ହ୍ୱାଟସଆପ୍ ଆଣିଲା ନୂଆ ଫିଚର ! ଏଣିକି ନମ୍ବର ସେଭ୍ ନକରି ମଧ୍ୟ ପଠାଇପାରିବେ ମେସେଜ୍ ।

81

ସମ୍ପ୍ରତି ସମାଜରେ ଅଧିକାଂଶ ଲୋକ ହ୍ୱାଟସଆପ୍ ବ୍ୟବହାର କରୁଛନ୍ତି । ତେବେ ବେଳେବେଳେ ଏଭଳି ସ୍ଥିତି ମଧ୍ୟ ଉପୁଜିଥାଏ କି ଆପଣଙ୍କୁ ଏମିତି ଏକ ନମ୍ବରରେ ମେସେଜ ପଠାଇବାକୁ ଥାଏ, ଯେଉଁ ନମ୍ବରଟି ଆପଣଙ୍କ ମୋବାଇଲରେ ସେଭ୍ ହୋଇନଥାଏ । ଆଉ ଏଭଳି ପରିସ୍ଥିତିରେ ମେସେଜ ପଠାଇବାକୁ ହେଲେ ଆପଣଙ୍କୁ ପ୍ରଥମେ ନମ୍ବର ସେଭ୍ କରିବା ପାଇଁ ପଡିଥାଏ, ଯେଉଁଥି ପାଇଁ ଆପଣଙ୍କ ସମୟ ନଷ୍ଟ ହୋଇଥାଏ । କିନ୍ତୁ ଆମେ ଆପଣଙ୍କୁ ଏଭଳି ଏକ ଉପାୟ କହିବୁ, ଯେଉଁଥିରେ ନମ୍ବର ସେଭ୍ ନକରି ମଧ୍ୟ ଆପଣ ଯେକୌଣସି ନମ୍ବରରେ ମେସେଜ ପଠାଇପାରିବେ ।

ହ୍ୱାଟସଆପ ନିଜ ବ୍ୟବହାରକାରୀଙ୍କ ପାଇଁ କ୍ଲିକ୍ ଟୁ ଚାଟ୍ ଫିଚର ଆଣିଥିଲା । କ୍ଲିକ୍ ଟୁ ଚାଟ୍ ଫିଚର ସାହାଯ୍ୟରେ ଆପଣ ସେହି ନମ୍ବର ଗୁଡିକୁ ମେସେଜ କରିପାରିବେ ଯେଉଁମାନଙ୍କ ନମ୍ବର ଆପଣଙ୍କ ମୋବାଇଲରେ ସେଭ୍ ନଥିବ । ତେବେ ଏହି ପ୍ରୋସେସରେ କରନ୍ତୁ ମେସେଜ ।

ନିଜ ସ୍ମାର୍ଟଫୋନ କିମ୍ବା ପିସି ବ୍ରାଉଜରକୁ ଓପନ କରନ୍ତୁ ଏବଂ web.whatsapp.com ଟାଇପ କରି ଏଣ୍ଟର କରନ୍ତୁ । ଏହା ପରେ ୱେବ୍ ହ୍ୱାଟସଆପକୁ ଓଆର୍ କୋଡ ଜରିଆରେ ସ୍କାନ କରି କନେକ୍ଟ କରିନିଅନ୍ତୁ । ଏବେ ଆପଣଙ୍କ ବ୍ରାଉଜରରେ ଏକ ନୂଆ ଟ୍ୟାବ୍ ଓପନ କରନ୍ତୁ ଏବଂ ସେଥିରେ api.whatsapp.com/send?phone= ଟାଇପ କରନ୍ତୁ । ଲିଙ୍କର ୟୁଆରଏଲ ଯେଉଁଠାରେ ଶେଷ ହେଉଛି, ସେଠାରେ ୯୧ କୋଡ୍ ସହ ଯାହାକୁ ମେସେଜ ପଠାଇବାର ଅଛି ତାଙ୍କ ନମ୍ବର ଟାଇପ୍ କରନ୍ତୁ ଏବଂ ଏଣ୍ଟର କରିଦିଅନ୍ତୁ । ଏହା ପରେ ଆପଣଙ୍କୁ ସବୁଜ ରଙ୍ଗରେ ମେସେଜର ବଟନ୍ ଦେଖାଯିବ । ସେଥିରେ କ୍ଲିକ୍ କରନ୍ତୁ ଏବଂ ମେସେଜ୍ ଟାଇପ୍ କରନ୍ତୁ ।