ଫୋନର ଦାମ କୋଟିଏ ଟଙ୍କା ! ଜାଣନ୍ତୁ କେଉଁଠାରେ ଓ କିଏ ନିର୍ମାଣ କରୁଛି ଏପରି ମୋବାଇଲ ଫୋନ

ମୋବାଇଲର ଦାମ କେତେ ତାହା ଉପରେ ସମସ୍ତଙ୍କର ରହିଛି ନଜର

135

କନକ ବ୍ୟୁରୋ : ଆଜିକାଲି ଲୋକମାନଙ୍କ ମଧ୍ୟରେ ମୋବାଇଲ ଧରିବା ପାଇଁ ଏକ ପ୍ରତିଯୋଗିତା ଚାଲିଥିବା ଭଳି ମନେ ହେଉଛି । କିଏ କେଉଁ ମୋବାଇଲ ଧରୁଛି ଏବଂ ସେ ମୋବାଇଲର ଦାମ କେତେ ତାହା ଉପରେ ସମସ୍ତଙ୍କର ରହିଛି ନଜର । ଏହାସହ ଷ୍ଟାଟସ ବଜାୟ ରଖିବା ପାଇଁ ମଧ୍ୟ ଅନେକ ଲୋକ ଦାମୀ ମୋବାଇଲ ବ୍ୟବହାର କରିବା ପାଇଁ ପସନ୍ଦ କରୁଥିବା ଦେଖାଯାଏ । ତେବେ ଲୋକମାନଙ୍କ ଚାହିଦ ଅନୁସାରେ ଦେଶରେ ଅନେକ ପ୍ରକାରର ଦାମିକିୟା ମୋବାଇଲ ବଜାରରେ ମିଳୁଛି । ଗୋଟିଏ ଗୋଟିଏ ଫୋନର ଦାମ ଏତେ ଅଧିକ ରହିଛି ଯେ, ଯାହାର ଦାମ ଶୁଣିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ବଜାରରେ ମିଳୁଥିବା କେତେକ ସ୍ମାର୍ଟ ଫୋନର ଦାମ…

 

ଭାରତରେ ଆପଲ କମ୍ପାନୀ ନିର୍ମାଣ କରିଥିବା ଏକ୍ସଏସର ମୂଲ୍ୟ ୧ ଲକ୍ଷ ଟଙ୍କା । କେବଳ ଏହା ନୁହେଁ ଆମ ଦେଶରେ ଏପରି ପ୍ରକାର ମୋବାଇଲ ମିଳୁଛି ଯାହାର ଦାମ ରହିଛି ୧ କୋଟି ଟଙ୍କାରୁ ଅଧିକ । ହୁୱାଇ ୨୦ ଆରଏସ ପୋରର୍ଚିର ମୂଲ୍ୟ ଦେଢ କୋଟିରୁ ଅଧିକ ।

୧. ଆପଲ ଆଇଫୋନ ଏକ୍ସଏସ ମ୍ୟାକ୍ସ – ୫୧୨ ଜିବି ( ୧, ୪୪,୯୦୦)
୨. ଆପଲ ଆଇଫୋନ ଏକ୍ସଏସ – ୫୧୨ ଜିବି – ୧,୩୪,୯୦୦
୩. ଭିଆଇପିଏନ୍ ବ୍ଲାକ ଡାଇମଣ୍ଡ- ୨ କୋଟି ୭ ଲକ୍ଷ
୪. ଦି ଡାଇମଣ୍ଡ କ୍ରିପଟୋ – ୮ କୋଟି ୯୭ ଲକ୍ଷ
୫. ଭିଆଇପିଏନ୍ ବ୍ଲାକ ଡାଇମଣ୍ଡ- ୨ କୋଟି ୭ ଲକ୍ଷ

ତେବେ କେବଳ ଏତିକି ନୁହେଁ ଆହୁରି ଅନେକ ପ୍ରକାର ମୋବାଇଲ ଦେଶରେ ମିଳୁଛି ଯାହାର ଦାମ କୋଟିଏ ଟଙ୍କାରୁ ମଧ୍ୟ ଅଧିକ ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଲୋକମାନେ ଏତେ ଟଙ୍କା ଦେଇ ମୋବାଇଲ କିଣୁଛନ୍ତି । ଏପରି ଦାମିକିୟା ମୋବାଇଲ ନିର୍ମାଣ କରୁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଲୋକମାନଙ୍କ ଚାହିଦା ରହିଥିବାରୁ ଆମେ ମାନେ ଏପରି ମୋବାଇଲର ନିର୍ମାଣ କରୁଛୁ । ଯଦି ଲୋକମାନେ ଚାହିଁବେ ତେବେ ଆହୁରି ଅଧିକ ଦାମର ମୋବାଇଲ ନିର୍ମାଣ କରାଯିବ ବୋଲି କମ୍ପାନୀ ଗୁଡିକ ପକ୍ଷରୁ କୁହାଯାଇଛି ।