ବିଶ୍ୱକପ୍ ପୁରୁଷ ହକି-୨୦୧୮ ଓ ବିଶ୍ୱ କପ୍ ହକି ଲିଗ୍-୨୦୧୭ ନେଇ ସଚିବାଳୟରେ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ

29

କନକ ବ୍ୟୁରୋ: ବିଶ୍ୱକପ୍ ପୁରୁଷ ହକି-୨୦୧୮ ଓ ବିଶ୍ୱ କପ୍ ହକି ଲିଗ୍-୨୦୧୭ ପାଇଁ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ଡିସେମ୍ବର ମାସରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ଲିଗରେ ୮ଟି ଦେଶର ଟିମ୍ ଯୋଗ ଦେଉଥିବା ବେଳେ ଆସନ୍ତା ବର୍ଷ ନଭେମ୍ବର ମାସରେ ବିଶ୍ୱକପ୍ ହକି ଟୁର୍ଣ୍ଣାମେଂଟ୍ ପାଇଁ ୧୬ଟି ଦେଶର ଟିମ୍ ଭାଗ ନେବେ ।

ଏଥିପାଇଁ କଳିଙ୍ଗ ଷ୍ଟାଡିୟମର ଦର୍ଶକ ଗ୍ୟାଲେରୀର କ୍ଷମତାକୁ ବୃଦ୍ଧି କରାଯାଉଛି । ଆସନ୍ତା ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା କଳିଙ୍ଗ ଷ୍ଟାଡିୟମର କ୍ଷମତା ୯ ହଜାରରୁ ୨୦ ହଜାରକୁ ବୃଦ୍ଧି କରାଯାଉଛି । ବିଶ୍ୱର ବିଭିନ୍ନ ଦେଶର ଖେଳାଳି ଓ ତାଙ୍କ ପ୍ରଶଂସକମାନେ ହଜାର ହଜାର ସଂଖ୍ୟାରେ ଯୋଗ ଦେବାର ରହିଥିବାରୁ ଆତିଥେୟତା ପାଇଁ ଅଧିକ ଭିତ୍ତିଭୂମି ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । ଏହି ସମୀକ୍ଷା ବୈଠକରେ ଭାରତୀୟ ହକି ଫେଡେରେସନର ସିଇଓ ଏଲିନା ନର୍ମାନ୍ ମଧ୍ୟ ଉପସ୍ଥିତ ଥିଲେ ।