କନକ ବ୍ୟୁରୋ : ୟେସ୍ ବ୍ୟାଙ୍କରେ ପ୍ରଭୁ ଜଗନ୍ନାଥଙ୍କ ଟଙ୍କା ଜମା ପ୍ରସଙ୍ଗରେ ଆଜି ବିଧାନସଭାରେ ଦେଖିବାକୁ ମିଳିଛି ତାତି । ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ରଖାଯିବା ନେଇ ଗୃହ କମିଟି ଗଠନ ଦାବି କରିଛନ୍ତି ବିଜେପି ଓ କଂଗ୍ରେସ ସଭ୍ୟ । ଗୃହ ଆରମ୍ଭ ହେବା କ୍ଷଣି  ବିଜେପି ସଦସ୍ୟ ଗୃହ ମଧ୍ୟ ଭାଗକୁ ଆସି ହଟଗୋଳ କରିଥିଲେ । ଯାହା ଫଳରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିଲା ।

Advertisment

ସେହିଭଳି କଂଗ୍ରେସ ସଭ୍ୟ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଥିଲେ । ଫଳରେ ଗୃହକାର୍ଯ୍ୟ  ଚାଲି ପାରିନଥିଲା । ବିରୋଧୀଙ୍କ ହୋହଲ୍ଲାକୁ ଦେଖି ବିଧାନସଭାକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।