କୁମ୍ଭମେଳାର ଆକର୍ଷଣୀୟ କୌଶଳ କ୍ରୀଡା ‘ମୃତ୍ୟୁର କୂଅ’ ! ଜାଣନ୍ତୁ କିଭଳି ନିଜ ଜୀବନକୁ ବାଜିଲଗାଇ କୌଶଳ ଦେଖାନ୍ତି ସାହସୀ ଯୁବକ,ମୃତ୍ୟୁଖେଳ ଭିତରେ କ’ଣ ରହିଛି ବିଜ୍ଞାନ ।

262

କୁମ୍ଭମେଳା ହିନ୍ଦୁଧର୍ମର ଆସ୍ଥା,ଧର୍ମ ଏବଂ ଶ୍ରଦ୍ଧାର ସମାହାର ଥିବାବେଳେ ଏହା ରୋଜଗାରର ମଉକା ନେଇ ଆସିଥାଏ । ସେ ସଂଗମରେ ନଉକା ବିହାର କରାଉଥିବା ସ୍ଥାନୀୟ ଲୋକ ହୁଅନ୍ତୁ କିମ୍ବା ଦେଶର କୋଣଅନୁକୋଣରୁ ଆସି ଏଠାରେ ଦୋକାନ ଲଗାଇଥିବା ଲୋକ ହୁଅନ୍ତୁ । କିନ୍ତୁ ଗୋଟିଏ ଖାସ୍ ତରିକା ଏହି ଭଳି ମେଳାମାନଙ୍କରେ ହିଁ ଦେଖାଯାଇଥାଏ ତାହା ହେଉଛି ମୃତ୍ୟୁର କୂଅ । ଲୋକଙ୍କ ନିଜ ଆଡକୁ ଆକର୍ଷିତ କରୁଥିବା ଏହି ମୃତ୍ୟୁର ଖେଳରେ ମାତ୍ର ୨୦ ଟଙ୍କାରେ କୁମ୍ଭମେଳାରେ ନିଜ ଜୀବନକୁ ବାଜି ଲଗାଇ ପେଟକୁ ଦାନା ମୁଠାଏ ପାଇବା ପାଇଁ ଲୋକମାନେ ଖେଳ ଦେଖାଉଛନ୍ତି । କାଠ ଏବଂ ଲୁହାରେ ତିଆରି ହୋଇଥିବା କୂଅ ଭଳି ଏକ ବଡ ଷ୍ଟେଜ୍ ରେ ଠିଆ ହୋଇ ଉପରୁ ତଳକୁ ଏବଂ ତଳୁ ଉପରକୁ ଗୋଲେଇ ହୋଇ ଏହି ଖେଳ ଦେଖାଯାଇଥାଏ । ଘୋଷଣାକାରୀ ଏହି ଘୋଷଣା ବି କରିଥାଏ ଯେ ଏହି ବାଇକରେ ବ୍ରେକ୍ ନଥାଏ । ଅର୍ଥାତ୍ କେତେବେଳେ ବି କୌଶଳ ଦେଖାଉ ଦେଖାଉ ଜୀବନ ଚାଲିଯିବ ତାହା କହିହେବନାହିଁ ।

କ’ଣ ହୋଇଥାଏ ଏହି ମୃତ୍ୟୁର କୂଅ : ଖେଳ ଦେଖିବାକୁ ଲୋକଙ୍କ ଗହଳି ହୋଇଗଲେ କୌଶଳ ଦେଖାଉଥିବା ସାହସୀ ଲୋକଟିର ଏଣ୍ଟ୍ରି ହୋଇଥାଏ । କେତେବେଳେ ହେଲମେଟ୍ ପିନ୍ଦି ତ ଆଉ କେତେବେଳେ ବିନା ହେଲମେଟ ପିନ୍ଧି ଏହି ଲୋକମାନେ କୌଶଳ ଦେଖାଇଥାନ୍ତି । ଯେଭଳି ବାଇକ୍ ତଳୁ ଉପରକୁ ଆସିଥାଏ କଳାକାର ଦୁଇ ହାତକୁ ଛାଡି ଦେଇ କୌଶଳ ଦେଖାଏ,ଗୋଟିଏ ପଟେ ଦୁଇଗୋଡକୁ ଛନ୍ଦି ବସେ । ଏହି ଦୃଶ୍ୟ ଦେଖି ଦେଖଣାହାରୀଙ୍କ ଲୋମ ଟାଙ୍କୁରୀ ଉଠେ । ଆଉ ସେତେବେଳେ ତଳେ କାର୍ ମଧ୍ୟ ଷ୍ଟଣ୍ଟ୍ ଦେଖାଇଥାନ୍ତି । ଏବେ ଆପଣ ହିଁ ଭାବନ୍ତୁ ଗୋଟିଏ ଲୁହାକାଠର କାନ୍ଥ ଉପରେ ଦୁଇଟି ବାଇକ୍ ଆଉ କାର୍ ବୁଲିଲେ କ’ଣ ହେବ । ବେଳେବେଳେ କାର୍ ଚଲାଉଥିବା ଲୋକ ଗୋଟିଏ ଡୋର୍ ଖୋଲି ଲୋକଙ୍କୁ ହାତ ହଲାଇଥାଏ । ଆଶ୍ଚର୍ଯ୍ୟର କଥା ଏଭଳି କୌଶଳ ଦେଖାଇବା ପରେ ମଧ୍ୟ କାହାକୁ କିଛି ହୋଇନଥାଏ । ଯେଉଁଠି ସଡକରେ ଗାଡି ଚଲାଉ ଚଲାଉ ଲୋକ ଦୂର୍ଘଟଣାର ଶିକାର ହୋଇଯାଆନ୍ତି ସେଠାରେ କାନ୍ଥ ଉପରେ ଗାଡି ଚଲାଇବା ଯେ କେତେ କଷ୍ଟକର ତାହା ଆପଣ ଜାଣିପାରୁଥିବେ । ତେବେ ଏହା କୌଣସି ଯାଦୁ ନୁହଁ ଏଥିପାଇଁ ବର୍ଷର ବର୍ଷର ଅଭ୍ୟାସ ଏବଂ ଫିଜିକ୍ସ ଆବଶ୍ୟକ ପଡିଥାଏ ।

ଏବେ ଆସନ୍ତୁ ଏହା ପଛର ବିଜ୍ଞାନ ବିଷୟରେ ଜାଣିବା : ମୃତ୍ୟୁର କୂଅ କ’ଣ ଜାଣିବା ପାଇଁ ଆପଣ ଘରେ ଗୋଟିଏ ପ୍ରୟୋଗ କରନ୍ତୁ । ଗୋଟିଏ ଗ୍ଲାସରେ ଗୋଟିଏ ବାଟି ପକାଇ ଗ୍ଲାସକୁ ଗୋଲ ଗୋଲ ବୁଲାନ୍ତୁ । କିଛି ସମୟ ପରେ ଏହି ବାଟି ତଳ ସ୍ଥାନ ଛାଡି ଗ୍ଲାସ ଚାରିପାଖେ ବୁଲିବାକୁ ଲାଗିବ । ଠିକ୍ ସେହିପରି ହିଁ କୂଅରେ ହୋଇଥାଏ । ଯେତେବେଳେ ମୋଟର ସାଇକେଲ୍ ମୃତ୍ୟୁର କୂଅର କାନ୍ଥ ଉପରେ ଚାଲିଥାଏ ସେତେବେଳେ ଅତ୍ୟଧିକ ବଳ କାମ କରିବା ଆରମ୍ଭ କରିଦିଏ । ସବୁଠାରୁ ଅଧିକ ବଳ ପୃଥିବୀ ଲଗାଇଥାଏ ଯାହା ମାଧ୍ୟାକର୍ଷଣ ଶକ୍ତି ମାଧ୍ୟମରେ ଗାଡିକୁ ତଳକୁ ଟାଣିଥାଏ । ଏହାକୁ ବିରୋଧ କରି ଆଉ ଏକ ବଳ ଲାଗିଥାଏ ଯାହା ଗାଡିକୁ ଆଗକୁ ବଢାଇବାକୁ ସାହାର୍ଯ୍ୟ କରିଥାଏ । ଏହା ହେଉଛି ଘର୍ଷଣ ବଳ । ଯାହାଦ୍ୱାରା ଗାଡଇ ଆଗକୁ ବଢିଥାଏ । ଏହି ଦୁଇ ବଳ ଅପେକ୍ଷା ଆଉ ଦୁଇଟି ମୁଖ୍ୟବଳ ମଧ୍ୟ ଲାଗିଥାଏ । ଗୋଟିଏ ବଳ ଯାହା ବାଇକ୍ କୁ କାନ୍ଥରେ ଦୌଡାଇଥାଏ । ଆଉ ଏକ ବଳ କାନ୍ଥ କୁଅର କେନ୍ଦ୍ରକୁ ଲାଗିଥାଏ । ଏବେ ବାଇକ୍ ଆରୋହି ଗାଡିରୁ ନ ପଡିବା ପାଇଁ ଏହି ଚାରୋଟି ବଳର ସମାନ ସାମଞ୍ଜସ୍ୟ ରହିବା ଆବଶ୍ୟକ ।