ଦୀପାବଳୀ : ଦୀପାବଳୀ ପର୍ବର ୭ ପ୍ରମୁଖ ଐତିହାସିକ ଘଟଣା ।

133

ପ୍ରାଚୀନ ସଂସ୍କୃତି ଏବଂ ପରମ୍ପରାର ବିଶେଷ ଉଦାହରଣ ହେଉଛି ଭାରତରେ ପାଳନ କରାଯାଉଥିବା ପର୍ବପର୍ବାଣୀ । ହସ ଏବଂ ଉଲ୍ଲାସ ମଧ୍ୟରେ କେତେବେଳେ କେଉଁ ପର୍ବ ନୂତନ ରଙ୍ଗ ନେଇ ଲୋକଙ୍କ ମନରେ ଆନନ୍ଦର ଶ୍ରୋତ ଢାଳିଦିଏ । ତେବେ ଏହି ପର୍ବମାନଙ୍କ ମଧ୍ୟରେ ଦୀପାବଳୀ ହେଉଛି ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ । ଶାସ୍ତ୍ରରେ ଦୀପାବଳୀ ପାଳିବାର ଭିନ୍ନ ଭିନ୍ନ କାରଣ ରହିଛି । ତେବେ ଆସନ୍ତୁ ଜାଣିବା ଦୀପାବଳୀ ପର୍ବ ସହ ଜଡିତ ଥିବା ଏଭଳି ୧୦ ପ୍ରମୁଖ ଐତିହାସିକ ଘଟଣା ବିଷୟରେ କିଛି ।

୧ . ଲକ୍ଷ୍ମୀ ଅବତରଣ : କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ସମୁଦ୍ର ମନ୍ଥନ ବେଳେ ମା’ ଲକ୍ଷ୍ମୀ ଧରାରୁ ପ୍ରକଟିତ ହୋଇଥିଲେ । ଦୀପାବଳୀ ପର୍ବ ପାଳନ କରିବାର ଖାସ୍ କାରଣ ମାତା ଲକ୍ଷ୍ମୀଙ୍କ ସ୍ୱାଗତ । ତେଣୁ ଏହି ପର୍ବରେ ଘରସଫା କରିବା ସହ ସାଜସଜ୍ଜା , ରଙ୍ଗୋଲୀ ଏବଂ ବିଭିନ୍ନ କିସମର ଚିକମିକ୍ ଲାଇଟରେ ସଜାଯାଏ । ମାନ୍ୟତା ରହିଛି ଏଭଳି କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇ ଘରକୁ ଆସିବେ ।

୨ . ଭଗବାନ ବିଷ୍ଣୁଙ୍କ ଦ୍ୱାରା ମାତା ଲକ୍ଷ୍ମୀଙ୍କୁ ଉଦ୍ଧାର କରିବା : ଏହି ଘଟଣାର ଉଲ୍ଲେଖ ଶାସ୍ତ୍ରରୁ ମିଳିଥାଏ । ଶାସ୍ତ୍ର ଅନୁସାରେ, ଇତ୍ୟ ଦିନ ଭଗବାନ ବିଷ୍ଣୁ ବାମନ ଅବତାର ଧାରଣ କରି ରାଜା ବଳିଙ୍କ ପାଖରୁ ମାତା ଲକ୍ଷ୍ମୀଙ୍କୁ ମୁକ୍ତ କରିଥିଲେ ।

୩ . ଭଗବାନ ଶ୍ରୀରାମଙ୍କ ବିଜୟ : ରାମାୟଣ ଅନୁସାରେ ଏହି ଦିନ ୧୪ ବର୍ଷ ବନବାସର ଅବଦ୍ଧିକୁ ଶେଷ କରି ଭଗବାନ ଶ୍ରୀରାମ,ମାତା ସୀତା ଏବଂ ଅନୁଜ ଲକ୍ଷ୍ମଣଙ୍କ ଘେନି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଖୁସିରେ ସମ୍ପୁର୍ଣ୍ଣ ଅଯୋଧ୍ୟାରେ ଦୀପ ପ୍ରଜ୍ୱଳନ କରାଯାଇଥିଲା ।

୪ . ନରକାସୁର ବଦ୍ଧ : ଭଗବାନ ଶ୍ରୀକୃଷ୍ଣ ନରକାସୁର ନାମକ ଏକ ଅସୁରକୁ ଇତ୍ୟ ଦିନରେ ବଦ୍ଧ କରି ୧୬୦୦୦ ସ୍ତ୍ରୀଙ୍କୁ ଅସୁର କବଳରୁ ରକ୍ଷା କରିଥିଲେ । ଏଥିପାଇଁ ଦୀପାବଳୀ ପର୍ବକୁ ଦୁଇ ଦିନ ପାଳନ କରାଗଲା ଏବଂ ଏହାକୁ ବିଜୟ ପର୍ବ ମଧ୍ୟ କୁହାଗଲା ।

୫ . ପାଣ୍ଡବଙ୍କ ଲେଉଟାଣି : ମହାଭାରତ ଅନୁସାରେ କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ ଯେତେବେଳେ ପଶାଖେଳ ହୋଇଥିଲା ଉକ୍ତ ଖେଳରେ ପାଣ୍ଡବ ହାରି ୧୨ ବର୍ଷ ପାଇଁ ଅଜ୍ଞାତ ବାସ ଗଲେ । ତେବେ ଏହି ଦିନ ପାଣ୍ଡବ ଅଜ୍ଞାତ ବାସ ସମାପ୍ତ କରି ଘରବାହୁଡା ହୋଇଥିଲେ । ପାଣ୍ଡବଙ୍କ ଲେଉଟାଣି ଖୁସିରେ ଦୀପ ପ୍ରଜ୍ୱଳନ କରି ଖୁସିରେ ଦୀପାବଳୀ ପାଳନ କରାଯାଇଥିଲା ।

୬ . ରାଜା ବିକ୍ରମାଦିତ୍ୟଙ୍କ ରାଜତିଳକ : ରାଜା ବିକ୍ରମାଦିତ୍ୟଙ୍କ ରାଜତିଳକ ମଧ୍ୟ ଏହି ଦିନରେ ସମ୍ପନ୍ନ ହୋଇଥିଲା । ଏହି ଖୁସିରେ ପ୍ରଜା ମିଠା ବାଣ୍ଟି ଦୀପ ପ୍ରଜ୍ୱଳନ କରି ଖୁସି ଜାହିର କରିଥିଲେ ।

୭ . ଆର୍ଯ୍ୟ ସମାଜ : ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଆର୍ଯ୍ୟ ସମାଜର ସ୍ଥାପନା ମଧ୍ୟ ଏହି ଦିନ ହୋଇଥିଲା । ଏହି କାରଣରୁ ଦୀପାବଳୀ ପର୍ବର ମହତ୍ତ୍ୱ ମଧ୍ୟ ଅଧିକ ।