ପବିତ୍ର ଗଣେଶ ପୂଜାରେ ରେଡିଓ ଚକଲେଟ୍ ୧୦୪ ଏଫ୍.ଏମ୍. ଆପ୍ର ଘୋଷଣା ହେବା ପରଠାରୁ ଓଡ଼଼ିଶା ଏବଂ ଦେଶ ବିଦେଶରେ ଓଡ଼଼ିଆ ଗୀତ ଏବଂ କାର୍ଯ୍ୟକ୍ରମକୁ ଭଲ ପାଉଥିବା ଲୋକଙ୍କ ମଧ୍ୟରେ ଖୁସି କହିଲେ ନସରେ । ଗୋଟିଏ ଆପରେ ୬ଟି ରେଡ଼ିଓ ଷ୍ଟେସନ୍କୁ ଉପଭୋଗ କରିବାର ମଜା ଶ୍ରୋତଙ୍କ ଖୁସିକୁ ଦୁଇଗୁଣ କରିଦେଇଛି । ଆପର ରେଟିଙ୍ଗ ଏବଂ ମତାମତରୁ ଲୋକ ମାନଙ୍କର ଉତ୍ସାହ ସଂପର୍କରେ ଜାଣି ହେଉଛି ।

ତେବେ ପ୍ଲେ ଷ୍ଟୋର୍ରେ ରେଡ଼ିଓ ଚକଲେଟ୍ର ନାମରେ ଅନେକ ଗୁଡ଼ିଏ ଫେକ୍ ଆଇଡ଼ି ଥିବାରୁ ଭ୍ରମ ସୃଷ୍ଟି ହେଉଛି ଏବଂ ଶ୍ରୋତାମାନେ ଭୁଲ ବଶତଃ ଫେକ୍ ଆପ୍ ସବୁ ଡାଉନଲୋଡ୍ କରି ଦେଉଛନ୍ତି ଏଥିପାଇଁ ଅଫିସିଆଲ୍ ରେଡିଓ ଚକ୍ଲେଟ୍ ଆପକୁ ଜାଣି ଡାଉନ୍ଲୋଡ୍ କରିବା ପାଇଁ ଅନୁରୋଧ କରାଯାଇଛି । ରେଡିଓ ଚକଲେଟ୍ ଆପ୍ ଡାଉନଲୋଡ୍ ଲିଙ୍କ୍ https://play.google.com/store/apps/details?id=com.radiochoklate.fm

ରେଡିଓ ଚକଲେଟ୍ ଅଫିସିଆଲ୍ ଆପକୁ ଚିହ୍ନିବେ କିପରି ?

୧-ଡାଉନଲୋଡ୍ କରିବା ପୂର୍ବରୁ ରେଡିଓ ଚକଲେଟର ଅରିଜିନାଲ୍ ଲୋଗୋ ଦେଖନ୍ତୁ ।

୨-Radio Choklate 104 FM (Official) ଏହି ନାମ ଥିବା ଆପକୁ ହିଁ ଡାଉନଲୋଡ୍ କରନ୍ତୁ ।

୩-ଆପ୍ ଡାଉନଲୋଡ୍ କରିବା ପରେ ମିଳାଇ ନିଅନ୍ତୁ “ଗୋଟିଏ ଆପରେ ୬ଟି ରେଡ଼ିଓ ଷ୍ଟେସନ୍” ଦିଆଯାଇଥିବା ଚିତ୍ର ପରି ଏକ ଇଣ୍ଟର୍ଫେସ୍ ଅଛି କି? ଯଦି ନାହିଁ ତେବେ ତାହା ଏକ ଫେକ୍ ଆପ୍ ।

୪-ରେଡିଓ ଚକଲେଟର ବନାନ ପ୍ରତି ଧ୍ୟାନ ଦିଅନ୍ତୁ : Radio Choklate 104 FM