ପୂରା ବିଶ୍ୱକୁ ଘାରିଛି କରୋନା ଭୟ । ପ୍ରାଣଘାତୀ କରୋନା ଭାଇରସ ପାଇଁ ଏବେ ପୂରା ବିଶ୍ୱ ଆତଙ୍କିତ । ଚୀନରୁ ପୂରା ବିଶ୍ୱକୁ ଏବେ ବ୍ୟାପିଲାଣି ଏହି ଭାଇରସ । କେବଳ ଚୀନରେ ହିଁ ୧୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏପରିକି ୫୦ ହଜାରରୁ ଅଧିକ ବ୍ୟକ୍ତି ଏହି ଭାଇରସରେ ସଂକ୍ରମିତ ହୋଇଥିବାର ଖବର ସାମ୍ନାକୁ ଆସିଛି । କିନ୍ତୁ ବେସରକାରୀ ରିପୋର୍ଟ ଅନୁଯାୟୀ, ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଢେର ଅଧିକ । ଏପରିକି ମୃତକଙ୍କୁ ନେଇ ମଧ୍ୟ ମିଥ୍ୟା ତଥ୍ୟ ଚୀନ୍ ଦେଉଥିବା ଅଭିଯୋଗ ହେଉଛି । ଆଉ ଏଭଳି ସ୍ଥିତିରେ କରୋନା ଭାଇରସରେ ସଂକ୍ରମିତ ଥିବା ବ୍ୟକ୍ତିଙ୍କ ପାକସ୍ଥଳୀର ଏକ୍ସ-ରେ ଫଟୋ ଏବେ ସାମ୍ନାକୁ ଆସିଛି ।

Advertisment

ଚୀନରେ କରୋନା ଭାଇରସରେ ସଂକ୍ରମିତ ଜଣେ ବ୍ୟକ୍ତିଙ୍କ ଛାତିର ଏକ୍ସ-ରେ କରାଯାଇଥିଲା । ଆଉ ଏହି ଏକ୍ସ-ରେ କରୋନା ଭାଇରସ ପାକିସ୍ଥଳୀକୁ ସଂକ୍ରମିତ କରୁଥିବାର ଦେଖିବାକୁ ମିଳିଛି । ଏହି ଏକ୍ସ-ରେ ରିପୋର୍ଟରେ ପାକସ୍ଥଳୀର ନିମ୍ନ ପାଶ୍ୱର୍ରେ କିଛି ଦାଗ ଦେଖିବାକୁ ମିଳୁଛି । ଏହାକୁ ଗ୍ରାଉଣ୍ଡ ଗ୍ଲାସ ଓପାସିଟି ବୋଲି ଡାକ୍ତର କହିଛନ୍ତି । ତେବେ ଏହି ଦାଗକୁ ବଡ କରିବା ପରେ ଏଥିରେ ଯେପରି କାଚଘଣ୍ଟ ଭାଙ୍ଗିବା ଭଳି ଚିତ୍ର ଦେଖିବାକୁ ମିଳିଥିଲା । ଯାହା ଦର୍ଶାଉଥିଲା ଏହି ଲାଲ ବକ୍ସ ଚିହ୍ନତ ସ୍ଥାନରେ ଯେପରି କିଛି ତରଳ ପଦାର୍ଥ ଏକାଠି ହୋଇ ରହିଛି ।

publive-imageଏହାଛଡା ରିପୋର୍ଟରେ ଆଉ ଏକ ସାଂଘାତିକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ନିମୋନିଆ ଓ କରୋନା ଭାଇରସର ଲକ୍ଷଣ ପ୍ରାୟ ଏକାଭଳି ଥିଲେ ମଧ୍ୟ ନିମୋନିଆ ତୁଳନାରେ କରୋନା ଭାଇରସ ଦ୍ରୁତ ଗତିରେ ଶରୀରରେ ବ୍ୟାପିଥାଏ ।ତେଣୁ ଏହି ଭାଇରସ ପାଇଁ ଆଣ୍ଟିବାୟୋଟିକ୍ ମଧ୍ୟ କାମ କରିନଥାଏ । ଏସବୁ ଭିତରେ ଜର୍ମାନୀର ଋହ୍ନୁ ଓ ଗ୍ରୀପ୍ସୱାଲ୍ଡ ବିଶ୍ୱବିଦ୍ୟାଳୟର କିଛି ବୈଜ୍ଞାନିକ ଦଳ କରୋନା ଭାଇରସକୁ କିଭଳି ନିପାତ କରିହେବ ସେନେଇ ଗବେଷଣା କରିବା ପରେ ଏକ ବଡ ତଥ୍ୟ ସାମ୍ନାକୁ ଆଣିଛନ୍ତି । ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ୩୦ ଡିଗ୍ରୀ ସେଲସିୟସ ଠାରୁ ଅଧିକ ତାପମାତ୍ରାରେ କରୋନା ଭାଇରସର କମ ପ୍ରଭାବ ଦେଖିବାକୁ ମିଳିଥାଏ । ଅଥାର୍ତ ତାପମାତ୍ରା ବଢିବା ଦ୍ୱାରା କରୋନା ଭାଇରସ ଆପଣାଛାଏଁ ନିଷ୍କ୍ରିୟ ହୋଇଯାଇଥାଏ । ତେଣୁ ଏହି ଭାଇରସକୁ ଡିସଇନଫେକଣ୍ଟେଟ ଦ୍ୱାରା ନିପାତ କରାଯାଇପାରିବ ବୋଲି ବୈଜ୍ଞାନିକ କହିଛନ୍ତି । ସେହିଭଳି ଆଲକୋହଲ ଏହି ଭାଇରସକୁ ଗୋଟିଏ ମିନିଟରେ ନିପାତ କରାଯାଇପାରିବ ବୋଲି କହିଛନ୍ତି ବୈଜ୍ଞାନିକ ।

publive-imageଜର୍ମାନୀ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, କରୋନା ଭାଇରସ ଅନ୍ୟ ଭାଇରସ ଠାରୁ ଚାରି ଗୁଣା ଅଧିକ ସମୟ ପର୍ଯ୍ୟନ୍ତ ଶରୀରରେ ବଞ୍ଚିରହିଥାଏ । ସାଧାରଣ ଭାଇରସ ଶରୀରରେ ୨ରୁ ୩ ଦିନ ପ୍ରଭାବ ଦେଖାଉଥିବା ବେଳେ କରୋନା ଭାଇରସର ପ୍ରଭାବ ଶରୀରରେ ୧୦ରୁ ୧୨ ଦିନ ରହିପାରେ । କେବଳ ମଣିଷ ଶରୀର ନୁହେଁ ନିର୍ଜୀବ ବସ୍ତୁରେ ମଧ୍ୟ ସପ୍ତାହରୁ ଅଧିକ ସମୟ ଧରି ବଞ୍ଚି ରହିପାରେ । ତେଣୁ କେବଳ କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ନୁହେଁ ସେମାନେ ବ୍ୟବହାର କରୁଥିବା ସାମଗ୍ରୀ ବ୍ୟବହାର କଲେ ମଧ୍ୟ କରୋନା ଭାଇରସରେ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାଛଡା ୪ ଡିଗ୍ରୀରୁ କମ ତାପମାତ୍ରା ଅଞ୍ଚଳରେ ଏହି ଭାଇରସ ଗୋଟିଏ ମାସରୁ ଅଧିକ ସମୟ ବଞ୍ଚି ରହିପାରିବ । କରୋନା ଭାଇରସ ଏପରି ଏକ ଭାଇରସ ଯାହା ମଣିଷକୁ ମାତ୍ର ୧୫ ସେକେଣ୍ଡ ମଧ୍ୟରେ ସଂକ୍ରମିତ କରିପାରେ । ତେବେ ନିର୍ଜୀବ ବସ୍ତୁ ଠାରୁ ମଣିଷ ଶରୀରକୁ ବ୍ୟାପିବାକୁ ଏହି ଭାଇରସ କେତେ ସମୟ ନେଇଥାଏ ତାହା ସ୍ପଷ୍ଟ ହୋଇନାହିଁ ବୋଲି ବୈଜ୍ଞାନିକ ମାନେ କହିଛନ୍ତି ।