ପାକିସ୍ତାନ ବିପକ୍ଷରେ ରୋହିତଙ୍କ ଶାନଦାର ଶତକ । ବିଶ୍ୱକପର ବଡ ଯୁଦ୍ଧରେ ପାକ୍ ବୋଲରଙ୍କୁ ନିର୍ଧୁମ ଛେଚିଲେ ହିଟମ୍ୟାନ୍ ।

100

କନକ ବ୍ୟୁରୋ : ମାଞ୍ଚେଷ୍ଟର ମୈଦାନରେ ରୋହିତ ‘ରାଜ୍’ । ପାକିସ୍ତାନ ବିପକ୍ଷରେ ହିଟମ୍ୟାନଙ୍କ ଦମଦାର ଶତକ । ଏହାସହ ଚଳିତ ବିଶ୍ୱକପରେ ଦ୍ୱିତୀୟ ଶତକ ହାସଲ କରିଛନ୍ତି ରୋହିତ । ଆଉ ଏହାସହ ଦିନିକିଆ କ୍ୟାରିୟରର ୨୪ ତମ ଓ ପାକିସ୍ତାନ ବିପକ୍ଷରେ ଦ୍ୱିତୀୟ ଶତକ ହାସଲ କରିଛନ୍ତି ରୋହିତ । ହିଟମ୍ୟାନଙ୍କ ଏହି ଶତକୀୟ ଇନିଂସରେ ୯ ଚୌକା ଓ ୩ ବିଶାଳ ଛକା ଦେଖିବାକୁ ମିଳିଥିଲା । ମୋଟ ୮୫ ବଲରୁ ଏହି ଦମଦାର ଶତକ ହାସଲ କରିଛନ୍ତି ରୋହିତ ।

ଏହାପୂର୍ବରୁ ପାକିସ୍ତାନ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବା ବେଳେ ଦମଦାର ଆରମ୍ଭ କରିଥିଲେ ଦୁଇ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ରୋହିତ ଓ ରାହୁଲ । ଉଭୟଙ୍କ ମଧ୍ୟରେ ଚଳିତ ବିଶ୍ୱକପର ଭାରତର ସର୍ବାଧିକ ଓପନିଂ ପାର୍ଟନରସିପ ଦେଖିବାକୁ ମିଳିଥିଲା । ୧୩୬ ରନ ପାର୍ଟନରସିପ ପରେ ପ୍ୟାଭିଲିୟନ ଫେରିଥିଲେ ରାହୁଲ । ତେବେ ଅନ୍ୟପଟେ ରୋହିତଙ୍କ ବ୍ୟାଟରୁ ଛକା ଓ ଚୌକାର ବର୍ଷା କମ ହୋଇନଥିଲା ।

ଶେଷ ରିପୋର୍ଟ ସୁଦ୍ଧା ଭାରତ ୩୬ ଓଭରରେ ଗୋଟିଏ ୱିକେଟ ବିନିମୟରେ ୨୧୫ ରନ କରିଛି ଟିମ୍ ଇଣ୍ଡିଆ । ଅଧିନାୟକ ବିରାଟ କୋହଲି ୩୩ ବଲରୁ ୨୬ ଓ ରୋହିତ ୧୦୫ ବଲରୁ ୧୨୬ ରନ କରି ଅପରାଜିତ ରହିଛନ୍ତି । ଆଉ ଏହାସହ ଏକ ବଡ ସ୍କୋର ଅଭିମୁଖେ ଗତି କରୁଛି ବିରାଟ ବାହିନୀ ।