୨୦୦ ବର୍ଷ ଶାସନ କାଳରେ କେତେ ଟଙ୍କା ଲୁଟି ନେଇଥିଲେ ଇଂରେଜ? ଜାଣିଲେ ଆଶ୍ଚର୍ଯ୍ୟ ହେବେ

478

ଭାରତ ସ୍ୱାଧୀନତା ହାସଲ କରିବାର ୭୨ ବର୍ଷ ବିତିଗଲାଣି । କିନ୍ତୁ ଏହି ସ୍ୱାଧୀନତା ଭାରତବାସୀଙ୍କୁ ଏତେ ସହଜରେ ମିଳିନଥିଲା । ଦୀର୍ଘ ୨୦୦ ବର୍ଷ ଧରି ଇଂରେଜ ମାନେ ଶାସନ କରିବା ପରେ ସ୍ୱାଧୀନତା ହାସଲ କରିଥିଲେ ଦେଶବାସୀ । ଆଉ ଏହି ୨୦୦ ବର୍ଷ ମଧ୍ୟରେ ଭାରତରୁ କୋଟି କୋଟି ଟଙ୍କାର ସମ୍ପତି ଲୁଟି ନେଇଥିଲେ ଇଂରେଜ । କିନ୍ତୁ ଏହି ୨୦୦ ବର୍ଷ ମଧ୍ୟରେ କେତେ ମୂଲ୍ୟର ସମ୍ପତି ଇଂରେଜ ମାନେ ଲୁଟି ନେଇଥିଲେ ତାହାର ହିସାବ କଳନା କରିବା ସମ୍ଭବପର ନୁହେଁ ।

ପୂର୍ବରୁ ଭାରତକୁ ସୁନାର ଗନ୍ତାଘର କୁହାଯାଉଥିଲା । କିନ୍ତୁ ବ୍ରିଟିଶ ଶାସନ କାଳରେ ବହୁତ ସମ୍ପତି ଲୁଟି ନେଇଥିଲେ ଇଂରେଜ । ତେବେ କେତେ ସମ୍ପତି ଇଂରେଜ ମାନେ ଲୁଟି ନେଇଥିଲେ ତାହା କହିବା ସମ୍ଭବପର ନୁହେଁ କିନ୍ତୁ ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ ଉତ୍ସା ପଟ୍ଟନାୟକ ସମ୍ଭାବିତ ମୂଲ୍ୟର ସମ୍ପତି ବିଷୟରେ ସୂଚନା ଦେଇଛନ୍ତି ଯାହା ଭାରତରୁ ଇଂରେଜ ମାନେ ଲୁଟ୍ କରିଥିଲେ ।

ଭାରତରୁ ବ୍ରିଟିଶ ଶାସକ ମାନେ ଯେତିକି ସମ୍ପତି ଲୁଟି ନେଇଥିଲେ ତାହାର ପ୍ରଭାବ ସିଧାସଳଖ ଅର୍ଥବ୍ୟବସ୍ଥା ଉପରେ ପଡିଥିଲା । ଉତ୍ସା ପଟ୍ଟନାୟକ ଏକ ଆଲେଖ୍ୟରେ ଲେଖିଛନ୍ତି ଯେ, ଇଂରେଜ ମାନେ ୧୭୬୫ରୁ ୧୯୩୮ ମସିହା ମଧ୍ୟରେ ଭାରତରୁ ପାଖାପାଖି ୪୫ ଟ୍ରିଲିୟନ ଡଲାର ଲୁଟ କରି ନେଇଥିଲେ । ଉତ୍ସା କହିଛନ୍ତି, ଇଂରେଜ ମାନେ ଭାରତରୁ ଏତେ ପରିମାଣର ସମ୍ପତି ଲୁଟି ନେଇଥିଲେ ଯାହାଫଳରେ ଦେଶ ଏକରକମ ବରବାଦ ହୋଇଯାଇଥିଲା ଆଉ ଏହି ଟଙ୍କାରେ ବ୍ରିଟିଶ ମାନେ ବେଶ ସୌକିନ ଜୀବନଯାପନ କରୁଥିଲେ ।