ଚିଲିକା ଓ ଭିତରକନିକାରେ ହେବ ହାଉସ୍ ବୋଟ୍ । ଏନେଇ ସଫିଂ ଫେଡରେସନ ଅଫ ଇଣ୍ଡିଆ ସହ ହେବ ଚୁକ୍ତି । ପର୍ଯ୍ୟଟନ ସଚିବ ବିଶାଲ ଦେବଙ୍କ ସୂଚନା

ଡାକ ବଙ୍ଗଳା କରାଯିବ, ଇକୋ ଟୁରିଜିମ୍ ଉପରେ ଦିଆଯିବ ଗୁରୁତ୍ୱ; ୯ଟି ସର୍କିଟ ସହ ୧୩ ପର୍ଯ୍ୟଟନସ୍ଥଳର କରାଯିବ ବିକାଶ

323

କନକ ବ୍ୟୁରୋ: ଚିଲିକା ଓ ଭିତରକନିକାରେ ହେବ ହାଉସ୍ ବୋଟ୍ । ଏନେଇ ବୋଟ କିଣାଯିବା ସହ ସର୍ଫିଂ ଫେଡେରେସେନ ଅଫ ଇଣ୍ଡିଆ ସହ ଚୁକ୍ତି କରାଯିବ । ଏଥି ସହିତ ହିଁ ଉଭୟ ପର୍ଯ୍ୟଟନ କ୍ଷେତ୍ରରେ ଗୋଟିଏ ବୁଦ୍ଧିଷ୍ଟି ସରକିଟ ଗ୍ରାଣ୍ଡ ତିଆରି କରାଯିବ ସହ ଡାକ ବଙ୍ଗଳା ମଧ୍ୟ ନିର୍ମାଣ କରାଯିବ ବୋଲି ନିଷ୍ପତି ହୋଇଛି ।

ଆଜି ଏନେଇ ରାଜ୍ୟ ପର୍ଯ୍ୟଟନ ଉପଦେଷ୍ଟା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଓଡ଼ିଶାରେ ପର୍ଯ୍ୟଟନ ସ୍ଥଳୀର ବିକାଶ ଉପରେ ଆଲୋଚନା କରାଯିବା ସହ ୨୦୨୦ ସୁଦ୍ଧା ପର୍ଯ୍ୟଟନ ବିକାଶ ସଂପର୍କିତ ପ୍ରକଳ୍ପ ଶେଷ କରିବାକୁ ନିଷ୍ପତି ନିଆଯାଇଛି । ଏଥି ସହିତ ହିଁ ରାଜ୍ୟରେ ଥିବା ୯ଟି ସର୍କିଟ ସହ ୧୩ଟି ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ ବୋଲି  ରାଜ୍ୟ ପର୍ଯ୍ୟଟନ ଉପଦେଷ୍ଟା କମିଟି ବୈଠକରେ ନିଷ୍ପତି ନିଆଯାଇଛି ।

ଚିଲିକା ଓ ଭିତରକନିକାରେ ହାଉସ୍ ବୋଟ ସୁବିଧା ରଖାଯିବ । ସେହିଭଳି ରମ୍ଭା, ଚିଲିକା ଆଦିରେ ଡେଭଲପମେଂଟ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ରମ୍ଭାଠାରେ ଭିତ୍ତିଭୂମି ବିକାଶ କରାଯିବା ସହ ନୂଆ ପର୍ଯ୍ୟଟନ ସ୍ଥଳୀ ମଧ୍ୟ କରାଯିବା । ଖାଲି ଏତିକି ନୁହେଁ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଏଠାରେ ଓ ରିସର୍ଟ ମଧ୍ୟ ପ୍ରତିଷ୍ଠା  କରାଯିବ ବୋଲି ପର୍ଯ୍ୟଟନ ଉପଦେଷ୍ଟା ବୈଠକ ପରେ ସୂଚନା ଦେଇଛନ୍ତି ପର୍ଯ୍ୟଟନ ସଚିବ ବିଶାଲ ଦେବ ।