କନକ ବ୍ୟୁରୋ: ଓଡିଶା ହକି ବିଶ୍ୱକପ୍ ପାଇଁ ଆଉ ୩ ସପ୍ତାହ ବାକିଥିବାବେଳେ ଆଜିଠୁ କଳିଙ୍ଗ ଷ୍ଟାଡିୟମ କାଉଂଟର ସମେତ ବିଭିନ୍ନ ସ୍ଥାନରେ ଟିକେଟ ବିକ୍ରୀ ଆରମ୍ଭ ହେବ । କଳିଙ୍ଗ ଷ୍ଟାଡିୟମର ୯ ନମ୍ବର ଗେଟ୍ ନିକଟସ୍ଥ ବକ୍ସ ଅଫିସ ସହ ଭୁବନେଶ୍ୱରର ୧୮ ଓ କଟକର ୨ଟି ସ୍ଥାନରେ ଏହି ଟିକେଟ ବିକ୍ରି ହେବ । ପୂର୍ବପରି ଅନଲାଇନରେ ମଧ୍ୟ ଟିକେଟ ବିକ୍ରୀ ଜାରି ରହିବ । ପୁଲ ଓ କ୍ରସ ଓଭର ମ୍ୟାଚ ଲାଗି ଇଷ୍ଟ ଷ୍ଟାଣ୍ଡ ଟିକେଟର ମୂଲ୍ୟ ୨ଶହ ଓ ନର୍ଥ ଏବଂ ସାଉଥ ଷ୍ଟାଣ୍ଡର ମୂଲ୍ୟ ୧୦୦ ଟଙ୍କା ଥିବାବେଳେ ସେମିଫାଇନାଲ ଓ ଫାଇନାଲ ଟିକେଟର ମୂଲ୍ୟ ଯଥାକ୍ରମେ ୧୫୦ ଟଙ୍କା ଓ ୨୫୦ ଟଙ୍କା ରହିଛି । ପ୍ରତ୍ୟେକ ଦିନ ଦିନ ୧୦ଟାରୁ ଅପରାହ୍ନ ୫ଟା ଯାଏଁ ଟିକେଟ ବିକ୍ରି ହେବ ବୋଲି ଜଣାପଡିଛି ।
କେଉଁ କେଉଁ ସ୍ଥାନରେ ବିକ୍ରି ହେବ ଟିକେଟ :
ସ୍ପୋର୍ଟ୍ସ ଏମ୍ପୋରିୟମ (ପାଲ୍ ହାଇଟ୍ସ ପାଖ, ଜୟଦେବ ବିହାର), ସିଷ୍ଟର ମୋବାଇଲ୍ (ବିଏମ୍ସି ଭବାନୀ ମଲ୍, ସହିଦ ନଗର ଓ ବାପୁଜୀ ନଗର), ଭୂତନାଥ ମୋବାଇଲ୍ (ବାପୁଜୀ ନଗର), ବି-୨୧ ଇଣ୍ଡଷ୍ଟ୍ରିଆଲ୍ ଏରିଆ, ଖାରବେଳ ନଗର, ବି-୨୧ ବିଏମ୍ସି ଭବାନୀ ମଲ୍ ପାଖ, ସହିଦ ନଗର, ଏସ୍ଏସ୍ ଫ୍ରୋଜନ ୱାଲ୍ଡ (କାନନ ବିହାର, ଚନ୍ଦ୍ରଶେଖରପୁର), ଇନ୍ ଆଣ୍ଡ୍ ଆଉଟ୍ (ଭାରତ ପେଟ୍ରୋଲ ପମ୍ପ୍, ଡିଷ୍ଟ୍ରିକ୍ଟ ସେଣ୍ଟର), ବଡିଲାଇନ୍ ସ୍ପୋର୍ଟ୍ସ (ଜନପଥ, ଖାରବେଳ ନଗର), ସି ଡେକର୍ସ (ଡିଷ୍ଟ୍ରିକ୍ଟ ସେଣ୍ଟର, ଚନ୍ଦ୍ରଶେଖରପୁର), ବ୍ରିଉବେକ୍ସ ୭ସ୍କାଏ ଆଇଟିଇଆର୍ (ଜାଗମରା-ସୁନ୍ଦରପଦା ରାସ୍ତା), ଏଫ୍ଏଚ୍ ୧୭ ସେଲୁନ୍ (କାଳିମନ୍ଦିର ରାସ୍ତା, ସତ୍ୟନଗର), ଉଜାଲା କାର୍ ଫେସନ (ଖଣ୍ଡଗିରି ଛକ), ଅଲିମ୍ପିକ୍ସ ସ୍ପୋର୍ଟ୍ସ (ଜନପଥ, ଅଶୋକ ନଗର, ଶ୍ରୀଲେଦର ପାଖ), ରିଲାଏନ୍ସ ଫୁଡ୍ କୋର୍ଟ (ମାଷ୍ଟର କ୍ୟାଣ୍ଟିନ୍), କ୍ଲାସିକ ବୁଟିକ୍ ଆଣ୍ଡ୍ ବିଉଟି ସେଲୁନ (ଲକ୍ଷ୍ମୀ ନଗର), ରିଲାଏନ୍ସ ଡିଜିଟାଲ (ରସୁଲଗଡ଼ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍), ଦି ହେୟାର ହାକର (ଉତ୍କଳ ହୁଣ୍ଡାଇ ନିକଟ, ବମିଖାଲ)। କଟକ: ଅଲିମ୍ପିକ୍ସ ସ୍ପୋର୍ଟ୍ସ (ରାଜା ବଗିଚା) ଓ ବ୍ଲାଷ୍ଟ୍ (ରେକ୍ସ ପ୍ଲାଜା, ଜୋବ୍ରା ରୋଡ୍)।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/Hockey.jpg)