ସ୍ମାର୍ଟଫୋନର ବଡ ସମସ୍ୟା ବାରମ୍ବାର ଅପଡେଟ୍ ମାଗିବା ! ଫୋନ୍ ଭିତରେ ହିଁ ରହିଛି ଏହାର ସମାଧାନ,ଜାଣନ୍ତୁ ଏହାର କିଛି ଉପାୟ ।

489

ସ୍ମାର୍ଟଫୋନ୍ ଆମ ପାଇଁ ଯେତେ ସାହାର୍ଯ୍ୟକାରୀ ହୋଇଥାଏ ତାଠାରୁ ଅଧିକ ଅସୁବିଧାର କାରଣ ପାଲଟିଥାଏ । କିନ୍ତୁ ଏହା ସେତେବେଳେ ହୋଇଥାଏ ଯେତେବେଳେ ଆପଣ ଫୋନରୁ ଅନେକ ଡାଉନଲୋଡିଙ୍ଗ୍ ,ବ୍ରାଉଜିଙ୍ଗ କିମ୍ବା ଫାଇଲ୍ ସେୟାରିଙ୍ଗ୍ କଲେ ଫୋନ୍ ଆପଣଙ୍କ ଅଜାଣତରେ ଭାଇରସର ଶିକାର ହୋଇଯାଏ ଏବଂ କେତେବେଳେ କମ୍ ତ କେତେବେଳେ ହାଇ-ସ୍ପିଡରେ କାମ କରେ । ଆପ୍ ଖୋଲିବା କ୍ଷଣି ବିଜ୍ଞାପନ ଦେଖାଇବା ଆରମ୍ଭ କରିଥାଏ । ବାରମ୍ବାର ଆପଣଙ୍କ ଫୋନ୍ ଏଥିପାଇଁ ଅପଡେଟ୍ ମାଗିଥାଏ କିନ୍ତୁ ଏହାର ଅର୍ଥ କ’ଣ ବୁଝାପଡେ ନାହିଁ । ତେବେ ଆସନ୍ତୁ କିଭଳି ଏହି ସମସ୍ୟାରୁ ମୁକ୍ତି ପାଇବେ ଜାଣିବା ।

ସ୍ମାର୍ଟଫୋନକୁ ରିଷ୍ଟାର୍ଟ କରିବା ପରେ ଫୋନର ଡିଭାଇସ୍ ସେଟିଙ୍ଗ୍ ଅପ୍ସନରେ ଯାଇଥାଏ । ଆପଣଙ୍କୁ ଏଠାରେ ଏଭଳି ଆପ୍ ମିଳିବ ଯାହା ଆପଣଙ୍କ ଫୋନରେ ପୂର୍ବରୁ ଇନଷ୍ଟଲ୍ ଥିବ ଏହାସହ ଭାଇରସ୍ ବି ଚାଲୁଥିବା ଦେଖାଯିବ । ଭାଇରସ୍ ନଜର ଆସିଲେ ଏହାକୁ ଅନଇନଷ୍ଟଲ୍ କରିଦିଅନ୍ତୁ । କିଛି ଭାଇରସ୍ ଏଭଳି ହୋଇଥାନ୍ତି ଯେ ଏଠାରେ ଅନଇନଷ୍ଟଲର ଅପ୍ସନ୍ ହିଁ ନଥାଏ ।

ସ୍ମାର୍ଟଫୋନକୁ ସେଫ୍ ମୋଡରେ ରିବୁଟ୍ କରନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ଫୋନରେ ଚାଲୁଥିବା ଥାର୍ଡ ପାର୍ଟି ଆପ୍ସ ଏବଂ ଯାହା ଭାଇରସ୍ ରନ୍ କରିଥାଏ ତାହା ଡାଇରେକ୍ଟ ବନ୍ଦ ହୋଇଯିବ । କିଛି ଫୋନରେ ଏହି ଅପ୍ସନ୍ ପାୱାର ବଟନକୁ ଦବାଇ ରଖିବା ପରେ ହିଁ ଆସିଥାଏ । ଫୋନରୁ ଅନୱାଣ୍ଟେଡ୍ ଆପକୁ ହଟାଇବା ପାଇଁ ଫୋନକୁ ପୁଣିଥରେ ନର୍ମାଲ୍ ମୋଡରେ ରିଷ୍ଟାର୍ଟ କରିଦିଅନ୍ତୁ । ଏମିତିରେ ଫୋନ୍ ହ୍ୟାଙ୍ଗରୁ ମୁକ୍ତି ହେବା ସହ ନର୍ମାଲରେ ମଧ୍ୟ ଚାଲିବ । ବହୁତ କମ୍ ଫୋନରେ ରାମ୍ କମ୍ ହୋଇଥାଏ ଏମିତିରେ ୟୁଜର୍ସ ଆଣ୍ଟିଭାଇରସ୍ ଇନଷ୍ଟଲ୍ କରି ପରେ ଅନଇନଷ୍ଟଲ୍ କରିଦିଅନ୍ତୁ । ଡିଭାଇସ୍ ଏଡମିନିଷ୍ଟ୍ରେଟର ଏଭଳି ଅନେକ ଆପ୍ସ ଆପଣଙ୍କୁ ମିଳିଯିବ । ଯେଉଁ ଆପ୍ସ ଆପଣଙ୍କୁ ଆବଶ୍ୟକ ନୁହଁ ତାକୁ ଆପଣ କାଟିପାରିବେ ।