ରିଲିଜ ହେଲା ହକି ବିଶ୍ୱକପ ଥିମ୍ ସଙ୍ଗର ଟିଜର । ଏ.ଆର ରେହମାନଙ୍କ ଗୀତରେ ଝୁମିବେ ଦର୍ଶକ, ଦେଖନ୍ତୁ ଭିଡିଓ

748

କନକ ବ୍ୟୁରୋ : ରିଲିଜ ହେଲା ହକି ବିଶ୍ୱକପର ଥିମ୍ ସଙ୍ଗର ଟିଜର । ଜୟ ହିନ୍ଦ ଜୟ ଇଣ୍ଡିଆ ଶୀର୍ଷକ ଥିବା ଏହି ଗୀତରେ ନିଜ ସ୍ୱରର ଜଲୱା ଦେଖାଇଛନ୍ତି ଓସ୍କାର ବିଜେତା ଏ.ଆର ରେହମାନ । ୪୬ ସେକେଣ୍ଡର ଏହି ଭିଡିଓ ସଙ୍ଗରେ ଏ.ଆର ରେହମାନଙ୍କ ସହ କିଙ୍ଗ୍ ଖାନ ଶାହାରୁଖ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏହି ଟିଜରରେ ଓଡିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରର୍ଦଶନ କରାଯାଇଛି ।ଯାହା ଦଶର୍କଙ୍କ ମନକୁ ବେଶ ଛୁଇଁଛି । ଏହି ଗୀତରେ ଏ.ଆର ରେହମାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଏହାକୁ ଲେଖିଛନ୍ତି ପ୍ରସିଦ୍ଧ ଗୀତିକାର ଗୁଲଜାର ।


ଏହି ଟିଜର ରିଲିଜ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଏ.ଆର ରେହମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭାରତୀୟ ହକି ପ୍ରେମୀଙ୍କ ଉତ୍ସାହକୁ ବଢାଇ ଦେଇଛି ଏହି ଆକର୍ଷଣୀୟ ଟିଜର । ଟିଜରର ସମ୍ପୂର୍ଣ୍ଣ ଭାଗ ଦେଖିବାକୁ ଭୁବନେଶ୍ୱର ଓ କଟକରେ ଆପଣଙ୍କର ଲାଇଭ କାର୍ଯ୍ୟକ୍ରମକୁ ଅପେକ୍ଷା କରି ରହିଛୁ ।

ଟିଜର ରିଲିଜ ପୂର୍ବରୁ ଉଦଘାଟନୀ ଉତ୍ସବ ପାଇଁ ଅନଲାଇନରେ ଟିକେଟ ବିକ୍ରି ପାଇଁ ଘୋଷଣା କରିଛି ହକି ଇଣ୍ଡିଆ । ୨୦ ତାରିଖ ୧୨ଟା ସମୟରେ ଅନଲାଇନରେ ଟିକେଟ କାଟିପାରିବେ ହକିପ୍ରେମୀ । ଅନଲାଇନରେ କାଟିଥିବା ଟିକେଟ ହକିପ୍ରେମୀ ମାନେ ୨୨ ତାରିଖ ଅପରାହ୍ନ ୩ଟା ସମୟରେ କଳିଙ୍ଗ ଷ୍ଟାଡିୟମର ୪ ନମ୍ବର ଗେଟ କାଉଣ୍ଟରରୁ ନେଇପାରିବେ । www.ticketgenie.in ସାଇଟକୁ ଯାଇ କ୍ରୀଡାପ୍ରେମୀ ମାନେ ଅନଲାଇନରେ ଟିକେଟ କାଟିପାରିବେ ।