ବେଳେବେଳେ ଏହା ବିଶ୍ୱାସ କରିବା ମୁସ୍କିଲ ହୋଇଯାଏ କି ଆପଣଙ୍କ ପ୍ରିୟ ଖାଦ୍ୟ ଆପଣଙ୍କୁ ରୋଗିଣା କରିଦିଏ । କେବେ କେବେ ଏମିତି ବି ହୋଇଥାଏ କି କିଛି ଭୁଲ୍ ଖାଦ୍ୟ ଖାଇଦେବା କାରଣକୁ ନେଇ କିମ୍ବା ଅତ୍ୟଧିକ ଖାଦ୍ୟ ଖାଇବା ଯୋଗୁଁ ବ୍ୟକ୍ତି ଫୁଡ୍ ପଏଜନିଙ୍ଗର ଶିକାର ହୋଇଥାଏ। ଯେଉଁ କାରଣକୁ ନେଇ ଏହି ସ୍ଥିତି ବହୁତ ଗମ୍ଭୀର ହୋଇଯାଏ। ତେଣୁ ସମୟ ମଧ୍ୟରେ ଏହାର ଚିକିତ୍ସା କରାଯିବା ଆବଶ୍ୟକ ଅଟେ। ତେବେ ଆଜି ଆମେ ଆପଣଙ୍କୁ ଏଥିରୁ ମୁକୁଳିବା ଲାଗି ଏପରି କିଛି ସରଳ ଉପାୟ ବିଷୟରେ କହିବୁ, ଯାହାର ପ୍ରୟୋଗ କରି ଆପଣ ଫୁଡ୍ ପଏଜନିଙ୍ଗ ସମସ୍ୟାରୁ ମୁକ୍ତି ପାଇପାରିବେ।
ଦହିର ପ୍ରୟୋଗ : ଫୁଡ୍ ପଏଜନିଙ୍ଗ ପାଇଁ ଦହି ବହୁତ ଉପକାରୀ ବୋଲି କୁହାଯାଇଥାଏ। ତେଣୁ ଆପଣ ଦହି ମଧ୍ୟରେ କିଛି ମାତ୍ରାରେ ପାଣି ଓ ଚିନି ମିଶାଇ ଲସି ପ୍ରସ୍ତୁତ କରନ୍ତୁ। ଆଉ ଯଦି ଆପଣଙ୍କୁ ମିଠା ଦହି ପସନ୍ଦ ନଥାଏ, ତେବେ ଆପଣ ଏଥିରେ କିଛି ମାତ୍ରାରେ କଳା ଲୁଣକୁ ମିଶ୍ରଣ କରି ମଧ୍ୟ ପିଇପାରନ୍ତି।
ଆପଲ୍ ସାଇଡର ଭିନେଗାର : ତେବେ ସେଓର ସିର୍କା ମଧ୍ୟ ଫୁଡ୍ ପଏଜନିଙ୍ଗ ପାଇଁ ରାମବାଣ ସଦୃଶ କାର୍ୟ୍ୟ କରିଥାଏ। ତେଣୁ ଏହାକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣ ଦୁଇ ଚାମଚ ସେଓର ସିର୍କାକୁ ଏକ କପ୍ ଗରମ ପାଣିରେ ମିଶ୍ରଣ କରି ଭୋଜନ ପୂର୍ବରୁ ଏହାର ସେବନ କରନ୍ତୁ।
ଲେମ୍ବୁର ପ୍ରୟୋଗ : ସାଧାରଣତଃ ଲେମ୍ବୁରେ ଆଣ୍ଟି-ଭାଇରାଲ୍ ଗୁଣ ନିହିତ ରହିଥାଏ, ଯାହାକି ଫୁଡ୍ ପଏଜନିଙ୍ଗରେ ବ୍ୟାକ୍ଟେରିଆକୁ ଦୂର କରି ଆପଣଙ୍କୁ ମୁକ୍ତି ଦେଇଥାଏ। ଆପଣ ଏକ କପ୍ ଗରମ ପାଣି ନେଇ ସେଥିରେ କିଛି ମାତ୍ରାରେ ଲେମ୍ବୁର ରସ ଓ ମହୁକୁ ମିଶ୍ରଣ କରି ଖାଲିପେଟରେ ପିଇଦିଅନ୍ତୁ। ଆଉ ଯଦି ଆପଣ ଚାହଁନ୍ତି ବି ପାଣିରେ ଲେମ୍ବୁ କିମ୍ବା ଚିନି ମିଶ୍ରଣ କରି ପିଇପାରନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/Food-poisoning-889395.jpg)
/kanak/media/post_attachments/wp-content/uploads/2019/08/merlin_138529971_653465a9-9bf1-47b2-99dc-f5a62db4ce3d-articleLarge-300x199.jpg)