ହାତୀ ଲଢେଇ, ଓଡିଶା ବନାମ ଆନ୍ଧ୍ର । ବାଣ ଫୁଟାଇ ହାତୀ ଘଉଡାଇ ଦେଲା ଆନ୍ଧ୍ର, ପଶି ଆସିଲେ ଓଡିଶା । ଆତଙ୍କରେ ଗ୍ରାମବାସୀ

ହାତୀ ଉପଦ୍ରବ ଯୋଗୁ ସୀମାରେ ଜନଜୀବନ ପ୍ରଭାବିତ

84

କନକ ବ୍ୟରୋ: ସୀମାରେ ଉତ୍ପାତ କରୁଥିବା ହାତୀ ପଲଙ୍କୁ ନେଇ ଓଡିଶା ଓ ଆନ୍ଧ୍ର ମଧ୍ୟରେ ଛକାପଂଝା । ହାତୀପଲ କାହାରା ? ଓଡିଶାର ନାଁ ଆନ୍ଧ୍ର ପ୍ରଦେଶର ତାକୁ ନେଇ ଲାଗିଛି ବିବାଦ । ହାତୀପଲ ଆନ୍ଧ୍ର ଜଙ୍ଗଲରୁ ଓଡିଶା ସୀମାକୁ ପଶିଆସିଥବା ନେଇ ରାୟଗଡ ବନ ବିଭାଗ କହୁଥିବା ବେଳେ ଆନ୍ଧ୍ରର ଜଙ୍ଗଲ ଅଧିକାରୀ କହୁଛନ୍ତି କିଛି ଅଲଗା କଥା । ଆନ୍ଧ୍ରର କହିବା କଥା ଓଡିଶା ହାତୀ ଆନ୍ଧ୍ରରେ ଉତ୍ପାତ କରୁଛନ୍ତି । ହାତୀ ଆନ୍ଧ୍ରର ନା ଓଡିଶାର ଏହି ବିବାଦ ଭିତରେ ଫସି ଯାଇଛନ୍ତି ସୀମାନ୍ତବର୍ତୀ ଗ୍ରାମବାସୀ ।

ଓଡିଶାର ନା ଆନ୍ଧ୍ରର?ହାତୀକୁ ନେଇ ଓଡିଶା ଓ ଆନ୍ଧ୍ର ମଧ୍ୟରେ ଛକାପଂଞ୍ଝା । ଆନ୍ଧ୍ର ଜଙ୍ଗଲରୁ ଏକ ହାତୀପଲ ଓଡିଶା ଜଙ୍ଗଲ ଭିତରକୁ ପଶି ଆସିଥିବା ରାୟଗଡ ବନ ବିଭାଗ କହୁଛି । ହେଲେ ଏହାକୁ ମାନିବାକୁ ନାରାଜ ଆନ୍ଧ୍ରର କୁରୁପାମ  ଜଙ୍ଗଲ ଅଧିକାରୀ । ଗତ ଶନିବାରଠୁ ୭ଟି ହାତୀ ପଲ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ସିତମପେଟା ଜଙ୍ଗଲରୁ ଆସି ରାୟଗଡ ସୀମାବର୍ତି ଅନିଜା ଗାଁର ଜଙ୍ଗଲରେ ପଶିଥିଲେ । ରାୟଗଡା ଜଙ୍ଗଲ ବିଭାଗର କର୍ମଚାରୀ ହାତୀକୁ ଘଉଡାଇ ଓଡିଶା ସୀମା ପାର କରିଥିଲେ ।

ଆନ୍ଧ୍ରପ୍ରଦେଶର କୁରୁପାମ ରେଂଜ ପଡଗୁୱାଲାସା ନିକଟରେ ହାତୀ ପଲ ଥିବା ବେଳେ ଆନ୍ଧ୍ରର ବନ କର୍ମଚାରୀ ବାଣ ଫୁଟାଇ ହାତୀ ଉପରୁ ହାବେଳି ବାଣ ଛାଡୀ  ଓଡିଶା ସୀମାକୁ ପୁଣି ଘଉଡାଇ ଦେଇଥିବା ରାୟଗଡା ଏସିଏଫଓ କହିଛନ୍ତି । ହାତୀ କାହାର ତାକୁ ନେଇ ଦୁଇ ରାଜ୍ୟର ଜଙ୍ଗଲ ବିଭାଗ ମଝ୍ୟରେ ଛକାପଂଝା ଲାଗିରହିଥିବା ବେଳେ ସୀମାନ୍ତବର୍ତି ଗାଁ ଗୁଡିକର ଲୋକ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସଂନ୍ଧ୍ୟା ହେଲେ ଗାଁରେ ତାଟି କବାଟ ପଡିଯାଉଛି । ତେବେ ଜନ ବସତି ଅଚଂଳରେ ହାତୀପଲ ଚଳାଚଳ କରୁଥିବା ୭ ଦିନ ହେଲା ବିଦ୍ୟୁତ କାଟ କରାଯାଇଛି ।  ଫଳରେ ଲୋକମାନେ ମୋବାଇଲ ସେବାଠୁ ଆରମ୍ଭ କରି ପିଇବା ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।