ହକି ବିଶ୍ୱକପ ୨୦୧୮: ସୁପର ସଣ୍ଡେରେ ସୁପର ମୁକାବିଲା । ଅନ୍ତିମ ଲିଗ୍ ପର୍ଯ୍ୟାୟରେ ଖେଳାଯିବ ଦୁଇଟି ମ୍ୟାଚ୍, ପାକିସ୍ତାନ ପାଇଁ କର ବା ମର ସ୍ଥିତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ହକି ବିଶ୍ୱକପର ସବୁଠାରୁ ସର୍ବାଧିକ ୪ ଥର ବିଶ୍ୱକପ୍ ଟାଇଟେଲ ଜିତିଥିବା ପାକିସ୍ତାନ ପାଇଁ ଏହି ମ୍ୟାଚ୍ କରବା ମର ଭଳି କହିଲେ ଅତ୍ୟୁକ୍ତି ହେବ ନାହିଁ ।

83

କନକ ବ୍ୟୁରୋ: ସୁପର ସଣ୍ଡେରେ ସୁପର ମୁକାବିଲା । ଆଜି ଶେଷ ହେଉଛି ପୁରୁଷ ବିଶ୍ୱକପ୍ ହକିର ଗ୍ରୁପ ପର୍ଯ୍ୟାୟ ମୁକାବିଲା । ଗ୍ରୁପ ‘ଡି’ର ଦୁଇଟି ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ମୁକାବିଲା ସନ୍ଧ୍ୟା ୫ଟାରେ ପୁଲ ‘ଡି’ର ଶୀର୍ଷ ଥିବା ଜର୍ମାନୀ ବନାମ ମାଲେସିଆ ମଧ୍ୟରେ ହେବ । ସେହିଭଳି ସନ୍ଧ୍ୟା ୭ଟାରେ ହେବାକୁଥିବା ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ସହ ମୁହାଁମୁହିଁ ହେବ ନେଦରଲାଣ୍ଡ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ହକି ବିଶ୍ୱକପର ସବୁଠାରୁ ସର୍ବାଧିକ ୪ ଥର ବିଶ୍ୱକପ୍ ଟାଇଟେଲ ଜିତିଥିବା ପାକିସ୍ତାନ ପାଇଁ ଏହି ମ୍ୟାଚ୍ କରବା ମର ଭଳି କହିଲେ ଅତ୍ୟୁକ୍ତି ହେବ ନାହିଁ । ସେପଟେ ଚଳିତ ବିଶ୍ୱକପରେ ପାକିସ୍ତାନ ତା’ର ସ୍ୱାଭିକ ଖେଳ ପ୍ରଦର୍ଶିତ କରିପାରି ନଥିବା କହିଛନ୍ତି କ୍ରୀଡ଼ା ସମୀକ୍ଷକ । ତେବେ ପାକିସ୍ତାନ ଉପରେ ଯେଉଁ ଚାପ ରହିଛି ତାହାର ଫାଇଦା ଉଠାଇବା ପାଇଁ ନେଦରଲାଣ୍ଡ ପ୍ରୟାସ କରିବ ।

ଅନ୍ୟପଟେ ୩ ଥର ବିଶ୍ୱକପ୍ ଟାଇଟେଲ ହାତେଇଥିବା ନେଦରଲ୍ୟାଣ୍ଡ ଦଳ ମଧ୍ୟ ପାକିସ୍ତାନ ପାଇଁ ସମସ୍ୟ ସୃଷ୍ଟି କରିବ ବୋଲି କ୍ରୀଡ଼ା ମହଲରେ ଚର୍ଚ୍ଚା ହେଉଛି । ଯଦି ଏହା ସତ ହୁଏ ତେବେ ପାକସ୍ତାନ ପାଇଁ ଘରବାହୁଡ଼ା ଏକ ପ୍ରକାର ନିଶ୍ଚିତ ବୋଲି କହିଲେ ଅଦ୍ୟୁକ୍ତି ହେବ ନାହିଁ । ସେପଟେ ଚଳିତ ବିଶ୍ୱକପର ଅନ୍ୟତମ ଟାଇଟେଲ ଫେଭରାଇଟ ଙ୍କ କୁହାଯାଉଥିବା ଜର୍ମାନୀ ଓ ମାଲେସିଆ ମଧ୍ୟରେ ମ୍ୟାଚ ଏକ ପ୍ରକାର ନିର୍ଣ୍ଣାୟକ ମୋଡ଼ ନେଇପାରେ । ତେଣୁ ଆଜି ସୁପର ସଣ୍ଡେରେ ବେଶ୍ ରୋମାଂଚକର ମ୍ୟାଚ ଦେଖିବାକୁ ମିଳିବ ବୋଲି କୁହାଯାଉଛି ।