ବାସ୍ତବିକ୍ ନା’ କାଳ୍ପନିକ ! ଜାଣନ୍ତୁ କମ୍ପ୍ୟୁଟର୍ ୱାଲପେପର ଭାବରେ ବ୍ୟବହୃତ ଏହି ଫଟୋ ପଛର ସତ୍ୟତା

181

windows-wallpaperକିଏ ନ ଚିହ୍ନିଛି ଏହି ଫଟୋକୁ । ଯେଉଁମାନେ କମ୍ପ୍ୟୁଟର ବ୍ୟବହାର କରନ୍ତି ସେମାନଙ୍କ ମନ ଏବଂ ମୁଣ୍ଡରେ ଏହି ଫଟୋ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଅଫିସ୍ ହେଉ ବା ଘର । ଯେତେବେଳେ ଆପଣ ଆପଣଙ୍କ ଦିନର ଆରମ୍ଭ କରନ୍ତି ସେତେବେଳେ ପ୍ରଥମେ ଏହି ଫଟୋକୁ ହିଁ ଦେଖୁଥିବେ । ଯଦି ଆପଣଙ୍କ ଡେସ୍କଟପର ୱାଲପେପର୍ ବଦଳାଇ ନଥିବେ । ମାଇକ୍ରୋସଫ୍ଟ ଡିଫଲ୍ଟ ଡେସ୍କଟପ୍ ପ୍ରତିଛବି ପାଇଁ ଏହି ଫଟୋକୁ ବ୍ୟବହାର କରେ ।

କିନ୍ତୁ କଣ ଆପଣ ଜାଣନ୍ତି ଏହି ଫଟୋ ପଛର ସତ୍ୟତା । ଏହି ଫଟୋ ଏକ ବାସ୍ତବିକ ନା କାଳ୍ପନିକ । ଯଦି ଏହା ବାସ୍ତବିକ ତେବେ କିଏ ଏବଂ କେଉଁଠି ଏହାକୁ ଉଠାଇଥିଲା । ଏପରି ଅନେକ ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚୟ ଆସିଥିବ । ଏବେ ଜାଣନ୍ତୁ ଏହି ଫଟୋର ସତ୍ୟତା ।

ଫଟୋର ସତ୍ୟତା :
charles-orearଏହି ଫଟୋକୁ ଆମେରିକାର ପ୍ରସିଦ୍ଧ ଫଟୋଗ୍ରାଫର୍ ଚାର୍ଲସ ଓରିୟର୍ ୧୯୯୬ ରେ ନିଜ କ୍ୟାମେରାରେ ଉଠାଇଥିଲେ । କୌଣସି ଏକ କାମରେ କାର୍ଲିଫର୍ଣ୍ଣିଆ ଯିବା ସମୟରେ ‘ସୋନୋମା କଂଟ୍ରି’ ପାଖରେ ପ୍ରକୃତିର ଏହି ସୌନ୍ଦର୍ଯ୍ୟ ଦେଖିଥିଲେ ଚାର୍ଲସ । ତାପରେ ନିଜ ପାଖରେ ଥିବା ଏକ ଛୋଟ କ୍ୟାମେରାରେ ଏହାକୁ ସେ କଏଦ୍ କରିନେଇଥିଲେ । ୨୦୦୨ରେ ଚାର୍ଲସ ଏକ ଟିଭି ଚ୍ୟାନେଲରେ ସାକ୍ଷାତକାର ଦେବା ସମୟରେ ଏହି ଫଟୋ ପଛର ରହସ୍ୟ ଜଣାପଡିଲା । ତେବେ ଚାର୍ଲସଙ୍କ ଠାରୁ ଏହା ଶୁଣିବା ପରେ ଅନେକ ‘ସୋନୋମା କଂଟ୍ରି’ ଯାଇ ଏହାର ଫଟୋ ଉଠାଇଥିଲେ । କିନ୍ତୁ ଏପରି ନଜାରା ଦ୍ୱିତୀୟଥର ଦେଖିବାକୁ ମିଳିନଥିଲା ।

ପ୍ରଥମ ନଜରରେ ଫଟୋକୁ ପସନ୍ଦ କରିଥିଲେ ବିଲ୍ ଗେଟ୍ସ :

ଚାର୍ଲସ୍ କେବେ ଭାବି ନଥିଲେ ତାଙ୍କର ଏହି ଫଟୋକୁ କୋଟି କୋଟି ଲୋକ ଦେଖିବେ ବୋଲି । ଦିନେ ଏମିତି ବସିଥିବା ସମୟରେ ସେ ଏହି ଫଟୋକୁ ବିଲଗେଟ୍ସଙ୍କ ଇମେଜ୍ ଲାଇସେନ୍ସିଂ ସର୍ଭିସ ‘କୋର୍ବିସ୍’ରେ ଅପଲୋଡ୍ କରିଦେଇଥିଲେ । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ନା କେବଳ କମ୍ପାନୀର ଅଧିକାରୀ ବରଂ ବିଲ୍ ଗେଟ୍ସଙ୍କୁ ମଧ୍ୟ ଏହି ଫଟୋ ପ୍ରଥମ ନଜରରେ ଖୁବ୍ ପସନ୍ଦ ଆସି ଯାଇଥିଲା ।

ଶୁଣିବାକୁ ମଳିଛି ଯେ ଚାର୍ଲସ୍ ଏହି ଫଟୋ ବଦଳରେ ଖୁବ୍ ମୋଟା ଅଙ୍କର ଟଙ୍କା ନେଇଥିଲେ । କିନ୍ତୁ କେତେ ଟଙ୍କାରେ ଏହି ଚୁକ୍ତି ହୋଇଥିଲା ତାହା ଆଜି ଯାଏଁ ରହସ୍ୟରେ ।

ଏହା ସହ ଦେଖନ୍ତୁ  ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗରକ୍ଷୀଙ୍କ ବ୍ରିଫକେସରେ କଣ ଥାଏ ?