କମୁଛି ଶିକ୍ଷାର ଗୁଣାବତ୍ତା, ମାନିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ! ଏପଟେ ଧର୍ମେନ୍ଦ୍ରଙ୍କୁ କଲେ ଟାର୍ଗେଟ, କହିଲେ ଶିକ୍ଷକଙ୍କ ଆନ୍ଦୋଳନରେ ନପଶନ୍ତୁ ଧର୍ମେନ୍ଦ୍ର ।

47

କନକ ବ୍ୟୁରୋ : ରାଜ୍ୟର ଶିକ୍ଷା ବ୍ୟବସ୍ଥା ନେଇ ଅସହାୟତା ପ୍ରକାଶ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ  । ଆମ ଶିକ୍ଷାର ମାନ ଦିନକୁ ଦିନ କମିବାକୁ ଲାଗୁଛି ଏହାର ଯଥାଶୀଘ୍ର ସମାଧାନ କରିବାକୁ ପଡିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ  । ଶୁକ୍ରବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୩୬ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ମନ୍ତ୍ରୀ ଯୁକ୍ତ ଦୁଇରେ ଥିବା ସିଲାବସକୁ ବଦଳାଇବା ନେଇ ଯୁକ୍ତି ବାଢି ଥିଲେ  । ଏନେଇ ଶ୍ରୀ ଦାସ ପରିଷଦର ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ  । ସେ କହିଥିଲେ ଯୁକ୍ତ ଦୁଇ ପାଠପଢା ନିମ୍ନସ୍ତରକୁ ଯାଉଛି ଏବଂ ଶିକ୍ଷାର ଗୁଣାବତ୍ତା ମଧ୍ୟ କମୁଛି । ଏହା ନିଶ୍ଚିତଭାବରେ ଏକ ଚିନ୍ତାର ବିଷୟ ।

ଏହା ସହ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଶିକ୍ଷକମାନଙ୍କୁ ଆନ୍ଦୋଳନରେ ସେ ନପଶିବା ପାଇଁ ମନ୍ତ୍ରୀ କହିଛନ୍ତି । କାରଣ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅନୁସାରେ, ରାଜ୍ୟ ସରକାରଙ୍କ ହିସାବ ସମ୍ପର୍କରେ କିଛି ଜାଣିନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ, ଉପ ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ  ।  ଶେଷରେ ପରିଷଦ ପକ୍ଷରୁ ଆୟୋଜିତ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା  ।