ତେବେ ବୁଝି ିବୋ କି ଏଥିରେ ୱାସିଂ ପାଉଡର ମିଶାଯାଇଛି ।
ପନିର
• ଆପଣ ଯେବେ ବି ପନିର ନେବା ପାଇଁ ଯାଉଛନ୍ତି , ତାହାର ଏକ ଛୋଟ ଖଣ୍ଡ ହାତରେ ଚକଟି କି ଦେଖନ୍ତୁ । ଏହା ଭାଙ୍ଗିଯିବ ଯଦି ଜଣାପଡିବ କି ପନିରରେ ଅପମିଶ୍ରଣ ହୋଇଛି । କାହିଁକିନା ଏହା ଭିତରେ ଯେଉଁ ରାସାୟନିକ ଥାଏ ତାହା ଅତ୍ୟଧିକ ଚାପ ସହିପାରେନି ଓ ଭାଙ୍ଗିବାକୁ ଲାଗେ ।
• ଯଦି ଆପଣ ଏହି ଉପାୟରେ ଦୋକନରେ ଦେଖି ନପାରିଲେ ଓ ଭୁଲ୍ ରେ ଘରକୁ ଆଣିଲେ, ତେବେ ତାହାର ଶୁଦ୍ଧତାର ଯାଂଚ କରିପାରିବେ । ଆପଣ ପନିରକୁ କିଛି ସମୟ ଫୁଟାନ୍ତୁ, ତା’ପରେ ଥଣ୍ଡା କରି ଦିଅନ୍ତୁ । ତାହା ଯେବେ ଥଣ୍ଡା ହୋଇଯିବ, ତା’ ଉପରେ ଆୟୋଡିନ୍ ର ଟିଂଚର ପକାଇ ଦିଅନ୍ତୁ । ଯଦି ପାଣିର ରଙ୍ଗ ନୀଳ ହୋଇଯାଏ, ତେବେ ବୁଝିନେବେ ଯେ, ଏଥିରେ ଅପମିଶ୍ରଣ ହୋଇଛି । ଏହି ପ୍ରକାର ଅପମିଶ୍ରିତ ପନିର ଖାଇଲେ ରବର ଭଳି ଟାଣି ହୋଇଯିବ ।
ତରକାରୀ ମସଲା
ଲଙ୍କା ଗୁଣ୍ଡ, ଧନିଆ ପାଉଡର, ହଳଦୀ ଗୁଣ୍ଡ, ଗରମ ସମଲାରେ ସିତ୍ଥେଟିକ ରଙ୍ଗ ସହିତ କାଠଗୁଣ୍ଡ, ଲେଡ ଅକ୍ସାଇଡ, ଲେଡ କ୍ରୋମେଟ ଏବଂ ହଳଦିଆ ମାଟି ଆଦି ମିଶ୍ରଣ କରାଯାଉଛି । ତେବେ ଆପଣ ବଜାରରୁ ଆଣିଥିବା ଏହି ସବୁ ମସଲା ଗୁଣ୍ଡ ବାସ୍ତବରେ ଶୁଦ୍ଧ ନା ଅପମିଶ୍ରିତ ତାହା ଘରେ ବସି ଚିହ୍ନଟ କରନ୍ତୁ ।
ଆପଣ କିଣିଥିବା ହଳଦୀଗୁଣ୍ଡ ଅସଲି ନା ନକଲି ତାହା ଜାଣିବା ପାଇଁ ସର୍ବପ୍ରଥମେ ହଳଦୀରେ ପାଣି ମିଶାନ୍ତୁ ଏବଂ ଏହାକୁ ଫିଲ୍ଟର କରିଦିଅନ୍ତୁ. ଏହାପରେ ଏଥିରେ ହାଇଡ୍ରୋ କ୍ଲୋରିକ୍ ଏସିଡ ମିଶାଇବା ଦ୍ୱାରା ଯଦି ଏହା ଗୋଲିପି ରଙ୍ଗରେ ପରିବର୍ତ୍ତିତ ହୋଇଯାଏ, ଏଥିସହିତ ହିଁ ଯଦି ପାଣି ମିଶାଇବା ସତ୍ୱେ ବି ତାହା ଗୋଲାପି ଦେଖାଯାଏ ତେବେ ବୁଝିନିଅନ୍ତୁ କି ଏଥିରେ ମିଟେଲ ଏଲୋ ମିଶ୍ରଣ କରାଯାଇଛି । ଯଦି ହଲଦି ଶୁଦ୍ଧ ଅଟେ ତେବେ କୌଣସି ରଙ୍ଗ ବାହାରିବ ନାହିଁ । ସେହିପରି ଲାଲ ଲଙ୍କାକୁଇଥର(ଆଲକୋହଲରେ ଅମ୍ଳର ମିଶ୍ରଣ)ରେ ଭିଜାଇ ଦିଅନ୍ତୁ । ଯଦି ଲଙ୍କାରେ ରଙ୍ଗ ମିଶାଯାଇଥିବ ତେବେ ତାହା ଇଥରରେ ଆସିଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/Food-Adulteration-Banglades20170209115930.jpg)
/kanak/media/post_attachments/wp-content/uploads/2018/09/How-to-Make-Ghee-at-Home-300x146.jpg)
/kanak/media/post_attachments/wp-content/uploads/2018/09/2016_1image_23_47_505033790210-ll-300x200.jpg)
/kanak/media/post_attachments/wp-content/uploads/2018/09/Capture-2-300x172.png)
/kanak/media/post_attachments/wp-content/uploads/2018/09/Nakli-Doodh-300x169.jpg)
/kanak/media/post_attachments/wp-content/uploads/2018/09/dd-300x261.png)
/kanak/media/post_attachments/wp-content/uploads/2018/09/food_adulteration_25_12_2016-300x225.jpg)